/odishatv-khabar/media/media_files/2025/12/05/barabati-2025-12-05-18-18-04.jpg)
Barabati Photograph: (OTV)
ଧାଡ଼ିରେ ଥିଲେ ଜଣେ ମାଉସୀ । ଭାରତ ଖେଳାଳି ତାଙ୍କର ଭାରି ପସନ୍ଦ । ସେ କୋଇଲିର ଖେଳ ଦେଖିବାକୁ ଆସିବେ । ସେଥିପାଇଁ ରାତିରୁ ଧାଡ଼ିରେ ବସିଛନ୍ତି ଯେ ସକାଳ ହେବାକୁ ବସିଲାଣି । କାହାର କାହାର ଖେଳ ହେଉଛି କିଏ ଖେଳୁଛି କେଉଁ ଦିନ ଖେଳ ହେବ କିଛି ଜାଣିନାହାନ୍ତି କି ଜାଣିବା ଦରକାର ବି ନାହିଁ । କାରଣ ସେ ନିଜେ ଖେଳ ଦେଖିବେ ନାହିଁ । କିଏ ଖେଳ ଦେଖିବ ସେ ବି ଜାଣିନାହାନ୍ତି କିନ୍ତୁ କହୁଛନ୍ତି ରାତି ଅଧରୁ ବସିଛି ଟିକେଟ ନେବି ଯିବି।
ଆଉ ଏ ମାଉସୀଙ୍କ କଥା ତ ଆହୁରି ସାଂଘାତିକ । ବୟସ ୬୦ରୁ ଅଧିକ ହେବ । ଚାଦର ଘୋଡ଼ାଇ ହୋଇ ଥଣ୍ଡା କାକର ରାତିରେ ହାତରେ ଆଧାର କାର୍ଡ ଧରି ଛିଡ଼ା ହୋଇଛନ୍ତି । ଯେତେ ଯାହା ପଚାରିଲେ ଖାଲି ଠାରରେ ଠାରରେ ଯାହା ଠାରି ଦେଉଛନ୍ତି । ଆଉ ଜଣେ ମାଉସୀ କିନ୍ତୁ କିଏ ଖେଳିବ ଜାଣି ନାହାନ୍ତି କହୁଛନ୍ତି ପୁଅ ଦେଖିବ ବୋଲି ଟିକେଟ ପାଇଁ ଆସିଛି ।
ମାଉସୀ କିନ୍ତୁ କିଛି ଜାଣି ନାହାନ୍ତି । ଯାହା ପଚାରିଲେ ଖାଲି ହସି ପକାଉଛନ୍ତି ଆଉ ଉତ୍ତର ଦେଉଛନ୍ତି, ମୁଁ କିଛି ଜାଣିନି । ପ୍ରତିବର୍ଷ ଆସେ କ୍ରିକେଟ ଦେଖେ କିନ୍ତୁ କମ୍ ଦେଖେ । ଆଉ ବେଶୀ ପଚାରିବାରୁ ମାଉସୀ ପାଖରେ ଥିବା ଝିଅକୁ କହୁଛନ୍ତି ଝିଅ ତୁ ଟିକେ କହିଦେ । ଘୋଡ଼ିଘାଡ଼ି ହୋଇ ବସିଥିବା ମାଉସୀଜଣକ କିନ୍ତୁ କହିଦେଲେ ଟିକେଟ ପାଇଁ ବସିଛି । ଆଉ କିଛି ମୁଁ ଜାଣିନି ।
ଆଉ ଏଯାଏ ଯାହା କେହି କହୁନଥିଲେ, ସେ ଗୁମର ଫିଟାଇ ଦେଲେ ଜଣେ ମାଉସୀ । କାହା ପାଇଁ ଟିକେଟ ନେବ ବୋଲି ପଚାରିଦେବାରୁ ମାଉସୀ ଯାହା କହିଲେ ଶୁଣିଲେ ଆପଣଙ୍କ ମୁଣ୍ଡ ବି ଘୂରି ଯିବ । ମାଉସୀ ସିଧା ସିଧା କହିଲେ କାହା ପାଇଁ ନେବୁ କଣ, ଯିଏ ପଇସା ଦେବ ତା ପାଇଁ ନେବୁ । ଗରିବ ଲୋକ ଆମେ । ସାହିପଡ଼ିଶା ମିଶି ଅଟୋରେ ଆସିଛୁ ଆଠ ଦଶଜଣ । ଟିକେଟ ନେବୁ । ଯିଏ ଅଧିକ ପଇସା ଦେବ ତାକୁ ଦେଇଦେବୁ । ରାତି ଅନିଦ୍ରା ହୋଇ ବସିଛୁ । କଣ ହଜାରେ ଦେଲେ ଦେଇଦେବୁ । ଦି ହଜାର ଖଣ୍ଡେ ଯିଏ ଦେବ ତାକୁ ଟିକେଟ ଦେଇଦେବୁ କହିଲେ ମାଉସୀ ।
ଟିକେଟ୍ ଯାଉଛି ଭାୟା ବସ୍ତିବାସିନ୍ଦା
ଧାଡ଼ିରେ ରାତିରୁ ଛିଡ଼ା ହୋଇଥିବା ବସ୍ତିର ଏ ଲୋକମାନେ କାହା ପାଇଁ ଟିକେଟ ନେଉଛନ୍ତି ଏବଂ କାହାକୁ ଦେବେ ତାହା ଏଯାଏଁ ଟିକେ ଟିକେ ଜଣାପଡ଼ି ଗଲାଣି। ଏ ସମସ୍ତେ ବ୍ଲାକରଙ୍କୁ ଦେବାକୁ ନେଉଥିବା ପ୍ରାୟତଃ ସ୍ପଷ୍ଟ । ତେବେ ଆମର ଏକ ଟେଲିଫୋନ୍ ବାର୍ତ୍ତାଳାପ ହସ୍ତଗତ ହୋଇଛି । ଏଥିରୁ କ୍ଲିୟର ଜଣାପଡୁଛି, ଏମାନେ ଯେଉଁ ରାତି ଅଧରୁ ଧାଡ଼ି ଲଗାଇ ଟିକେଟ ନେଉଛନ୍ତି ପ୍ରକୃତରେ କାହାପାଇଁ ନେଉଛନ୍ତି ।
ଆଉ ଏଇମାନଙ୍କ ପାଇଁ ଯେଉଁମାନେ ପ୍ରକୃତ ଖେଳପ୍ରେମୀ ସେମାନେ ଯେ କେତେ ହଇରାଣ ହରକତ ହେଉଛନ୍ତି ତାହା ବି ଜଣାପଡୁଛି । କିଛି ଜାଣିନାହାନ୍ତି, ଟିକେଟ ନେଇଯାଉଛନ୍ତି । ହେଲେ ପ୍ରକୃତରେ ଖେଳପ୍ରେମୀ ହଇରାଣ ହେଉଛନ୍ତି । ଆମେ ଧାଡ଼ିରେ ଛିଡ଼ା ହୋଇ ଟିକେଟ ପାଉନୁ, କିନ୍ତୁ ବ୍ଲାକର ପାଇଯାଉଛନ୍ତି ବୋଲି କ୍ଷୋଭର ସହ କହୁଛନ୍ତି ଧାଡିରେ ଥିବା ଅନେକ ଯୁବକଯୁବତୀ । ।
ଏ ଘଟଣା କେବଳ ଆଜିର ନୁହେଁ । ବର୍ଷ ବର୍ଷ ଧରି ଯେବେ ବି ବାରବାଟୀରେ ମ୍ୟାଚ ହୁଏ, ଏଭଳି ପରିସ୍ଥିତି ସୃଷ୍ଟି ହୁଏ । କିନ୍ତୁ ନା ପୋଲିସ ନା ପ୍ରଶାସନ ଏଥିରେ କେହି ଲଗାମ ଲଗାଇବାରେ ସଫଳ ହୋଇପାରୁନାହାନ୍ତି ।
Diplomatic Strike: ପୁଟିନଙ୍କ ଆଗରେ ପହଲଗାମ ଏବଂ କ୍ରୋକସ୍ ସିଟି ହଲ୍ କଥା ଉଠାଇଲେ ମୋଦି, ପାକିସ୍ତାନକୁ ଟାର୍ଗେଟ

A Mother’s Plea, A Warrior’s Oath: କୁନ୍ତୀ ଓ କର୍ଣ୍ଣ ସମ୍ବାଦ ଏବଂ ପାଣ୍ଡବଙ୍କ ସେନାପତି ଚୟନ କଥା

Big Shake-Up Ahead: ‘ଦୁଇ କୋଚ୍’ ନୀତି ଆପଣାଇବ କି ବିସିସିଆଇ; ଟି-୨୦ ବିଶ୍ୱକପ୍ ପରେ ହୋଇପାରେ ବଡ଼ ପରିବର୍ତ୍ତନ

MBA Student Found Dead: ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କୁ ହତ୍ୟା ! ମୃତକ MBA ଦ୍ୱିତୀୟ ବର୍ଷର ଛାତ୍ର

IndiGo Crisis: ଆଜି ଦିଲ୍ଲୀ ଏୟାରପୋର୍ଟରୁ ସବୁ ବିମାନ ବାତିଲ୍ , ଯାତ୍ରୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ଓ ଆକ୍ରୋଶ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)