ସଂକ୍ଷେପରେ ଆଜିର ତାଜା ଖବର - Friday, 26 May 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବାଲେଶ୍ୱରିଆଙ୍କୁ ୧୨ ବର୍ଷ ତଳେ ଲଲିପପ୍ ଧରେଇଥିଲେ କି ନବୀନ ?

ବାଲେଶ୍ୱର ସହରବାସୀଙ୍କୁ ୧୨ ବର୍ଷ ତଳେ ଲଲିପପ୍ ଧରେଇ ଦେଇଥିଲେ କି ମୁଖ୍ୟମନ୍ତ୍ରୀ ? ହେଲେ ୧୨ ବର୍ଷ ପରେ ଏବେ ଦେଖିଲା ବେଳକୁ ସେ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ତ ତ ହେଲାନି, ସେଇ ଯାଗାରେ ବାଲେଶ୍ୱର-ଭଦ୍ରକ ଅର୍ବାନ୍ ଟ୍ରାନ୍ସପୋର୍ଟର ୧୦, ୧୫ଟି ସିଟିବସ୍ ରହଣି ପାଇଁ ନିର୍ମାଣ କାମ ଚାଲିଛି । More

ସରିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା; ମନ୍ଦିରକୁ ପ୍ରବେଶ କଲେ ଦେବଦମ୍ପତି

ନାଚ ଗୀତରେ ଦୁଲୁକୁଛି ସାରା ସହର । ରାଜରାସ୍ତାରେ ପାରମ୍ପରିକ ସହ ଆଧୁନିକ ନୃତ୍ୟ ପରିବେଷଣ କରୁଛନ୍ତି ଶହ ଶହ କଳାକାର । ଦେବ ଦମ୍ପତ୍ତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ଅବସରରେ ସମ୍ବଲପୁରରେ ଦେଖିବାକୁ ଦେଖିବାକୁ ମିଳିଛି ଓଡ଼ିଶା ସହ ବିଭିନ୍ନ ରାଜ୍ୟର ଲୋକନୃତ୍ୟ ଓ ଲୋକଗୀତର ସମ୍ଭାର । More

ନବ ଦାସ ହତ୍ୟା ମାମଲା : ସରକାରଙ୍କୁ ଘଣ୍ଟ ଘୋଡ଼େଇବାରେ ସଫଳ ହେଲା କି ବୋଥ୍ରା ଟିମ୍‌ ?

ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କୁ କେଉଁ ବ୍ୟକ୍ତିଗତ ଆକ୍ରୋଶ ପାଇଁ ହତ୍ୟା କଲା ଗୋପଳ ଦାସ ? ଏମିତି କଣ ବ୍ୟକ୍ତିଗତ ରାଗ ଥିଲା, ଯାହା ପାଇଁ ଜଣେ ମନ୍ତ୍ରୀଙ୍କୁ ବି  ଗୁଳି କରିବାକୁ ପଛାଇଲାନି ଗୋପାଳ ଦାସ ? ଏମିତି କେଉଁ ବିବାଦ ପରିପ୍ରେକ୍ଷୀରେ ମନ୍ତ୍ରୀ ନବ ଦାସ ଓ ତାଙ୍କ ସମର୍ଥଙ୍କ ପକ୍ଷରୁ ଗୋପାଳର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା ? More

ସ୍ନାନ ପୂର୍ଣ୍ଣମୀ ଆଗରୁ ସରିବ ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ?

ଅଧାପନ୍ତରିଆ ଅବସ୍ଥାରେ ପରିକ୍ରମା ପ୍ରକଳ୍ପ । ଏଣେ ମୁଣ୍ଡ ଉପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । କେମିତି ବଡ଼ଦାଣ୍ଡରେ ଛିଡ଼ା ହୋଇ ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ ? More

ଜମି କିଣାବିକା ପାଇଁ ଅନଲାଇନ ସ୍ଲଟ୍ ବୁକିଂ ବାଧ୍ୟତାମୂଳକ, ଜାଣନ୍ତୁ କେମିତି କରିବେ ବୁକିଂ ?

ଜମି କିଣାବିକାରେ ବଦଳିଲା ନିୟମ । ଏଣିକି ଜମି ରେଜିଷ୍ଟ୍ରେସନ ପାଇଁ ବାଧ୍ୟତାମୂଳକ ଅନଲାଇନ ସ୍ଲଟ୍ ବୁକିଂ । ବିନା ସ୍ଲଟ ବୁକିଂରେ ହୋଇ ପାରିବନି ଜମି କିଣାବିକା । ଇନସ୍ପେକ୍ଟର ଜେନେରାଲ ଅଫ ରେଭେନ୍ୟୁ ପକ୍ଷରୁ ପ୍ରକାଶିତ ହୋଉଛି ଏହି ବିଜ୍ଞପ୍ତି। More

ଏଲନିନୋ ପ୍ରଭାବରେ ଜୁନରେ କମିବ ମୌସୁମୀ ବର୍ଷା

ଏଥର ଜୁନରେ ନିଅଣ୍ଟିଆ ବର୍ଷା! ମୌସୁମୀ ଉପରେ ପଡିବ ଏଲନିନୋର ପ୍ରଭାବ ମୌସୁମୀ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ ଚିନ୍ତା ବଢାଇ ଦେଇଛି । More

୯ ବର୍ଷ ବନାମ ୨୩ ବର୍ଷ; ଗ୍ରାଉଣ୍ତରେ ଆରମ୍ଭ ହୋଇଗଲାଣି ବ୍ରାଣ୍ତ ଲଢ଼େଇ !

ମୋଦି ସରକାରର ୯ ବର୍ଷ ବାନାମ୍ ନବୀନ ସରକାରର ୨୩ ବର୍ଷ । ମୋଦିଙ୍କ ସଫଳ ଯୋଜନା ବନାମ୍ ନବୀନଙ୍କ ବିକାଶ ବାର୍ତ୍ତା । ବିଜେପିର ମେଗା ଜନ ସଂପର୍କ ଯାତ୍ରାକୁ କାଉଣ୍ଟର କରିବାକୁ ବିଜେଡିର ପ୍ଲାନ୍ ଭୋଟ ପୂର୍ବରୁ ଗ୍ରାଉଣ୍ଡରେ ଭିଡ଼ାଭିଡ଼ି । More

ନବ ଦାସ ହତ୍ୟା ମାମଲା: FBI ସହାୟତା ମାଗି ନାହାନ୍ତି ରାଜ୍ୟ ସରକାର ?

ଲିଗାଲ୍ ସେଲ୍‌କୁ କୌଣସି ପ୍ରସ୍ତାବ ଆସିନଥିବା କହିଲା ଗୃହ ମନ୍ତ୍ରାଳୟ । More

‘ପୂର୍ବରୁ କି ଏବେ, କେବେ ବି ଗୋପାଳ ପାଗଳ ନଥିଲା’

ପୂର୍ବ ଶତ୍ରୁତାରୁ ନବ ଦାସଙ୍କୁ ମାରିଥିଲା ଗୋପାଳ? ୧୧୮ ଦିନ ପରେ ଦାଖଲ ହେଲା ଚାର୍ଜସିଟ୍‌ । ୫୪୩ ପୃଷ୍ଠାର ଚାର୍ଜସିଟ୍‌ କରିଛି ପୋଲିସ୍‌ । More

ତହସିଲଦାରଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ମାଟି ମାଫିଆ

ତହସିଲଦାରଙ୍କୁ ପିଟିଲେ ମାଟି ମାଫିଆ । ଆକ୍ରମଣରେ ପର୍ଜଙ୍ଗ ଆର୍‌ଆଇ ଓ କନିଷ୍ଠ କିରାଣି ମଧ୍ୟ ଆହତ ହୋଇଛନ୍ତି । More

ଜୁନ୍‌ରେ ଶିଳାନ୍ୟାସ, ଖୁବ୍‌ଶୀଘ୍ର ଆରମ୍ଭ ହେବ ମେଟ୍ରୋ କାମ...

ପରବର୍ତ୍ତୀ ସମୟରେ ଜଟଣୀ ଓ ପୁରୀକୁ ମେଟ୍ରୋ ଟ୍ରେନ ଯିବା ପାଇଁ ଯୋଜନା କରାଯାଉଥିବା ନଗର ଉନ୍ନୟନ ସଚିବ ସୂଚନା ଦେଇଛନ୍ତି । More

Weather News: ନିଅଣ୍ଟିଆ ବର୍ଷା ସମ୍ଭାବନା ! ଚିନ୍ତାରେ ଚାଷୀ..

ଜୁନରୁ ସେପ୍ଟେମ୍ବର ମଧ୍ୟରେ ବର୍ଷାର ପରିମାଣ ସ୍ୱାଭାବିକ ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । More

ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସକୁ ବାନ୍ଧିଲା ପୋଲିସ

ଗଞ୍ଜେଇ ଚାଲାଣ ବେଳେ ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ୍ ହାତରେ ଧରା ପଡିଛନ୍ତି ତେଲେଙ୍ଗାନା ପୋଲିସ। More

କ୍ରାଇମବ୍ରାଞ୍ଚର ସାଂଘାତିକ ତଥ୍ୟ: ‘ଗୋପାଳ ପାଗଳ ନୁହେଁ କି ନଥିଲା...ବ୍ୟକ୍ତିଗତ ଆକ୍ରୋଶ ରଖି ନବ ଦାସଙ୍କୁ ହତ୍ୟା କରିଥିଲା’

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ବ୍ୟକ୍ତିଗତ ଆକ୍ରୋଶ ରଖି ଗୋପାଳ, ନବ ଦାସଙ୍କୁ ହତ୍ୟା କରିଥିବା ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି। More

ନବ ଦାସ ହତ୍ୟା ମାମଲା, ଦାଖଲ ହେଲା ଚାର୍ଜସିଟ୍

ନବ ଦାସ ହତ୍ୟା ମାମଲାରେ ଦାଖଲ ହେଲା ଚାର୍ଜସିଟ୍ । ଗତ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ହତ୍ୟା କରାଯାଇଥିବା ବେଳେ ଆସନ୍ତା ୨୯ରେ ହତ୍ୟାକୁ ପୁରିବ ୪ ମାସ । More

କେଵେ ହେବ ଲାଇଫଗାର୍ଡ ସ୍ଥାୟୀ ନିଯୁକ୍ତି ,ଅଶାନ୍ତ ସମୁଦ୍ରରୁ ପର୍ଯ୍ୟଟକଙ୍କୁ କିଏ ଦେବ ସୁରକ୍ଷା ?

ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ, ଲାଇଫଗାର୍ଡ ନିଯୁକ୍ତି ହେଉନାହାନ୍ତି, ଫଳରେ ବେଳାଭୂମିରେ ବାରମ୍ବାର ଘଟୁଛି ଦୁର୍ଘଟଣା । More

ଏଣିକି ଆଉ ଖସି ପାରିବେନି: ଟ୍ରାଫିକ ନିୟମ ଭାଙ୍ଗି ଫାଇନ୍‌ ନଦେଲେ ମାମଲା ରୁଜୁ

ଟ୍ରାଫିକ ନିୟମ ଭାଙ୍ଗିବା ପରେ ଯେଉଁମାନେ ଜରିମାନା ଦେଉ ନାହାନ୍ତି ସେମାନଙ୍କୁ ଟାର୍ଗେଟ କରାଯାଇଛି। ଯେଉଁମାନେ ୫ ଥର ଟ୍ରାଫିକ୍ ନିୟମ ଭାଙ୍ଗି ଜରିମାନା ଦେଇ ନାହାନ୍ତି ସେମାନଙ୍କ ନାଁରେ ମାମଲା ରୁଜୁ କରାଯିବ। More

ମେ’ ୨୮ରେ +୨ ରେଜଲ୍ଟ ତାରିଖ ଘୋଷଣା

ଆସନ୍ତା ମେ’ ୨୮ ତାରିଖରେ ଯୁକ୍ତ ୨ ରେଜଲ୍ଟ ତାରିଖ ଘୋଷଣା କରାଯିବ। ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ତାରିଖ ଘୋଷଣା ହେବ। More

ରାସ୍ତାକଡ଼ରୁ ହଟିବ ଅଚଳ ଗାଡ଼ି, ୭ ଦିନ ଭିତରେ ଗାଡ଼ି ମାଲିକ ନିଜ ଅକ୍ତିଆରକୁ ନନେଲେ ଉଠାଇ ନେବ BMC

ରାଜଧାନୀ ଭୁବନେଶ୍ୱରର ରାସ୍ତାକଡ଼ରେ ଅଚଳ ହୋଇ ପଡ଼ି ରହିଥିବା ଗାଡ଼ିକୁ ହଟାଇ ଦିଆଯିବ। ୭ ଦିନ ମଧ୍ୟରେ ଗାଡ଼ି ମାଲିକ ନିଜ ଅକ୍ତିଆରକୁ ଗାଡ଼ିକୁ ନେବା ଲାଗି ନୋଟିସ୍ ଦିଆଯାଇଛି । More

ଜଳିଗଲା ବରଗଡ଼ ସହରର ଡେଲି ମାର୍କେଟ୍

ଡେଲି ମାର୍କେଟରେ ଥିବା ପାଖାପାଖି ୧୦ରୁ ଅଧିକ ଦୋକାନ ଘର ଜଳିଯାଇଛି । More

ସମଦୂରତା ନାଁରେ ସମଝୌତାରେ ଚାଲିଛି କି ଶଙ୍ଖ ଦଳ ?

ବଦଳୁଛି କି ବିଜେଡିର ଆଭିମୁଖ୍ୟ? ମୋଦିଙ୍କ ଆଡକୁ ଢଳୁଛନ୍ତି କି ନବୀନ? ରାଜ୍ୟରେ ବିଜେପି ସହ ଲଢେଇ, ଦିଲ୍ଲୀରେ ଚାଲିଛି କି କୋଳୋକୋଳି ? ନିର୍ବାଚନ ପୂର୍ବରୁ ନୂଆ ସମୀକରଣ ନେଇ ବିଚାର କରୁଛି କି ଶଙ୍ଖ ଦଳ ? More

ଲୋକେ କେବେ ଜାଣିବେ, କାହାକୁ ମିଳିଛି ଆବାସ ଯୋଜନା ?

ପୁଣି ବାହାସ୍ଫୋଟ, ପୁଣି ଆବାସ ଘର ପ୍ରତିଶ୍ରୁତି ଭେଳିକି । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଗତକାଲି ନିଜ ବିଭାଗର କାର୍ଯ୍ୟ ସମୀକ୍ଷା ଅବସରରେ କହିଛନ୍ତି, ଖୁବଶୀଘ୍ର ୯ ଲକ୍ଷ ଆବାସ ରାଜ୍ୟରେ ବଣ୍ଟାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । More

ସକାଳେ ଟାଇଁ ଟାଇଁ ଖରା, ଅପରାହ୍ଣରେ ନିର୍ଦ୍ଧୁମ ବର୍ଷା !

ହଠାତ୍ ଉପକୂଳ ଓଡ଼ିଶାରେ ବଦଳିଲା ପାଗର ମିଜାଜ । କୋପ ଦେଖାଇଲା କାଳବୈଶାଖୀ । ବିଭିନ୍ନ ସ୍ଥାନରୁ କ୍ଷୟକ୍ଷତି ରିପୋର୍ଟ ମାଗିଲେ SRC । More

କେତେ ଶୁଦ୍ଧ ବଜାରରେ ମିଳୁଥିବା କ୍ଷୀର ? ଦେଶବ୍ୟାପୀ ନମୁନା ସଂଗ୍ରହ କରିବ FSSAI

ବଜାରରେ ମିଳୁଥିବା କ୍ଷୀର କେତେ ବିଶୁଦ୍ଧ ? ଆପଣ ଖାଉଥିବା ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ମାନ ଠିକ୍ ତ ? ଆଉ ଟଙ୍କା ଦେଇ କିଣୁଥିବା ଏଭଳି ଖାଦ୍ୟରେ କେଉଁଠି ଅପମିଶ୍ରଣର ଆଶଙ୍କା ନାହିଁ ତ ? More