Advertisment

T-20 Match Rush: ବାରବାଟୀ T-20 ମ୍ୟାଚ୍ ପାଇଁ ଆଜିଠୁ ଅନଲାଇନ୍ ଟିକେଟ୍ ବିକ୍ରି, ଅବ୍ୟବସ୍ଥା ଏଡ଼ାଇବାକୁ ବନ୍ଦୋବସ୍ତ

୨୩ ହଜାର ଟିକେଟ୍ ବିକ୍ରି ହେବ, ୧୮ ହଜାର ୪ ଶହ କମ୍ପ୍ଲିମେଣ୍ଟାରୀ ପାସ୍ ବଣ୍ଟାଯିବ। ଅନଲାଇନରେ କେବଳ ୨ ହଜାର ଟିକେଟ୍ ବିକ୍ରି ହେବ। ବାକି ୫ ତାରିଖରେ କାଉଣ୍ଟରରେ ଟିକେଟ୍ କିଣି ନେଇପାରିବେ ଦର୍ଶକ।

author-image
Tapan Swain
BARABATI-T20

BARABATI-T20 Photograph: (OTV)

ବାରବାଟୀ T-20 ମ୍ୟାଚ୍ ପାଇଁ ଆଜିଠୁ ଅନଲାଇନ୍ ଟିକେଟ୍ ବିକ୍ରି ହେବ। ଏନେଇ ସୂଚନା ଦେଇଛନ୍ତି OCA ସମ୍ପାଦକ ସଞ୍ଜୟ ବେହେରା। ଏଥର ୨ ହଜାର ସିଟ୍ କମିବା ପରେ ୪୨ ହଜାର ଦର୍ଶକ ମ୍ୟାଚ୍ ଦେଖିବେ। ସେଥିରୁ ୨୩ ହଜାର ଟିକେଟ୍ ବିକ୍ରି ହେବ, ୧୮ ହଜାର ୪ ଶହ କମ୍ପ୍ଲିମେଣ୍ଟାରୀ ପାସ୍ ବଣ୍ଟାଯିବ। ଅନଲାଇନରେ କେବଳ ୨ ହଜାର ଟିକେଟ୍ ବିକ୍ରି ହେବ। ବାକି ୫ ତାରିଖରେ କାଉଣ୍ଟରରେ ଟିକେଟ୍ କିଣି ନେଇପାରିବେ ଦର୍ଶକ।

Advertisment

ଗତ ଥର ମ୍ୟାଚ ବେଳେ ଟିକେଟ୍ ବିକ୍ରି ବେଳେ ବ୍ୟାପକ ବିଭ୍ରାଟ ଦେଖିବାକୁ ମିଳିଥିଲା। କାଉଣ୍ଟରରେ ପ୍ରବଳ ଭିଡ଼ ହେବା ସହ ଠେଲାପେଲା ସ୍ଥିତି ଉପୁଜିଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ଟିକେଟ୍ ବିକ୍ରିରେ ଅବ୍ୟବସ୍ଥା ଏଡ଼ାଇବାକୁ ବନ୍ଦୋବସ୍ତ ହୋଇଥିବା କହିଛନ୍ତି ଓସିଏ ସମ୍ପାଦକ। ତାସହ ମ୍ୟାଚ୍ ବେଳେ ଲାଇଟ୍ କଟି ଯାଇଥିଲା, ତେଣୁ ଏଥର ଲାଇଟ୍ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଦୋହରାଇଛନ୍ତି।...୯ ତାରିଖରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଖେଳାଯିବ।

ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଟିକେଟ୍

ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ମ୍ୟାଚ୍ ଦେଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଟିକେଟ୍। ଓସିଏ କର୍ମକର୍ତ୍ତା ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଟିକେଟ୍ ଦେଇଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏସନ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା ଗତ ସନ୍ଧ୍ୟାରେ ଏହି ଟିକେଟ ଦେଇଛନ୍ତି।...

Advertisment

ଜଗା ଶରଣରେ ଓସିଏ

ମ୍ୟାଚ୍ ପୂର୍ବରୁ ଗତକାଲି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିବା ସହ ପ୍ରଥମ ଟିକେଟକୁ ସମର୍ପଣ କରିଛନ୍ତି ଓସିଏ କର୍ମକର୍ତ୍ତା। ମହାପ୍ରଭୁଙ୍କ ଦର୍ଶନ କରିବା ସହ ବାରବାଟୀରେ ଅନୁଷ୍ଠିତ ଟି-20 ମ୍ୟାଚ୍ କିଭଳି ସୁରୁଖୁରୁରେ ସମ୍ପାଦିତ ହେବ ସେନେଇ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଟିମ୍ ଇଣ୍ଡିଆର ବିଜୟ ମଧ୍ୟ କାମନା କରିଛନ୍ତି । 

T20 Barabati Stadium
Advertisment
Related Articles
Advertisment