/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749460716.jpg)
Deputy Collector Arrested
ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍ମା ଗିରଫ । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରିଥିଲା ଭିଜିଲାନ୍ସ । ଉପଜିଲ୍ଲାପାଳ ଧୀମାନଙ୍କ ଘରୁ ଆଉ ୪୭ ଲକ୍ଷ ମିଳିଥିଲା । ରେଡ୍ ପରେ IAS ଧୀମାନ ଚକ୍ମାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲାବେଳେ ରେଡ ହ୍ୟାଣ୍ଡ ଧରିଛି ଭିଜିଲାନ୍ସ ।
ସୂଚନା ଅନୁସାରେ, ଧର୍ମଗଡ ଉପଜିଲ୍ଲାପାଳ ଧୀମାନ ଚକମା ଜୟପାଟଣା ବ୍ଲକ ଆମଯୋର ଅଞ୍ଚଳର ଜଣେ କ୍ରସର ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ । କ୍ରସର ମାଲିକ ଅନ୍ୟ ଉପାୟ ନପାଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପ୍ରଥମ କିସ୍ତି ବାବଦରେ ୧୦ ଲକ୍ଷ ନେବା ପାଇଁ ଡିଲ୍ ହୋଇଥିଲା । ସେହି ସମୟରେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଜଗି ରହିଥିଲା । ଆଉ ଉପଜିଲ୍ଲାପାଳ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଛି। ଏହା ପରେ ରେଡ୍ ବେଳେ ଧୀମାନଙ୍କ ଘରୁ ବାହାରିଛି ପୁଳା ପୁଳା ଟଙ୍କା ।
୨୦୨୧ ବ୍ୟାଚର ଆଇଏଏସ୍ ଅଫିସର ହେଉଛନ୍ତି ଧୀମାନ ଚକମା । ତାଙ୍କ ଘର ତ୍ରିପୁରା କାଞ୍ଚନପୁର ଅଞ୍ଚଳରେ। ୨୦୨୦ରେ ସେ ୟୁପିଏସସି ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ। ନିଜ ପରିବାର ତଥା ହୋମ୍ ଟାଉନରୁ ସେ ପ୍ରଥମ ଯିଏ କି, ୟୁପିଏସସି ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ। ଧୀମାନଙ୍କ ବାପା ଜଣେ ଶିକ୍ଷକ ଏବଂ ମାଆ ଜଣେ ଗୃହିଣୀ। ଆଇଏଏସ୍ ହେବା ପରେ ସେ ଶିକ୍ଷା କ୍ଷେତ୍ରରେ ଅନେକ କାମ କରିବା ଲାଗି ଇଚ୍ଛା ରଖିଥିଲେ । ତେବେ ଆଜି ସେ ଭିଜିଲାନ୍ସ ଜାଲରେ ପଡିଛନ୍ତି ।
ଅଧିକ ପଢନ୍ତୁ : ଲାଞ୍ଚ ନେବା ପଡିଲା ମହଙ୍ଗା, ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ
Illegal Abortion Kits: ରାଜଧାନୀରେ ବେଆଇନ ଗର୍ଭପାତ କିଟ୍ ବିକୁଥିବା ନେଇ ଧରପଗଡ଼

Honeymoon Murder Case: ମେଘାଳୟ ମର୍ଡର : କାହିଁକି ରିଟର୍ଣ୍ଣ ଟିକେଟ୍ କରିନଥିଲା ସୋନମ? ମୁହଁ ଖୋଲିଲେ ଶାଶୁ...
Tulasi Tradition Puri: ସଜେଇ ହେବ କାଳିଆ, ଦାସିଆ ପୀଠରୁ ଆସିବ ତୁଳସୀ

Umpire Decision Controversy: ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତିରେ ଆଉଟ ହେଲେ ଅଶ୍ବିନ, ରିଆକ୍ସନର ଭିଡିଓ ହେଉଛି ଭାଇରାଲ
