Advertisment

Secret Room Scandal: ସିକ୍ରେଟ ରୁମରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ ରସିକିଆ ସାର୍, ଏବେ ସସପେଣ୍ଡ

କେଳେଙ୍କାରୀ କମର୍ସ ସାରଙ୍କ କଳା କାହାଣୀ। ସିକ୍ରେଟ ରୁମରେ ଛାତ୍ରୀଙ୍କୁ ଦେଉଥିଲେ ଯୌନ ନିର୍ଯାତନା। ପରୀକ୍ଷାରେ ଫୁଲ୍ ମାର୍କ ଦେବାକୁ ଦେଖାଉଥିଲେ ଲୋଭ। ପରିବାର ଅଭିଯୋଗ କରିବାରୁ ଯାଚୁଥିଲେ ଟଙ୍କା ।

author-image
Tapan Swain
Allegation

Allegation Photograph: (OTV)

କେଳେଙ୍କାରୀ କମର୍ସ ସାରଙ୍କ କଳା କାହାଣୀ ।ସିକ୍ରେଟ ରୁମରେ ଛାତ୍ରୀଙ୍କୁ ଦେଉଥିଲେ ଯୌନ ନିର୍ଯାତନା । ପରୀକ୍ଷାରେ ଫୁଲ୍ ମାର୍କ ଦେବାକୁ ଦେଖାଉଥିଲେ ଲୋଭ ।ପରିବାର ଅଭିଯୋଗ କରିବାରୁ ଯାଚୁଥିଲେ ଟଙ୍କା ।

Advertisment

ଏବେ ସାମନାକୁ ଆସିଛି ଭଦ୍ର ନମ୍ର ଜଣାପଡୁଥିବା ଏହି ବାବୁଙ୍କ ଜଘନ୍ୟ କାରନାମା । ତାଙ୍କର ପେସା ସିନା ଶିକ୍ଷକତା ହେଲେ ଛାତ୍ରୀଙ୍କୁ ନିର୍ଯାତନା ଦେଇ ସେ ଏବେ ବିବାଦରେ । ସେ ହେଉଛନ୍ତି କଟକ ଅଡଶପୁରର ଉଦୟନାଥ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଲକ୍ଷ୍ମୀଧର ସାହୁ। ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କକୁ କଳଙ୍କିତ କରିଥିବା ଜଣେ ଭଦ୍ରମୁଖା ରସିକିଆ ଅଧ୍ୟାପକ। ଅଭିଯୋଗ ଆସିଛି, ଶିକ୍ଷାନୁଷ୍ଠାନରେ ପାଠ ନପଢ଼ାଇ କାଳେ ରୋମିଓଗିରି କରୁଥିଲେ ସାର୍ ଜଣକ। ନିରୀହ ଛାତ୍ରୀମାନଙ୍କୁ ଏକୁଟିଆ ପାଇଲେ କରୁଥିଲେ ଅସଦାଚରଣ।

ରସିକିଆ ସାରଙ୍କ ଭିଡିଓ ଭାଇରାଲ୍ 

ଆଉ ଅଭିଯୋଗ କଲେ ଦେଉଥିଲେ ପରୀକ୍ଷାରେ ଅଧିକ ନମ୍ବର ଦେବାର ପ୍ରଲୋଭନ। ଏପରିକି କଲେଜ ପିକନିକରେ ଛାତ୍ରୀଙ୍କ ସହ ଏହି ରସିକିଆ ସାର ନାଚ ଗୀତ କରି ମସଗୁଲ ଥିବାର ଭିଜୁଆଲ ମଧ୍ୟ ସାମନାକୁ ଆସିଛି । ତେବେ ଦୀର୍ଘ ଦିନଧରି ଲକ୍ଷ୍ମୀଧର ସାର୍ ଚଳାଇଥିବା କଳା ସାମ୍ରାଜ୍ୟର ପର୍ଦ୍ଦାଫାସ କରିଛନ୍ତି ଜଣେ ଛାତ୍ରୀ। ଏହାପରେ ସାର ହାତଯୋଡ଼ି ପହଞ୍ଚିଯାଛନ୍ତି ଛାତ୍ରୀଙ୍କ ଘରେ। ଆଉ ପରିବାରକୁ ଭୁଲ ମାଗି ଦେଉଛନ୍ତି ପ୍ରଲୋଭନ। ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । 

Advertisment

ଅଭିଯୋଗ ହୋଇଛି, ନିଜକୁ ବଞ୍ଚାଇବା ପାଇଁ ପ୍ରାଟିକାଲରେ ୨୦ ରୁ୨୦ ଓ ଥିଓରିରେ ୮୦ ରୁ ୭୮ ନମ୍ବର ଦେବାର ଡିଲ୍ କରୁଛନ୍ତି ଲକ୍ଷ୍ମୀଧର ସାର୍ । ଛାତ୍ରୀଙ୍କ ପରିବାର ନମାନିବାରୁ ଶେଷରେ ମୁହଁ ବନ୍ଦ କରିବାକୁ ୩ ଲକ୍ଷ ଟଙ୍କା ଯାଚିବାକୁ ମଧ୍ୟ ପଛାଇ ନାହାଁନ୍ତି। ହେଲେ ସାରଙ୍କ ସବୁ ଯୋଜନା ହୋଇଯାଇଛି ବିଫଳ। ଆଉ ପରିବାରର ଅଭିଯୋଗ ପରେ ମହାବିଦ୍ୟାଳୟ କତ୍ତୃପକ୍ଷ ସାରଙ୍କୁ ନିଲମ୍ବନ କରିଛନ୍ତି । 

ତେବେ ଏହା ପ୍ରଥମ ଘଟଣା ନୁହଁ। ଅଭିଯୋଗ ମୁତାବକ, ହଷ୍ଟେଲ କମ କୋଚିଂ ସେଣ୍ଟରରେ ନିଜର ଏକ ଚାମ୍ବର କରି ସେଠାରେ ପିଲାମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଛି ।  ପୂର୍ବରୁ ଏହି କଲେଜର ଜଣେ ଛାତ୍ର ସାରଙ୍କ ଏହି କାରନାମାକୁ ନିଜ ଫୋନରେ କଏଦ କରିଥିଲେ। ତେବେ ଲକ୍ଷ୍ମୀଧର ସାର୍ ଏହା ଜାଣି ପାରି ତାଙ୍କୁ ଫର୍ମ ଫିଲପ କରାଇ ଦେବେନି ବୋଲି ଡରାଇଥିଲେ। ଏପରିକି କିଡନାପ କରିବେ ବୋଲି ମଧ୍ୟ ଧମକ ଦେଇଥିଲେ। ଫଳରେ ସମ୍ପୃକ୍ତ ଛାତ୍ର ଏହି କଲେଜ ଛାଡ଼ି ଅନତ୍ର ପାଠ ପଢ଼ିଥିଲେ। 

ଲକ୍ଷ୍ମୀଧର ସାର ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗକୁ ମହାବିଦ୍ୟାଳୟ ଅଧ୍ୟକ୍ଷା ସ୍ୱୀକାର କରିଛନ୍ତି। ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ବୋଲି କହିଛନ୍ତି। ସେପଟେ ଏନେଇ ଲକ୍ଷ୍ମୀଧର ସାରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଉ ନାହାନ୍ତି । 

ଦିନକୁ ଦିନ ରାଜ୍ୟରେ ଏପରି ଘଟଣା ବୃଦ୍ଧି ପାଉଛି। ଏମିତିକି କଲେଜରେ ନିର୍ଯାତନା ପାଇ ଛାତ୍ରୀ ଜୀବନ ହାରିଦେବାର ମଧ୍ୟ ନଜିର ରହିଛି। ତେଣୁ ଏଭଳି କେଳେଙ୍କାରୀ ଗୁରୁଙ୍କୁ କେବଳ ସସପେଣ୍ଡ ନକରି ତାଙ୍କ ବିରୁଦ୍ଧରେ ଅଧିକ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଛି । 

Sexual Harassment
Advertisment
Related Articles
Advertisment