• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ମାନ ପରଖିବାକୁ ଦେଶବ୍ୟାପୀ ଆରମ୍ଭ ହେବ ଯାଞ୍ଚ୍ ପ୍ରକ୍ରିୟା । ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦରେ ଅପମିଶ୍ରମଣ ରୋକିବା ତଥା ଏହାର ମାନକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ FSSAI ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ଏହି ନମୁନା ଯାଞ୍ଚ ସର୍ଭେ । ଯାହାକୁ ଗ୍ରାହକ, ଦୁଗ୍ଧଚାଷୀ ଓ ବ୍ୟବସାୟୀ ସ୍ୱାଗତ କରିଛନ୍ତି ।

ବଜାରରେ ମିଳୁଥିବା କ୍ଷୀର କେତେ ବିଶୁଦ୍ଧ ? ଆପଣ ଖାଉଥିବା ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ମାନ ଠିକ୍ ତ ? ଆଉ ଟଙ୍କା ଦେଇ କିଣୁଥିବା ଏଭଳି ଖାଦ୍ୟରେ କେଉଁଠି ଅପମିଶ୍ରଣର ଆଶଙ୍କା ନାହିଁ ତ ? ଆଜିର ବ୍ୟସ୍ତବହୁଳ ସମୟରେ ଗ୍ରାହକଙ୍କ ମନରେ ଏଭଳି ପ୍ରଶ୍ନ ଆସୁଥିଲେ ବି ଏହାର ଉତ୍ତର ଖୋଜିବାକୁ କାହା ପାଖରେ ସମୟ ନାହିଁ ।

ତେଣୁ ତାକୁ ଦୃଷ୍ଟିରେ ରଖି ସାରା ଦେଶରେ କ୍ଷୀର, ଦହି, ଛେନା, ଘିଅ, ପନିର, ଖୁଆ, ଲହୁଣି ଭଳି ଦୁଗ୍ଧ ଓ ଦୁଗ୍ଧ ଜାତୀୟ ଖାଦ୍ୟ ପଦାର୍ଥର ମାନ ଯାଞ୍ଚ୍ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ- FSSAI । ତା ସହ ଆଇସ୍କ୍ରିମର ମଧ୍ୟ ମାନ ପରଖା ଯିବ । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସବୁ ଜିଲ୍ଲାରୁ ଉଭୟ ସଂଗଠିତ ଓ ଅସଂଗଠିତ କ୍ଷେତ୍ରରୁ ନମୁନା ସଂଗ୍ରହ କରାଯିବ । ଆଉ ଖାଦ୍ୟ ଅପମିଶ୍ରିତ ବୋଲି ଧରାପଡ଼ିଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ ।

କ୍ଷୀରରେ ବିଭିନ୍ନ ସମୟରେ ପାଣି ଓ ଡିଟରଜେଣ୍ଟ ଓ ଅନ୍ୟ ଅଣଖାଦ୍ୟ ଅପମିଶ୍ରିତ କରାଯାଇ ଏହାକୁ ବଜାରକୁ ଛଡ଼ାଯାଉଥିବା ଏବଂ ଅନ୍ୟ ଦୁଗ୍ଧଜାତ ଉତ୍ପାଦରେ ନକଲି ସାମଗ୍ରୀ ମିଶାଯାଉଥିବାର ନଜର ଆସୁଥିବାରୁ FSSAI ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଛି ।

ଜନସଂଖ୍ୟା ବୃଦ୍ଧି ସହ ଦୁଗ୍ଧ ଏବଂ ଓ ଦୁଗ୍ଧଜାତ ଉତ୍ପାଦର ଚାହିଦା ଦିନକୁ ଦିନ ବଢ଼ି ଚାଲିଛି । ଆଉ କିଛି ଅସାଧୁ ଓ ମୁନାଫାଖୋର ବ୍ୟବସାୟୀ ନୀତି ନୈତିକତା ଭୁଲି ଖାଦ୍ୟ ସାମଗ୍ରୀ ଅପମିଶ୍ରଣ ଭଳି ଅପରାଧ କରିବାକୁ ପଛାଉ ନାହାନ୍ତି । ତେଣୁ ଏଭଳି ଅପମିଶ୍ରଣ ଉପରେ ରୋକ ଲଗାଇବାକୁ FSSAI ପକ୍ଷରୁ ବିଭିନ୍ନ ସମୟରେ ସର୍ଭେ କରାଯାଇଛି । ପୂର୍ବରୁ ୨୦୧୧, ୧୬, ୧୮, ୨୦ ଏବଂ ୨୦୨୨ରେ ମଧ୍ୟ ଏଭଳି ସର୍ଭେ କରାଯାଇଥିଲା ।

ସେପଟେ FSSAIର ଏହି ପଦକ୍ଷେପକୁ ସାଧାରଣ ଖାଉଟିଙ୍କ ସହ ଦୁଗ୍ଧଚାଷୀ ଓ ଦୁଗ୍ଧ ବ୍ୟବସାୟୀ ସଂଘ ସ୍ୱାଗତ କରିଛି । ଦେଶରେ ଦୁଗ୍ଧ ଓ ଦୁଗ୍ଧ ଜାତ ସମଗ୍ରୀରୁ କୌଣସି ମହାମାରୀ ନବ୍ୟାପୀବା ଲାଗି FSSAI ବିଭିନ୍ନ ସମୟରେ ଏଭଳି ସର୍ଭେ କରି ଅପମିଶ୍ରଣକାରୀଙ୍କ ଉପରେ କଡ଼ା ନଜର ରଖି ଆସୁଛି ।

OTV is now on Whatsapp

Join and get latest news update delivered to you via whatsapp

Join Now