/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748765624.jpg)
ASI's death
ଜାତୀୟ ରାଜପଥ କଡରୁ ମିଳିଲା ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବନମାଳିପୁର ରାସ୍ତାରୁ ASI ପବିତ୍ର ଗୋଲାପିଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ବାଇକର ଅଧା ଅଂଶ ମଧ୍ୟ ପୋଡିଯାଇଛି । ପବିତ୍ର ଗୋଲାପି କିଛି ଦିନ ହେବ ଭବାନୀପାଟଣା ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିଲେ । ତେବେ ଏହା ହତ୍ୟା ନା ଦୁର୍ଘଟଣା ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ଅତିରିକ୍ତ ଏସ୍ପି ଓ ଟିମ୍ ପହଞ୍ଚି ଛାନଭିନ କରିଛନ୍ତି । ସେପଟେ ପୋଲିସ ASIଙ୍କ ଏଭଳି ସନ୍ଦେହଜନକ ମୃତ୍ୟୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।
ଗଚକାଲି ନୟାଗଡ଼ ଫରେଷ୍ଟରଙ୍କ ଅଧାପୋଡା ମୃତଦେହ ଉଦ୍ଧାର ହୋଇଥିଲା । ନୟାଗଡ଼ ଜିଲ୍ଲା ପଞ୍ଚରିଡ଼ା ଫରେଷ୍ଟର ଶିଶିର ସାହୁଙ୍କ ଘର ଭିତରୁ ମିଳିଥିଲା ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ନିଆଁରେ ପୋଡ଼ି ହୋଇ ଆହତ ହୋଇଥିଲେ ଶିଶିରଙ୍କ ପତ୍ନୀ । ସେପଟେ ଘରର ଆସବାବପତ୍ର ମଧ୍ୟ ପୋଡ଼ି ନଷ୍ଟ ହୋଇଥିବା ସୂଚନା ମିଳିଥିଲା । ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ଜଣାପଡ଼ିନଥିବାବେଳେ ପରକୀୟା ପ୍ରୀତି କାରଣରୁ ହତ୍ୟା କରାଯାଇଥାଏପାରେ ବୋଲି ସନ୍ଦେହ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)