• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ FBI ସହାୟତା ମାଗି ନାହାନ୍ତି ସରକାର । ଓଡ଼ିଶା ସରକାରଙ୍କ କୌଣସି ପ୍ରସ୍ତାବ ପାଇନଥିବା କହିଲା କେନ୍ଦ୍ର । RTI ଆବେଦନ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ସ୍ପଷ୍ଟୋକ୍ତି । ଲିଗାଲ୍ ସେଲ୍‌କୁ କୌଣସି ପ୍ରସ୍ତାବ ଆସିନଥିବା କହିଲା ଗୃହ ମନ୍ତ୍ରାଳୟ । ନବ ଦାସ ହତ୍ୟାର ତଦନ୍ତ ସହାୟତା ନେଇ ଆମେ କିଛି ଚିଠି ପାଇନୁ ବୋଲି କେନ୍ଦ ମନ୍ତ୍ରାଳୟ କହିଛି । 

ନବ ଦାସ ହତ୍ୟା ତଦନ୍ତରେ FBI ସହାୟତା ନିଆଯିବ ବୋଲି କହିଥିଲେ ରାଜ୍ୟ ସରକାର । ଏଥିପାଇଁ ଗୃହ ମନ୍ତ୍ରାଳୟକୁ ନିବେଦନ କରାଯାଇଥିବା କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫେବ୍ରୁଆରୀ ୨୨ରେ ବିଧାନସଭାରେ ବିବୃତି ଦେଇ କହିଥିଲେ ମୁଖ୍ୟମନ୍ତ୍ରୀ । ମାର୍ଚ୍ଚ ୨୭ରେ ମଧ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଲିଖିତ ଉତ୍ତରରେ FBI କଥା କହିଥିଲେ । ସେ କହିଥିଲେ, ଆବେଦନ କରାଯାଇଛି, ଗୃହ ମନ୍ତ୍ରାଳୟ ଉତ୍ତରକୁ ଅପେକ୍ଷା ।