Advertisment

Countdown to Barabati: ଡିସେମ୍ବର ୯ରେ ବାରବାଟୀ ଟକ୍କର, ୫ରେ କାଉଣ୍ଟରରେ ମିଳିବ ୧୦ ହଜାର ଟିକେଟ୍

କଟକରେ ଖେଳାଯିବାକୁ ଥିବା ଟି ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ଲାଗି ପ୍ରସ୍ତୁତ ହେଉଛି ବାରବାଟୀ। ଏଥର ଶୃଙ୍ଖଳିତ ମ୍ୟାଚ୍ ଆୟୋଜନ ନେଇ ପ୍ରଶାସନ ଜି ଜାନ୍ ଲଗାଇଥିବା ବେଳେ ଏପଟେ ଏଥର ଦର୍ଶକଙ୍କୁ କିଛି ନୂଆ ଅନୁଭୂତି ଦେବାକୁ ଯୋଜନା କରିଛି ଓସିଏ।

author-image
Tapan Swain
Barabati

Barabati Photograph: (OTV)

ଡିସେମ୍ବର ୯ରେ ବାରବାଟୀ ଟକ୍କର। ଜମିବ ଫଟାଫଟ୍ କ୍ରିକେଟର ମହା ଆସର। ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା। କଟକରେ ଖେଳାଯିବାକୁ ଥିବା ଟି ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ଲାଗି ପ୍ରସ୍ତୁତ ହେଉଛି ବାରବାଟୀ। ଏଥର ଶୃଙ୍ଖଳିତ ମ୍ୟାଚ୍ ଆୟୋଜନ ନେଇ ପ୍ରଶାସନ ଜି ଜାନ୍ ଲଗାଇଥିବା ବେଳେ ଏପଟେ ଏଥର ଦର୍ଶକଙ୍କୁ କିଛି ନୂଆ ଅନୁଭୂତି ଦେବାକୁ ଯୋଜନା କରିଛି ଓସିଏ। ଏପଟେ ମ୍ୟାଚ୍ ପାଇଁ ଆସନ୍ତାକାଲିଠୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେଉଥିବା ଘୋଷଣା କରିଛି ଓସିଏ।...

Advertisment

କମ୍ପିବ ବାରବାଟୀ, ଜମିବ ଫଟାଫଟ୍ କ୍ରିକେଟ୍ ମହାସମର। ଆସନ୍ତା ୯ରେ ଟି-ଟ୍ବେଣ୍ଟିରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା। ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚକୁ ନେଇ ଉତ୍ସାହିତ ଓସିଏ। ମ୍ୟାଚ୍ ପାଇଁ ଏବେ ଜୋରଦାର ଆୟୋଜନ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ପିଚ୍ଠୁ ଆଉଟ୍ ଫିଲ୍ଡ, ଗ୍ୟାଲେରୀରୁ ପାଭିଲିୟନ୍ ସବୁକୁ ଫିଟ୍ କରିବାକୁ କାମରେ ଲାଗଛନ୍ତି କର୍ମଚାରୀ। ୟା ଭିତରେ ଷ୍ଟାଡିୟମର ସ୍ଥିତି ପରଖି ରିପୋର୍ଟ ମଧ୍ୟ ଦେଇଛନ୍ତି ଆଇଆଇଟି ଖଡ଼ଗପୁର ଓ ଆଇଆଇଟି ଭୁବନେଶ୍ବରର ଟିମ। 

ଜଣେ ଦର୍ଶକଙ୍କ ପାଇଁ ୨୨ ଇଞ୍ଚ ଜାଗା

ଏଥର ବାରବାଟୀ ଗ୍ୟାଲେରୀରେ ସିଟ୍ ସଂଖ୍ୟା କମିଛି। ଗ୍ୟାଲେରୀରେ ଲୋକ ଯେପରି ଭଲଭାବେ ମ୍ୟାଚ୍ ଦେଖିପାରିବେ ସେଥିପାଇଁ ପ୍ରତି ଦର୍ଶକଙ୍କ ପାଇଁ ୨୨ ଇଞ୍ଚ ଜାଗା ବ୍ୟବସ୍ଥା ହୋଇଛି। ମୋଟ୍ ୪୨ ହଜାର ଟିକଟ୍ ମଧ୍ୟରୁ ୨ ହଜାର ଟିକଟ୍ କାଲିଠାରୁ ଅନଲାଇନରେ ବିକ୍ରି ହେବ। ୩ ଓ ୪ ତାରିଖରେ ଓସିଏ କନଫରେନ୍ସ ହଲରେ ଅନୁବନ୍ଧିତ ସଂସ୍ଥାଗୁଡିକୁ ଟିକଟ ବିକ୍ରି କରାଯିବ। ୫ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ୧୦ ହଜାର ଟିକେଟ୍ ବିକ୍ରି ହେବ।

Advertisment

ମ୍ୟାଚର ଶୃଙ୍ଖଳିତ ଆୟୋଜନ ଲାଗି ପୂରା ପ୍ରସ୍ତୁତିରେ ରାଜ୍ୟ ସରକାର। ଗତକାଲି ବାରବାଟୀରେ ସବୁ ଆୟୋଜନର ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି। ଗତବର୍ଷ ମ୍ୟାଚ୍ ବେଳେ ଫ୍ଲଡ୍ ଲାଇଟ ବନ୍ଦ ହେବାରୁ ମ୍ୟାଚ୍ ପରିଚାଳନା ନେଇ ଓସିଏ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ଚଳିତ ବର୍ଷ ଗୋଟିଏ ଫ୍ଲଡଲାଇଟ ପାଇଁ ଦୁଇଟି ଲେଖାଏଁ ଡିଜିସେଟ୍ ର ବ୍ୟବସ୍ଥା ହୋଇଛି।

ଭୁବନେଶ୍ୱର-କଟକ ରାସ୍ତା ମରାମତି, ସୌନ୍ଦର୍ଯ୍ୟକରଣ, ଖେଳାଳିଙ୍କ ସୁରୁଖୁରୁରେ ଯିବା ଆସିବା, ଟ୍ରାଫିକ୍ ବ୍ୟବସ୍ଥା ଲାଗି ସବୁ ବନ୍ଦୋବସ୍ତ ହୋଇଛି। ସେହିଭଳି ଖେଳାଳିମାନେ ରାସ୍ତାରେ ଯିବା ବେଳେ ଓଡ଼ିଶା ଅସ୍ମିତାର ପ୍ରଚାର ପ୍ରସାର ସ୍ବରୂପ ଓଡ଼ିଶା ସଂସ୍କୃତି, ପରମ୍ପରାର ଝଲକ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ହୋଇଛି।

ଏଥର ମ୍ୟାଚ୍ ବେଳେ ବାରବାଟୀରେ କିଛି ନୂଆ ଦେଖିବାକୁ ପାଇବେ କ୍ରିକେଟ ପ୍ରେମୀ। ପ୍ରଥମ ଥର ଡିଜିଟାଲ ମଲ୍ଟିପ୍ଲେକ୍ସ ଲାଇଟ ସାଉଣ୍ଡ କନସର୍ଟର ଆୟୋଜନ କରାଯିବ। ମ୍ୟାଚ ପୂର୍ବରୁ ଏବଂ ମ୍ୟାଚରେ ବ୍ରେକ ସମୟରେ ଫ୍ଲଡ ଲାଇଟରେ ଇନଷ୍ଟଲ ହୋଇଥିବା ସଫ୍ଟୱେର ଜରିଆରେ ଲାଇଟ ଆଣ୍ଡ ସାଉଣ୍ଡ ସୋ ଦେଖିବାକୁ ମିଳିବ। ଏପଟେ ଟିକେଟ୍ ବିକ୍ରି ଘୋଷଣା ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଥମ ଟିକଟ ଦେଇ ପୂଜାର୍ଚ୍ଚନା କରିଛି ଓସିଏ। ସେହିଭଳି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଟିକେଟ ଦେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି। 

T20 Barabati Stadium
Advertisment
Advertisment