/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678027208.jpg)
37 Degrees C In Odisha
ଆସନ୍ତା ୪ରୁ ୫ ଦିନ ଯାଏଁ ରାଜ୍ୟରେ ସ୍ୱାଭାବିକଠୁ ୨ରୁ ୩ ଡିଗ୍ରୀ ଉପରେ ରହିବ ତାପମାତ୍ରା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେପଟେ ରାଜ୍ୟରେ ଆଜି ଗ୍ରୀଷ୍ମ ପ୍ରକୋପ ଜାରି ରହିଛି ।
Advertisment
ଆଜି ୮ଟି ସ୍ଥାନରେ ୩୮ ଡିଗ୍ରୀ ଉପରେ ରହିଛି ପାରଦ । ଉଭୟ ସମ୍ବଲପୁର ଓ ତାଳଚେରରେ ଦିନର ସର୍ବାଧିକ ତାପମାତ୍ରା ୩୮.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ମଧ୍ୟ ୩୮ ଡିଗ୍ରୀ ଉପରେ ରହିଥିଲା ।
ସେହିଭଳି ରାଜ୍ୟର ୧୪ଟି ସ୍ଥାନରେ ପାରଦ ୩୭ ଡିଗ୍ରୀ ଉପରେ ରହିଥିଲା । ଏହିସବୁ ଅଞ୍ଚଳରେ ଦିନ ୧୨ଟା ପରେ ଗ୍ରୀଷ୍ଣ ପ୍ରବାହ ଅସହ୍ୟ ହେବାରୁ ଲୋକେ ଅତିଷ୍ଠ ହୋଇପଡ଼ିଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)