Advertisment

IAS Probationer Misusing Red Beacon: ଟ୍ରେନି IASଙ୍କ ଗାଡ଼ିରୁ ହଟିଲା ନାଲିବତୀ, ଜବାବ ତଲବ ନିର୍ଦ୍ଦେଶ

କଳାହାଣ୍ଡି ଆଇଏଏସ୍ ପ୍ରୋବେସନରଙ୍କ ଗାଡିରେ ନାଲିବତୀକୁ ନେଇ ତେଜିଥିଲା ବିବାଦ । ଖବର ପ୍ରସାରଣ ପରେ ପଡ଼ିଛି ପ୍ରଭାବ । ଗାଡ଼ିରୁ ନାଲିବତୀ ହଟାଯାଇଥିବାବେଳେ କେଉଁ କ୍ଷମତା ବଳରେ ସେ ଏଭଳି ବୋର୍ଡ ଲଗାଇଛନ୍ତି ସେନେଇ ଜବାବ ତଲବ କରିଛି ସାଧାରଣ ପ୍ରଶାସନ ବିଭାଗ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Red Beacon

Red Beacon

କଳାହାଣ୍ଡି ଆଇଏଏସ୍ ପ୍ରୋବେସନରଙ୍କ ଗାଡିରେ ନାଲିବତୀ ଓ ନେମ୍ ପ୍ଲେଟ ଲାଗିବା ଘଟଣା । ଓଟିଭିରେ ଖବର ପ୍ରସାରଣ ପରେ ଗାଡ଼ିରୁ ହଟିଲା ନାଲିବତୀ ଓ ନେମ ପ୍ଲେଟ । ଏହାସହ କଳାହାଣ୍ଡି ଜିଲ୍ଲାପାଳଙ୍କ ଗାଡ଼ିରୁ ମଧ୍ୟ ନାଲିବତୀ କାଢି ଦିଆଯାଇଛି। ପ୍ରୋବେସନର୍ IASଙ୍କ କେଉଁ କ୍ଷମତା ବଳରେ ସେ ଏଭଳି ବୋର୍ଡ ଲଗାଇଛନ୍ତି ସେନେଇ ସାଧାରଣ ପ୍ରଶାସନ ପକ୍ଷରୁ ଜବାବ ତଲବ କରିବାକୁ କୁହାଯାଇଛି । ତଦନ୍ତ କରି ରିପୋର୍ଟ ଦେବାକୁ ଅତିରିକ୍ତ ସଚିବ କଳାହାଣ୍ଡି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Advertisment

ସୂଚନାଯୋଗ୍ୟ, ନାଲିବତୀ ଲାଗିଥିବା ଏକ ଗାଡ଼ିରେ IAS ପ୍ରୋବେସନର, କଳାହାଣ୍ଡି ବୋଲି ଲେଖାଥିବା ଦେଖିବାକୁ ମିଳିଥିଲା । ଯାହାର ଫଟୋ ଓ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଜୋରଦାର ଭାଇରାଲ ହୋଇଥିଲା । ଓଟିଭିରେ ଖବର ପ୍ରସାରଣ ପରେ ପଡ଼ିଛି ପ୍ରଭାବ । ସେହି ଗାଡ଼ିରୁ ନାଲିବତୀ ଓ ନେମ୍ ପ୍ଲେଟ୍ ହଟିଛି ।  ସେପଟେ ଏଭଳି ନାଲିବତୀ ଲଗାଯିବା ଅଲ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲସ-୧୯୬୮, ଆଇଏଏସ ପ୍ରୋବେସନ ରୁଲସ-୧୯୫୪ ନିୟମର ଉଲ୍ଲଙ୍ଘନ । 

ଅଧିକ ପଢନ୍ତୁ:  ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଜାମିନ, PA ମୃତ୍ୟୁ ମାମଲା ନେଇ ବିବାଦରେ IAS

Advertisment
IAS Officer General Administration And Public Grievance Department
Advertisment
Related Articles
Advertisment