• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଧାଡି ଧାଡି ହୋଇ ପିଲା ଛିଡା ହୋଇଛନ୍ତି, ଏକା ସାଙ୍ଗରେ ପ୍ରତିଦିନ ପ୍ରାର୍ଥନା ବୋଲୁଛନ୍ତି । ପ୍ରାର୍ଥନା ସରିବା ପରେ କ୍ଲାସ୍‌ ରୁମ୍‌ରେ ଆରମ୍ଭ ହୁଏ ପାଠପଢା । କିଏ ସିଲଟ୍‌ ଖଡି ଧରି ଅ, ଆ ଲେଖୁଛି ତ ଆଉ କିଏ ବର୍ଣ୍ଣବୋଧ ତ ଆଉ କିଏ ବହି ଧରି ପଢେ ପାଠ । ଦର୍ଶକବନ୍ଧୁ ଆପଣ ଭାବୁଥିବା କଥା ଶତକଡା ୫୦ ଭାଗ ଠିକ୍‌। ଏଇଟା ପାଠଶାଳା କିନ୍ତୁ ସରକାରୀ କି ବେସରକାରୀ ସ୍କୁଲ ନୁହେଁ ।

ଇଏ ଏମିତି ଏକ ପାଠଶାଳା ଯେଉଁଠି ପିଲାଙ୍କୁ ମାଗଣାରେ ଦିଆଯାଏ ଶିକ୍ଷା । ତାହା ପୁଣି ଅପରାହ୍ଣ ୪.୩୦ରୁ ସଂଧ୍ୟା ୬.୩୦ ପର୍ଯ୍ୟନ୍ତ । ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଦିଆଯାଉଛି ମାଗଣା ଶିକ୍ଷା । ଯେଉଁମାନେ ବାହାରେ ଟଙ୍କା ଦେଇ ଟ୍ୟୁସନ୍‌ ହୋଇପାରିବେ ନାହିଁ ତାଙ୍କୁ ଏଠାରେ ମିଳୁଛି ଆଡମିଶନ୍‌ । ପାଠ ଏତେ ଭଲ ପଢାଯାଉଛି ଯେ ପିଲାଙ୍କ ସଂଖ୍ୟା ଦେଖିବା ପରେ ହିଁ ଆପଣ ବି ଜାଣିପାରିବେ।

କଳାହାଣ୍ଡି ଜୁନାଗଡ ସହରର ମାଗଣା କୋଚିଂ ସେଣ୍ଟରକୁ ନେଇ ଏବେ ଭାରି ଚର୍ଚ୍ଚା । ସ୍ଥାନୀୟ ଅଂଚଳର ବ୍ୟବସାୟୀ ଦୀପକ ରଂଜନ ଓ ତାଙ୍କ ସ୍ତ୍ରୀ ସୀତାରାଣୀ ଏବେ ପିଲାଙ୍କୁ ମାଗଣାରେ ପଢାଉଛନ୍ତି ପାଠ। ବର୍ତ୍ତମାନ ସମୟରେ ପାଖାପାଖି ୧୨୦ ଜଣ ପିଲା ପଢୁଛନ୍ତି । ସୀତାରାଣୀ ଏକ ସଙ୍ଗରେ ଏତେ ପିଲାଙ୍କୁ ପଢାଇବା ସମ୍ଭବ ନଥିବାରୁ ଦୁଇ ଶିକ୍ଷୟିତ୍ରୀଙ୍କୁ ଏଠାରେ ନିଯୁକ୍ତି ବି କରିଛନ୍ତି। ଯେଉଁମାନେ ପିଲାଙ୍କୁ ପଢାଉଛନ୍ତି ପାଠ ।

ଖାସ୍‌ କରି ବସ୍ତି ପିଲାମାନେ ସ୍କୁଲ ଯାଉଥିଲେ ସୁଦ୍ଧା ପାଠରେ ଏତେଟା ମନ ନିବେଶ କରିପାରୁନଥିଲେ। କିନ୍ତୁ ମାଗଣା କୋଚିଂ ସେଂଟରରେ ପାଠ ପଢିବା ପରେ ନିଜର ସୁନ୍ଦର ଭବିଷ୍ୟତ ପାଇଁ ଦେଖୁଛନ୍ତି ସୁନେଲି ସ୍ୱପ୍ନ । ଅନେକ ସମୟରେ ଦେଖାଯାଏ ପିଲାମାନେ ସ୍କୁଲ ନଯାଇ ବାହାରେ ବୁଲୁଛନ୍ତି ନଚେତ୍‌ ବଦମାସ କରୁଛନ୍ତି । କିନ୍ତୁ ଏଇ ଦମ୍ପତିଙ୍କ ପ୍ରୟାସ ପାଇଁ ଏବେ ଶିକ୍ଷିତ ହେବାରେ ଲାଗିଛନ୍ତି ବସ୍ତି ପିଲା। ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଦୀପକ ଓ ସୀତାରାଣୀଙ୍କୁ ନେଇ ବଢୁଛି ଚର୍ଚ୍ଚା।

ଧର୍ମଗଡ଼ରୁ ଇଙ୍ଗୀତ୍‌ ପଣ୍ଡାଙ୍କ ରିପୋର୍ଟ