Advertisment

ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କଲା ଆଇଏମଡି : ବର୍ଷା ନିଅଣ୍ଟିଆ ହେଲେ ଫସଲ କେମିତି ହେବ?

ଏଥର ଜୁନରେ ନିଅଣ୍ଟିଆ ବର୍ଷା! ମୌସୁମୀ ଉପରେ ପଡିବ ଏଲନିନୋର ପ୍ରଭାବ ମୌସୁମୀ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ ଚିନ୍ତା ବଢାଇ ଦେଇଛି ।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Rainfall Alert

ବର୍ଷା ଋତୁ ଆରମ୍ଭ ନହେଉଣୁ ବଢିଲା ଚାଷୀର ଚିନ୍ତା । ପାଣିପାଗ ବିଭାଗ ଆକଳନ କରିଛି ଯେ, ଏଥର ଜୁନ୍ ରେ ନିଅଣ୍ଟିଆ ବର୍ଷା ହେବ । ଏଲନିନୋ ପ୍ରଭାବରେ ସାରା ଦେଶରେ ଜୁନ୍ ମାସରେ କମିବ ବର୍ଷାର ପରିମାଣ। ତେବେ ଜୁନ୍‌ରୁ ସେପ୍ଟେମ୍ବର ଯାଏଁ ବର୍ଷା ସ୍ୱାଭାବିକ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ଜୁନ୍ ୪ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା ରହିଛି।

Advertisment

ଏଥର ଜୁନରେ ନିଅଣ୍ଟିଆ ବର୍ଷା! ମୌସୁମୀ ଉପରେ ପଡିବ ଏଲନିନୋର ପ୍ରଭାବ ମୌସୁମୀ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ ଚିନ୍ତା ବଢାଇ ଦେଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାକୁ ନେଇ ପାଣିପାଗ ବିଭାଗର ଲଙ୍ଗ ରେଞ୍ଜ ଫୋରକାଷ୍ଟ ଆକଳନ କରିଛି ଯେ, ଚଳିତ ଜୁନରେ ସାରା ଦେଶରେ ନିଅଣ୍ଟିଆ ବର୍ଷା ସମ୍ଭାବନା ରହିଛି । ଇଣ୍ଡିଆନ୍ ଓସେନ୍ ଡାଇପର ଏବଂ ଏଲନିନୋ ପ୍ରଭାବରେ କମିବ ବର୍ଷା। 

ତେବେ ସାମଗ୍ରିକ ଭାବେ ଚଳିତ ବର୍ଷ ମୌସୁମୀ ଋତୁରେ ଅର୍ଥାତ୍ ଜୁନରୁ ସେପ୍ଟେମ୍ବର ମଧ୍ୟରେ ସ୍ବାଭାବିକ ବର୍ଷା ହେବ। ଉତ୍ତର ପଶ୍ଚିମ ଭାରତରେ କିନ୍ତୁ ପୁରା ସିଜିନରେ କମ୍ ବର୍ଷା ରହିବ । ଏଠାରେ ମୌସୁମୀ ବର୍ଷାର ପରିମାଣ ୯୨ ପ୍ରତିଶତରୁ କମ୍ ରହିବା ନେଇ ଆକଳନ କରାଯାଇଛି । ତେବେ ପୂର୍ବ ଉତ୍ତର ଭାରତରେ ସ୍ୱାଭାବିକ ହେବ ମୌସୁମୀ ବର୍ଷା । ଏଠାରେ ବର୍ଷାର ପରିମାଣ ୯୪ ପ୍ରତିଶତରୁ ୧୦୬ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । 

Advertisment

ପାଣିପାଗ ବିଭାଗର ଆକଳନ ଅନୁଯାୟୀ କେନ୍ଦ୍ରାପଡାର ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି। ସାଧାରଣତଃ ଜୁନ୍ ମାସ ଚାଷବାସ ଆରମ୍ଭର ମାସ। ଏଇ ମାସରେ ବୁଣାବୁଣି ସହ ତଳି ପକା କାମ ସାରିଥାଏ ଚାଷୀ । ହେଲେ ବର୍ଷା ନହେଲେ ସବୁ ଫସର ଫାଟିଯିବ। ଚାଷୀଙ୍କ କହିବା କଥା, ବେଟାଇମରେ ଖାଇଲେ ଯେମିତି ପେଟ ଖରାପ ହୁଏ, ସେମିତି ଠିକ୍ ସମୟରେ ବର୍ଷା ନହେଲେ ପ୍ରଭାବିତ ହେବ ଫସଲ, ଅମଳ କମିଯିବ । ବର୍ତ୍ତମାନ ଧାନ, ମକା, ମାଣ୍ଡିଆ ଭଳି ଖରିଫ୍ ଫସଲ ସମୟ ହୋଇଥିବାରୁ ନିଅଣ୍ଟିଆ ବର୍ଷା ଆକଳନକୁ ନେଇ ଚିନ୍ତାରେ ଚାଷୀ।  

ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ୨୦୧୭ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ଜୁନ୍ ମାସରେ ନିଅଣ୍ଟିଆ ବର୍ଷା ହୋଇଛି। ୨୦୧୭ ଜୁନ୍ ରେ -୨ %, ୨୦୧୮ରେ -୩୦% ଏବଂ ୨୦୧୯ରେ -୩୩ % କମ୍ ବର୍ଷା ରେକର୍ଡ ହୋଇଥିଲା । ତେବେ ୨୦୨୦ରେ ରାଜ୍ୟରେ ଲାନିନୋ ପ୍ରଭାବରେ ଜୁନ୍ ମାସରେ ୧୫% ଅଧିକ ବର୍ଷା ରେକର୍ଡ ହୋଇଥିଲା । ହେଲେ ପୁଣି ୨୦୨୧ରେ ଜୁନ୍ ମାସରେ -୧୭ % ଏବଂ ୨୦୨୨ରେ –୩୭ % କମ ବର୍ଷା ରେକର୍ଡ ହୋଇଥିଲା।

ସେପଟେ ଜୁନ୍ ୪ ତାରିଖ ସୁଦ୍ଧା କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏଥର ଜୁନ୍ ପହିଲା ସୁଦ୍ଧା ମୌସୁମୀ କେରଳ ପହଞ୍ଚିବାର ସମ୍ଭାବନା ନାହିଁ। ଏଥିରେ ଟିକେ ବିଳମ୍ବ ହୋଇପାରେ। ତେବେ ମୌସୁମୀ କେବେ ସୁଦ୍ଧା ଓଡ଼ିଶା ପହଁଚିବ ସେନେଇ ଏବେଠୁ ପୂର୍ବାନୁମାନ କରାଯାଇପାରିବ ନାହିଁ ବୋଲି IMD ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହାରି ଭିତରେ ଜୁନ ମାସରେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

IMD Weather Update Rainfall Alert
Advertisment
Advertisment