• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କମିଲା ଶୀତ, ବଢିଲା ତାତି । ରାଜ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇଛି । ଗତକାଲି ରାଜ୍ୟର ଅଧିକାଂଶ ସହରରେ ଦିନର ତାପମାତ୍ରା ୩୦ ଡିଗ୍ରୀ ଉପରେ ଥିବା ବେଳେ ୫ ସହରରେ ତାପମାତ୍ରା ୩୪ ଟପିଛି । ସେପଟେ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାକୁ କଲବଲ କରୁଛି କୁହୁଡ଼ି ।

ଘନକୁହୁଡି ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, କନ୍ଧମାଳ , କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ  ଘନ କୁହୁଡି ଦେଖାଦେବ ।

ବାୟୁ ମଣ୍ଡଳରେ ଜଳୀୟବାଷ୍ପ ବୃଦ୍ଧି ପାଉଥିବାରୁ ସକାଳ ସମୟରେ ଘନ କୁହୁଡି ଦୃଶ୍ୟମାନ ହେଉଛି । ସେପଟେ କୁହୁଡି ପାଇଁ ଯାନବାହାନ ଚଳାଚଳ ଉପରେ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

ଗତକାଲି ଟ୍ୱିନ୍‌ ସିଟିରେ ଘନ କୁହୁଡ଼ି ଦେଖାଦେଇଥିଲା । କଟକ ଓ ଭୁବନେଶ୍ୱରରେ ଘନ କୁହୁଡ଼ି ଲାଗି ରହିବା କାରଣରୁ ଯାତାୟାତରେ ବାଧାପ୍ରାପ୍ତ ହୋଇଥିଲା । ୧୦୦ ମିଟର ଆଗକୁ କିଛି ଦୃଶ୍ୟମାନ ହେଉନଥିଲା । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ କଲବଲ କରିବ କୁହୁଡ଼ି । ଘନକୁହୁଡି ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର।

  • Reported by:
  • ARACHANA SATPATHY