/odishatv-khabar/media/media_files/2025/11/30/barabati-t20-2025-11-30-18-43-58.jpg)
Barabati T20 Photograph: (OTV)
ବାରବାଟୀ T-20 ମ୍ୟାଚ୍ ପାଇଁ କାଲିଠୁ ଅନଲାଇନ୍ ଟିକେଟ୍ ବିକ୍ରି ହେବ। ଆଜି ଏନେଇ ସୂଚନା ଦେଇଛନ୍ତି OCA ସମ୍ପାଦକ ସଞ୍ଜୟ ବେହେରା। ଓଟିଭିକୁ EXCLUSIVE ସୂଚନା ଦେଇଛନ୍ତି ସଞ୍ଜୟ।
ଏଥର ୨ ହଜାର ସିଟ୍ କମିବା ପରେ ୪୨ ହଜାର ଦର୍ଶକ ମ୍ୟାଚ୍ ଦେଖିବେ। ସେଥିରୁ ୨୩ ହଜାର ଟିକେଟ୍ ବିକ୍ରି ହେବ, ୧୮ ହଜାର ୪ ଶହ କମ୍ପ୍ଲିମେଣ୍ଟାରୀ ପାସ୍ ବଣ୍ଟାଯିବ। ଅନଲାଇନରେ କେବଳ ୨ ହଜାର ଟିକେଟ୍ ବିକ୍ରି ହେବ। ବାକି ୫ ତାରିଖରେ କାଉଣ୍ଟରରେ ଟିକେଟ୍ କିଣି ନେଇପାରିବେ ଦର୍ଶକ।
ଗତ ମ୍ୟାଚର ଟିକେଟ୍ ବିଭ୍ରାଟକୁ ଦେଖି ଏଥର ସ୍ବତନ୍ତ୍ର ବ୍ୟବସ୍ଥା
ଗତ ଥର ମ୍ୟାଚ ବେଳେ ଟିକେଟ୍ ବିକ୍ରି ବେଳେ ବ୍ୟାପକ ବିଭ୍ରାଟ ଦେଖିବାକୁ ମିଳିଥିଲା। କାଉଣ୍ଟରରେ ପ୍ରବଳ ଭିଡ଼ ହେବା ସହ ଠେଲାପେଲା ସ୍ଥିତି ଉପୁଜିଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ଟିକେଟ୍ ବିକ୍ରିରେ ଅବ୍ୟବସ୍ଥା ଏଡ଼ାଇବାକୁ ବନ୍ଦୋବସ୍ତ ହୋଇଥିବା କହିଛନ୍ତି ଓସିଏ ସମ୍ପାଦକ। ତାସହ ମ୍ୟାଚ୍ ବେଳେ ଲାଇଟ୍ କଟି ଯାଇଥିଲା, ତେଣୁ ଏଥର ଲାଇଟ୍ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଦୋହରାଇଛନ୍ତି।...୯ ତାରିଖରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଖେଳାଯିବ।
Another Ton from Virat Kohli: ବିରାଟ କୋହଲି ମାରିଲେ ଶତକ, ଭାଙ୍ଗିଲେ ସଚିନ ତେନ୍ଦୁଲକର ଏବଂ ରିକି ପଣ୍ଟିଂଙ୍କ ବିଶ୍ୱ ରେକର୍ଡ

Record-Breaking Six: ODIରେ ଛକା ମାରି ବିଶ୍ୱ ରେକର୍ଡ କଲେ ରୋହିତ ଶର୍ମା, ସମସ୍ତଙ୍କୁ ଟପିଗଲେ

Karna’s Loyalty Prevails: କର୍ଣ୍ଣଙ୍କୁ କୃଷ୍ଣ ଓ କୁନ୍ତୀ ପ୍ରସ୍ତାବ ଦେଲେ, କିନ୍ତୁ ସେ ରାଜି ହେଲେନି

From Silence to Strategy: ନିରବତା ପରେ ପୁଣି ସକ୍ରିୟ ହେଉଛନ୍ତି ନବୀନ; ବିଜେପି ପାଇଁ ସତର୍କ ଘଣ୍ଟି

NHRC Cracks Down on Unsafe Sleeper Buses: ବେପରୁଆ ଭାବରେ ଚାଲୁଛି ସ୍ଲିପର ବସ; ଅପରାଧିକ ଅବହେଳା ବୋଲି କହିଲେ କମିଶନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)