• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନକଲି ପ୍ରମାଣପତ୍ର ମାମଲାରେ ଜେଲ୍ ଗଲେ ଅଭିଯୁକ୍ତ ବାପପୁଅ । ବାପ ବୃତ୍ତିରେ ଶିକ୍ଷକ ଏବଂ ପୁଅ ଡାକସେବକ । କଳାହାଣ୍ଡି ଜିଲାରେ ନକଲି ସାର୍ଟିଫିକେଟ ଯୋଗାଇବା ଏବଂ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗରେ ଅଭିଯୁକ୍ତ ଡାକମାଷ୍ଟର ପ୍ରଭାତ ମହାନନ୍ଦ ଓ ସ୍କୁଲ୍ ଶିକ୍ଷକ ପଦ୍ମନାଭ ମହାନନ୍ଦଙ୍କୁ ଗିରଫ କରି ଜେଲକୁ ପଠାଇଛି ଭବାନୀପାଟଣା ଟାଉନ ଥାନା ପୋଲିସ ।

ପୁଅକୁ ନକଲି ସାର୍ଟିଫିକେଟ ଯୋଗାଇ ଦେଇଥିଲା ବାପା। ସାପସିଲେଟ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଥିଲେ ପଦ୍ମନାଭ । ଭବାନୀପାଟଣା ସଦର ଥାନା ଗୁଏପିଟା ଗାଁର ପଦ୍ମନାଭ ମହାନନ୍ଦ ଆଶାୟୀ ପ୍ରାର୍ଥୀଙ୍କଠାରୁ ମୋଟା ଟଙ୍କା ନେଇ ନକଲି ପ୍ରମାଣପତ୍ର ଯୋଗାଇ ଦେଉଛନ୍ତି ବୋଲି ପୋଲିସକୁ ସୂଚନା ମିଳିଥିଲା । କେ.ଗାଁ ଥାନା କୁପଟି ଗ୍ରାମର ଛନିକ ବାଗ ନକଲି ପ୍ରମାଣପତ୍ର ମାମଲାରେ ଧରାପଡ଼ିବା ପରେ ପଦ୍ମନାଭ ମହାନନ୍ଦ ୩୦ ହଜାର ଟଙ୍କା ନେଇ ତାଙ୍କୁ ନକଲି ପ୍ରମାଣପତ୍ର ଦେଇଥିଲେ ବୋଲି ତଦନ୍ତ ବେଳେ ପୋଲିସକୁ କହିଥିଲା । ପୋଲିସ ଏନେଇ ତଦନ୍ତ ଜାରି ରଖିଥିଲା ।