• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 05 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Tanmay Kumar Mahalik
  • 2 years ago

ସବୁ ବିଦାୟରେ ନଥାଏ ବିଷାଦ

ଆଗେ ଆଗେ ବ୍ୟାଣ୍ଡ୍ ବାଜା, ପଛେ ପଛେ ଛାତ୍ରଛାତ୍ରୀଙ୍କ ଗହଣରେ ଘଟଣାର ମୁଖ୍ୟ ଚରିତ୍ର । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ରଙ୍ଗପତି ସ୍କୁଲର ବିଦାୟୀ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ବିଶ୍ୱାଳ । More
  • Tanmay Kumar Mahalik
  • 2 years ago

ପୁନର୍ଜନ୍ମ ପାଇଲା ବିଜୁ ବାବୁଙ୍କ ଡାକୋଟା ବିମାନ

ବିଜୁ ବାବୁଙ୍କ ସନ୍ତକ ଓ ଅପାସୋରା ସ୍ମୃତି ବିଜଡ଼ିତ ଡାକୋଟା ବିମାନକୁ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଟର୍ମିନାଲ ୱାନ୍ ସମ୍ମୁଖରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି । More
  • Tanmay Kumar Mahalik
  • 2 years ago

ବିଜୁ ଜୟନ୍ତୀରେ ପଦାରେ ପଡ଼ିଲା ବିଜେଡି କନ୍ଦଳ

ଟିକଟ ପାଇଁ ଆଶା ଥିବା କଥା କହିଛନ୍ତି ଶୁଭେନ୍ଦୁ । ପୁରୀ ସହରରେ ସମାନ ଅବସ୍ଥା । ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ଗୋଷ୍ଠୀ ବିଜୁ ଜୟନ୍ତୀ ପାଳନ କରିଛନ୍ତି ପୃଥକ ପୃଥକ ଭାବେ । More
  • Tanmay Kumar Mahalik
  • 2 years ago

ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳିଲା ବିଜେପି

ସାଲେପୁର ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସଭାପତି ସମୀର ମହାନ୍ତି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ନିଶାନା ସାଧିଛନ୍ତି । କହିଛନ୍ତି ଲୋକେ ଭୋଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ, ହେଲେ ଶାସନ କିଏ କରୁଛନ୍ତି ରାଜ୍ୟବାସୀ ଜାଣିଗଲେଣି । More
  • Tanmay Kumar Mahalik
  • 2 years ago

ସରକାରୀ କାର୍ଯ୍ୟକ୍ରମ ଆଳରେ ବିଜେଡିରେ ଶକ୍ତି ପ୍ରଦର୍ଶନ !

ଗସ୍ତ ସମୟରେ ବିଜେଡି ନବୀନ ଓଡ଼ିଶାର ନାରା ଦେଇଥିବା ବେଳେ ବିରୋଧୀ ଏହାକୁ କଡ଼ା ସମାଲୋଚନା କରିଛନ୍ତି । ନବୀନଙ୍କ ଗସ୍ତ ବିକାଶ ପାଇଁ ନୁହେଁ ବରଂ ଭୋଟ୍ ପାଇଁ ବୋଲି ଅଭିଯୋଗ କରିଛନ୍ତି । More
  • Prangyan Parimita
  • 2 years ago

ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ : ରାତିରେ ପଶି ଆସି ଖଣ୍ଡାରେ ହାଣିଲା ପଡ଼ୋଶୀ

ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଦମ୍ପତିଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ More
  • Tanmay Kumar Mahalik
  • 2 years ago

ତତଲା କଡେଇରେ ସିଝିବ ସଡ଼ିଶା !

ଆଜି ୮ଟି ସ୍ଥାନରେ ୩୮ ଡିଗ୍ରୀ ଉପରେ ରହିଛି ପାରଦ । ଉଭୟ ସମ୍ବଲପୁର ଓ ତାଳଚେରରେ ଦିନର ସର୍ବାଧିକ ତାପମାତ୍ରା ୩୮.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ମଧ୍ୟ ୩୮ ଡିଗ୍ରୀ ଉପରେ ରହିଥିଲା । More
  • Prangyan Parimita
  • 2 years ago

‘ପାଣିରେ ବୁଡ଼ିଯାଇ ଚିନ୍ମୟୀଙ୍କ ମୃତ୍ୟୁ ଘଟିଛି’

ଆସିଲା ଚିନ୍ମୟୀଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ . . ଶବ ବ୍ୟବଚ୍ଛେଦ ରିପୋର୍ଟ ନେଇ ଏସପି ବି.ଗଙ୍ଗାଧରଙ୍କ ସୂଚନା More
  • Rajalaxmi Sahoo
  • 2 years ago

ବାଜିଲା DJ, ଉଠିଲା କୋକେଇ: ନାଚି ନାଚି ମଶାଣିକୁ ନେଲେ ଶବ

୧୦୫ ବର୍ଷୀୟ ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କୁ ଶୋଭାଯାତ୍ରାରେ ମଶାଣିକୁ ନିଆଯାଇଥିଲା। ଏହି ସମୟରେ ଡିଜେ ସାଉଣ୍ଡ ସହ ସମସ୍ତେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। More
  • Rajalaxmi Sahoo
  • 2 years ago

ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ଉଡ଼ିଲା ବିମାନ

ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିବା ପରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରେ ଅବତରଣ କରିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ସେବାର ଶୁଭାରମ୍ଭ କରିଥିଲେ । More
  • Rajalaxmi Sahoo
  • 2 years ago

ନିର୍ବାଚନ ଲଢ଼ିବା ଚର୍ଚ୍ଚାକୁ ନେଇ ପ୍ରତିକ୍ରିୟା ରଖିଲେ ନବ ଦାସଙ୍କ ଝିଅ

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ତାଙ୍କ ଝିଅ ଦୀପାଳି ଦାସ ପ୍ରତିକ୍ରିୟା ରଖିଛନ୍ତି। ଦୀପାଳି କହିଛନ୍ତି, ‘ମୁଁ ଜାଣିଛି, ତଦନ୍ତକୁ ଅଧିକ ସମୟ ହେଲାଣି। ତେବେ କ୍ରାଇମବ୍ରାଞ୍ଚ ଶେଷ ନିଷ୍ପତ୍ତି ନ ନେବା ଯାଏ ଆମେ କିଛି କହିବୁନୁ।’ More
  • Rajalaxmi Sahoo
  • 2 years ago

ନୂଆ ରୂପରେ ବିଜୁ ବାବୁଙ୍କ ଡାକୋଟା, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବହୁ ଦିନ ପ୍ରତୀକ୍ଷାର ଅନ୍ତ ହେବା ସହ ଶେଷରେ ବିଜୁ ବାବୁଙ୍କ ସ୍ମୃତି ବହନ କରୁଥିବା ‘ଡାକୋଟା’ ବିମାନ ଲୋକାର୍ପିତ ହୋଇଛି।  More
  • Tanmay Kumar Mahalik
  • 2 years ago

ମଣିଷର ମୃତ୍ୟୁ ପରେ ଆଖିରୁ ଲୁହ ଝରାଇଲା ମାଙ୍କଡ଼

କାହାକୁ ସେ ଚିହ୍ନେନା କି ଜାଣେନା । ତଥାପି ନିଜ ଲୋକଙ୍କଠୁ ସେ ଅଧିକ ଦୁଃଖୀ, ଅଧିକ ମିୟମ୍ରାଣ । ପ୍ରିୟଜନଙ୍କ ଭଳି ସେ ବି ଶୋକାଭିଭୂତ । ହଁ, ଆମେ କହୁଛ ଏଇ ମାଙ୍କଡ଼ର କଥା । More
  • Tanmay Kumar Mahalik
  • 2 years ago

ଓଟିଭି ଫୋରସାଇଟ ୨୦୨୩; ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମାନସମନ୍ଥନ

ଗୋଟିଏ ମଂଚରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ପର୍ଯ୍ୟାଲୋଚନା ଓ ନିଷ୍କର୍ସ ବାହାର କରିବାର ପ୍ରୟାସ । ବିଗତ ବର୍ଷଗୁଡ଼ିକ ଭଳି ଏଥର ବି ଓଟିଭି ଫୋରସାଇଟରେ ହୋଇଥିଲା ସେମିତି ଉଦ୍ୟମ । ବିଜନେସ ସେସନରେ ଭାଗ ନେଇଥିଲେ ଦେଶର ଦୁଇ ପ୍ରତିଷ୍ଠିତ ଉଦ୍ୟୋଗୀ- ତେତନା ସିହ୍ନା ଓ ପ୍ରକାଶ ଗୁହା । More
  • Tanmay Kumar Mahalik
  • 2 years ago

ଚିନ୍ମୟୀ ମୃତ୍ୟୁଉପରୁ ହଟୁନି ପରଦା; ୫ଦିନ ପରେ ବି ପ୍ରମାଣ ପାଉନି ପୋଲିସ

ଚିନ୍ମୟୀଙ୍କ ଗଳାରେ କେମିତି ହେଲା ଏହି ଦାଗ ? ଗୋଟି ଗୋଟି କରି ଅଗ୍ନିପରୀକ୍ଷାକୁ ସାମ୍ନା କରୁଛନ୍ତି ଚିନ୍ମୟୀଙ୍କ ସହ ଶେଷ ସମୟ ଯାଏଁ ଏକାଠି ଥିବା ପୁରୁଷ ବନ୍ଧୁ ପ୍ରୀତିମାନ ଦେ । ୪ ଦିନ ଧରି ବୁର୍ଲା ଥାନାରେ ଘନଘନ ଜେରା ପରେ ଆଜି ଭୁବନେଶ୍ୱର ଷ୍ଟେଟ ଫରେନସିକ ଲ୍ୟାବରେ ଲାଇ ଡିଟେକ୍ସନ କରାଇଛି ପୋଲିସ । More
  • Prangyan Parimita
  • 2 years ago

କେମିତି ବିବାଦରୁ ଆଦୃତ ହେଲା 'ଦ କଶ୍ମୀର ଫାଇଲ୍ସ'... ?

ଓଟିଭି ଫୋରସାଇଟ କାର୍ଯ୍ୟକ୍ରମରେ ଅନୁଭୂତି ବଖାଣିଲେ ନିର୍ମାତା ବିବେକ ଅଗ୍ନିହୋତ୍ରୀ ଓ ପତ୍ନୀ ପଲ୍ଲବୀ ଯୋଶୀ...ମଂଚ ଉପରେ ଇନଷ୍ଟାଣ୍ଟ ଗୀତ କଂପୋଜ କରି ହୃଦୟ ଜିତିଲେ ଅନୁ ମଲ୍ଲିକ... More
  • Tanmay Kumar Mahalik
  • 2 years ago

ଶିମିଳିପାଳରୁ କୁଲଡିହା, ସବୁଠି ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ

କେଉଁଠି ହୁତୁହୁତୁ ହୋଇ ଜଳୁଛି, ତ ଆଉ କେଉଁଠି କୁହୁଳି କୁହୁଳି ବ୍ୟାପୁଛି ଜଙ୍ଗଲ ନିଆଁ । ମୟୂରଭଞ୍ଜର ଶିମିଳିପାଳ, ଗଜପତି ମୋହନାର ନାରଙ୍ଗୀ, ଖୋର୍ଦ୍ଧାର ବରୁଣେଇ, ବାଲେଶ୍ୱରର ସୋର ଏବଂ କୁଲଡିହା ପାହାଡ଼ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଖରାଦିନ ଆରମ୍ଭରୁ ଅଣାୟତ୍ତ ହେଲାଣି ଜଙ୍ଗଲ ନିଆଁ । More