/odishatv-khabar/media/post_attachments/uploadimage/library/16_9/16_9_0/s_1677991650.jpg)
CM Naveen Patnaik unevil’s Biju Patnaik's iconic ‘Dakota’ aircraft
ବହୁ ଦିନ ପ୍ରତୀକ୍ଷାର ଅନ୍ତ ହେବା ସହ ଶେଷରେ ବିଜୁ ବାବୁଙ୍କ ସ୍ମୃତି ବହନ କରୁଥିବା ଡାକୋଟା ବିମାନ ଲୋକାର୍ପିତ ହୋଇଛି। ଭୁବନେଶ୍ୱର ବିମାନବନ୍ଦର ପରିସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି।
Advertisment
ବାରମ୍ବାର ଦାବି ପରେ ଗତ ମାସ ୧୮ ତାରିଖରେ କୋଲକାତାରୁ ଭାଗ ଭାଗ ହୋଇ ଓଡ଼ିଶା ଆସିଥିଲା ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ସମ୍ବଳିତ ଡାକୋଟା ବିମାନ। ଭଙ୍ଗାରୁଜା ଅବସ୍ଥାରେ ଥିବା ଏହି ବିମାନଟିକୁ ଏବେ ନୂଆ ରୂପ ଦିଆଯାଇଛି।
କୋଲକାତା ବିମାନ ବନ୍ଦରରେ ଦୀର୍ଘ ବର୍ଷ ହେଲା ଖତ ଖାଉଥିବା ଡାକୋଟାକୁ ଗତ ଜାନୁଆରୀ ୧୮ ତାରିଖରେ ୩ଟି ଟ୍ରେଲର୍ ସହାୟତାରେ ଭୁବନେଶ୍ୱର ଏୟାରପୋର୍ଟ ଆଣିଥିଲେ ରାଜ୍ୟ ସରକାର । ସେଠାରେ ଷ୍ଟେଟ୍ ହ୍ୟାଙ୍ଗରେ ଆରମ୍ଭ ହୋଇଥିଲା ଡାକୋଟାର ପୁନରୁଦ୍ଧାର କାମ । ଏରୋସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଣ୍ଟ ସେଣ୍ଟରର ଏକ ୩୦ ଜଣିଆ ଟିମ୍ ଏହି କାମରେ ଲାଗିଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)