/odishatv-khabar/media/media_files/2025/12/19/bangladesh-2025-12-19-09-38-27.jpg)
BANGLADESH Photograph: (OTV)
ଜଳୁଛି ବାଂଲାଦେଶ । ରାଜଧାନୀ ଢାକାରୁ ଆରମ୍ଭ କରି ବାଂଲାଦେଶର ପ୍ରତି କୋଣ ଅନୁକୋଣରେ ଅଶାନ୍ତ ବାତାବରଣ। ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ ହସିନାଙ୍କ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଉଥିବା ଯୁବ ଛାତ୍ର ନେତା ଶରିଫ ଓସମାନ ହାଦୀର ମୃତ୍ୟୁକୁ ନେଇ ତାତିଛନ୍ତି ସମର୍ଥକ। ଢାକାରେ ଥିବା ଦୁଇଟି ପ୍ରମୁଖ ଖବରକାଗଜ ଅଫିସ ଡେଲି ଷ୍ଟାର ଏବଂ ପ୍ରୋଥମ ଏଲୋକୁ ଜାଳି ଦେଇଛନ୍ତି ବିକ୍ଷୋଭକାରୀ। ନିଆଁ ଆଁରେ ଜଳିଯାଇଛି ଦୁଇଟି ଅଫିସ । ଦମକଳ ବାହିନୀକୁ ନିଆଁ ଲିଭାଇବା ଲାଗି ଘଣ୍ଟା ଘଣ୍ଟା କସରତ କରିବାକୁ ପଡିଥିଲା।
ନିଆଁ ଲଗାଇଦେଲେ ବିକ୍ଷୋଭକାରୀ
ଏମିତିକି ଚିତାଗଙ୍ଗରେ ଥିବା ଭାରତୀୟ ହାଇକମିଶନ ଅଫିସ ଆଗରେ ଥିବା କିଛି ପ୍ରତିଷ୍ଠାନରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ । ହାଇକମିଶନ ଅଫିସ ଆଗରେ ଭାରତ ବିରୋଧୀ ନାରା ଦେଇଛନ୍ତି ବିକ୍ଷୋଭକାରୀ। ଏଥିପାଇଁ ହାଇକମିଶନ ଅଫିସ ଆଗରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩୨ ବର୍ଷୀୟ ଓସମାନ ହାଦୀ ଅନେକ ସମୟରେ ବାଲାଂଦେଶରେ ଭାରତ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଇଆସିଥିଲେ। ଇନକିଲାବ ମଞ୍ଚର ନେତୃତ୍ବ ନେଉଥିଲେ । ଓସମାନ ହାଦୀର ମୃତ୍ୟୁ ପରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ପାଇଁ ଦାବି ଉଠିଛି । ...
ଢାକାରେ ଓସମାନଙ୍କୁ ଆତତାୟୀଙ୍କ ଗୁଳି ପରେ ତାଙ୍କୁ ଗୁରୁତର ଅବସ୍ଥାରେ ସିଙ୍ଗାପୁର ଜେନେରାଲ ହସ୍ପିଟାଲକୁ ପଠାଯାଇଥିଲା । ସିଙ୍ଗାପୁରରେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି । ଓସମାନର ମୃତ୍ୟୁକୁ ନେଇ ବାଂଲାଦେଶରେ ଜାତୀୟ ଶୋକ ଘୋଷଣା କରାଯାଇଛି । ପୁଣି ଅଶାନ୍ତ ହୋଇପଡିଛି ବାଂଲାଦେଶ । ଏହି ସମ୍ୱେଦନଶୀଳ ହତ୍ୟାକାଣ୍ଡର ତଦନ୍ତ ଚାଲିଛି ।
ଯୁବ ଛାତ୍ର ନେତା ଶରିଫ ଓସମାନ ହାଦୀର ମୃତ୍ୟୁ ପରେ ଅଶାନ୍ତ
ରାଜଧାନୀ ଢାକାରେ ଜାଳିଦେଲେ ୨ଟି ଖବରକାଗଜ ଅଫିସ
ହାଇକମିଶନ ଅଫିସ ଆଗରେ ଭାରତ ବିରୋଧୀ ନାରା
ଓସମାନ ହାଦୀର ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ପାଇଁ ଦାବି
ଢାକାରେ ଓସମାନ ହାଦୀକୁ ଗୁଳିମାଡ଼ କରିଥିଲେ ଆତତାୟୀ
ସିଙ୍ଗାପୁରରେ ଚିକିତ୍ସାଧିନ ଅବସ୍ଥାରେ ଓସମାନର ମୃତ୍ୟୁ
A Star-Studded Moment: ମେସିଙ୍କୁ ଜୁନିୟର ଅମ୍ବାନୀଙ୍କ ଦାମୀ ଉପହାର, ପୂରା ସରପ୍ରାଇଜ୍

Today Panchang 19th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Daily Horoscope 19th December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Dark Secrets: ୧୦ ବର୍ଷ ତଳେ ବି କେନ୍ଦୁଝରରୁ ଆସିଥିଲା ସମାନ ଅଭିଯୋଗ , ୨୦୧୫ରେ ନିଖୋଜ ହୋଇଗଲା ମାଲକାନଗିରି ଆଦିବାସୀ ଛାତ୍ର

Acute Firewood Shortage: ସ୍ୱର୍ଗଦ୍ୱାରକୁ ଘାରିଲାଣି କାଠ ଚିନ୍ତା , ଦାହ ପାଇଁ ପର୍ଯ୍ୟାପ୍ତ ହେଉନି ମହଜୁଦ କାଠ

After Public Backlash: କମିବ କି ବିଧାୟକଙ୍କ ବର୍ଦ୍ଧିତ ଦରମା ? ପୁନଃ ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲିଖିତ ଦାବି

Additional Security Deposit: ଟାଟା ପାଓ୍ୱାର୍ ଜୁଲମ ବିରୋଧରେ ତେଜିଲା ଆନ୍ଦୋଳନ , ରାଜଧାନୀରେ ଟିପିସିଓଡିଏଲ୍ ଅଫିସ ଘେରିଲା ବିଜେଡି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)