Advertisment

ନିର୍ବାଚନ ଲଢ଼ିବା ଚର୍ଚ୍ଚାକୁ ନେଇ ପ୍ରତିକ୍ରିୟା ରଖିଲେ ନବ ଦାସଙ୍କ ଝିଅ

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ତାଙ୍କ ଝିଅ ଦୀପାଳି ଦାସ ପ୍ରତିକ୍ରିୟା ରଖିଛନ୍ତି। ଦୀପାଳି କହିଛନ୍ତି, ‘ମୁଁ ଜାଣିଛି, ତଦନ୍ତକୁ ଅଧିକ ସମୟ ହେଲାଣି। ତେବେ କ୍ରାଇମବ୍ରାଞ୍ଚ ଶେଷ ନିଷ୍ପତ୍ତି ନ ନେବା ଯାଏ ଆମେ କିଛି କହିବୁନୁ।’

author-image
Rajalaxmi Sahoo
Minister Naba Das Murder Case Know The Reaction Of Dipali Das

Minister Naba Das Murder Case Know The Reaction Of Dipali Das

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ତାଙ୍କ ଝିଅ ଦୀପାଳି ଦାସ ପ୍ରତିକ୍ରିୟା ରଖିଛନ୍ତି। ତଦନ୍ତକୁ ଅଧିକ ସମୟ ହୋଇଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ଶେଷ ନିଷ୍ପତ୍ତି ନ ନେବା ଯାଏ ଆମେ କିଛି କହିବୁନୁ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି ତାଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ଦୀପାଳି କହିଛନ୍ତି।

Advertisment

ଦୀପାଳି କହିଛନ୍ତି, ‘ମୁଁ ଜାଣିଛି, ତଦନ୍ତକୁ ଅଧିକ ସମୟ ହେଲାଣି। ତେବେ କ୍ରାଇମବ୍ରାଞ୍ଚ ଶେଷ ନିଷ୍ପତ୍ତି ନ ନେବା ଯାଏ ଆମେ କିଛି କହିବୁନୁ। ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି, ପରିବାରକୁ ନ୍ୟାୟ ମିଳିବ। ସେପଟେ ନିର୍ବାଚନ ଲଢ଼ିବା ଚର୍ଚ୍ଚାକୁ ନେଇ ଦୀପାଳି କହିଛନ୍ତି, ମୁଖ୍ୟମନ୍ତ୍ରୀ ଯାହାକୁ ଭରସା କରିବେ ଆମେ ସମର୍ଥନ କରିବୁ। ଲୋକସେବାରେ ମୁଁ ଆଗରୁ ଅଛି, ରାଜନୀତି ସହ ଏହାର ସମ୍ପର୍କ ନାହିଁ। ମୁଖ୍ୟମନ୍ତ୍ରୀ ଯାହାକୁ ସମର୍ଥନ ଦେବେ, ସେ ବାପାଙ୍କ ସ୍ଥାନ ନେବେ।’ ମୁଖ୍ୟମନ୍ତ୍ରୀଙ୍କ ଯାହା ନିଷ୍ପତ୍ତି ତାକୁ ଗ୍ରହଣ କରିବୁ। ରାଜ୍ୟର ବରିଷ୍ଠ ନେତୃମଣ୍ଡଳୀ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ଦୀପାଳି କହିଛନ୍ତି।

ଅନ୍ୟପକ୍ଷେ, ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ କାହିଁକି ଅଭିଯୁକ୍ତ ଗୋପାଳ ଦାସ ହତ୍ୟା କରିଥିଲା ଏହାର କାରଣ ଜଣାପଡ଼ିଛି। ବ୍ୟକ୍ତିଗତ କାରଣରୁ ନବଙ୍କୁ ହତ୍ୟା କରିଥିବା କଥା ଅଭିଯୁକ୍ତ ଗୋପାଳ ସ୍ୱୀକାର କରିଛି। ଏନେଇ କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଛି। ତେବେ ଏହାର ସତ୍ୟାସତ୍ୟ ପରୀକ୍ଷା ଉପରେ କ୍ରାଇମ୍‌ବ୍ରାଞ୍ଚ ଜୋର ଦେଇଛି।

Advertisment
Naba Das Minister Naba Das
Advertisment
Advertisment