Advertisment

ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସକୁ ବାନ୍ଧିଲା ପୋଲିସ

ଗଞ୍ଜେଇ ଚାଲାଣ ବେଳେ ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ୍ ହାତରେ ଧରା ପଡିଛନ୍ତି ତେଲେଙ୍ଗାନା ପୋଲିସ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
103 Kg Ganja Seized In Malkangiri

103 Kg Ganja Seized In Malkangiri

ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସକୁ ବାନ୍ଧିଲା ପୋଲିସ। ମାଲକାନଗିରିରେ ଏହି ଘଟଣା ଘଟିଛି। ଗଞ୍ଜେଇ ଚାଲାଣ ବେଳେ ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ୍ ହାତରେ ଧରା ପଡିଛନ୍ତି ତେଲେଙ୍ଗାନା ପୋଲିସ। କନେଷ୍ଟବଲଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି। ନାଇଟ୍ ପାଟ୍ରୋଲିଂ ସମୟରେ ଏମାନଙ୍କୁ କମଳା ପଦର ଅଞ୍ଚଳରୁ ଗିରିଫ କରାଯାଇଛି।

Advertisment

ଏମାନଙ୍କ ନିକଟରୁ ୧୦୩ କେଜି ଗଞ୍ଜେଇ ସମେତ ଦୁଇଟି କାର୍‌, ୩ଟି ଆଇଫୋନ୍, ATM କାର୍ଡ, ପାନକାର୍ଡ ଓ ଆଧାର କାର୍ଡ ଜବତ କରାଯାଇଛିl ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ। ମାଲକାନଗିରିରୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ସୂଚନା କାଲିମେଳା ଥାନା ଅଧିକାରୀ ଦେଇଛନ୍ତି।

୭ ଜଣ ଅଭିଯୁକ୍ତଙ୍କୁ NDPS ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛି କାଲିମେଳା ପୋଲିସ।

Advertisment
Ganja Seized
Advertisment
Advertisment