ଖରାରେ ସିଝୁଛି ରାଜଧାନୀ : ସକାଳ ୮.୩୦ ସୁଦ୍ଧା ୩୦ ଡିଗ୍ରୀ ଟପିଲା ତାପମାତ୍ରା

ରାଜଧାନୀରେ ପୁଣି ତାତିର ପ୍ରକୋପ । ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ୩୧.୬ ଡିଗ୍ରୀ ।

heat wave

ସକାଳୁ ସକାଳୁ ପୁଣି ତାତିର ପ୍ରକୋପ । ଆଜି ରାଜଧାନୀରେ ସକାଳ ସାଢେ ୮ଟାରେ ପ୍ରବଳ ତାତି ଅନୁଭୂତ ହୋଇଛି । ସକାଳୁ ଭୁବନେଶ୍ବର ତାପମାତ୍ରା ୩୦ ଡିଗ୍ରୀ ଟପିଛି । ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ୱର ୩୧.୬ ଡିଗ୍ରୀ ରେକର୍ଡ ହୋଇଛି । ସାରା ଦିନ ଥିବାରୁ ଆଜି ମଧ୍ୟ ୪୦ ଡିଗ୍ରୀ ପାର କରିବା ଅନୁମାନ କରାଯାଉଛି ।

ଅନ୍ୟପଟେ ଅସହ୍ୟ ଖରାରୁ ସାମାନ୍ୟ ଆଶ୍ୱସ୍ତି ମିଳିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ତେବେ କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ଆଜିଠୁ ୪ ଦିନ ଧରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହୋଇପାରେ ବର୍ଷା । ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

ମାଲକାନଗିରିକୋରାପୁଟରାୟଗଡ଼ାଗଜପତିକନ୍ଧମାଳଗଂଜାମ ଓ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ସେହିପରି ପୁରୀଖୋର୍ଦ୍ଧା,ନୟାଗଡ଼କଟକଜଗତସିଂହପୁରକେନ୍ଦ୍ରାପଡ଼ାଯାଜପୁରଢେଙ୍କାନାଳଅନୁଗୁଳଭଦ୍ରକବାଲେଶ୍ୱରକେନ୍ଦୁଝର ଏବଂ ମୟୂରଭଂଜ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି ...