/odishatv-khabar/media/media_files/2025/12/18/pf-withdrawal-2025-12-18-15-55-27.jpg)
PF-Withdrawal Photograph: (OTV)
ଗୋଟିଏ କ୍ଲିକ୍ରେ ଟଙ୍କା ଆସିବ । ପିଏଫ୍ ଟଙ୍କା ଉଠାଇବାକୁ ଆଉ ମାସ ମାସ ଅପେକ୍ଷା କରିବାକୁ ପଡ଼ିବନି କି ୧୦ ପ୍ରକାର ଫର୍ମ ଭରିବାକୁ ବି ପଡିବନି । ଏବେଠୁ ସହଜ ହେବ ପିଏଫ୍ ଟଙ୍କା ଉଠାଣ । ୟୁପିଆଇ ଜରିଆରେ ଏଟିଏମ୍ରୁ ଉଠାଇପାରିବେ ପିଏଫ୍ ଟଙ୍କା । ଖୁବଶୀଘ୍ର ସରକାର ପିଏଫ୍ ଉଠାଣ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି ।
ପିଏଫ୍ ଉଠାଣ ଏକ ଜଟିଳ ପ୍ରକ୍ରିୟା, ଯାହାକୁ ନେଇ ଲୋକେ ଅନେକ ସମୟରେ ଅଭିଯୋଗ କରୁଥିବାର ଦେଖାଯାଏ । ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି, ଖୁବଶୀଘ୍ର ପିଏଫ୍ ଉଠାଣ ପ୍ରକ୍ରିୟା ସହଜ ଓ ସରଳ ହେବ । ୨୦୨୬ ମାର୍ଚ୍ଚ ସୁଦ୍ଧା ପିଏଫ୍ ଆକାଉଣ୍ଟରୁ ସିଧା ୟୁପିଆଇ ଓ ଏଟିଏମ୍ ଜରିଆରେ ଟଙ୍କା ଉଠାଣର ସୁବିଧା ମିଳିବ । ଯାହାଫଳରେ କର୍ମଚାରୀମାନେ ଯେତେବେଳେ ଚାହିଁବେ ପିଏଫ୍ର ୭୫ ପ୍ରତିଶତ ରାଶି ଏଟିଏମ୍ରୁ ଉଠାଇ ପାରିବେ ।
ଜାଣନ୍ତୁ ଏହା କେମିତି ସମ୍ଭବ ହେବ ?
ବର୍ତ୍ତମାନ ପର୍ଯ୍ୟନ୍ତ ପିଏଫ୍ ଆକାଉଣ୍ଟକୁ ୟୁପିଆଇ ସହ ଲିଙ୍କ୍ କରିବାର କୌଣସି ବିକଳ୍ପ ନାହିଁ । ଯେବେ ଏହି ସୁବିଧା ଆରମ୍ଭ ହେବ, ଏଥିପାଇଁ କିଛି ଅନଲାଇନ ପ୍ରକ୍ରିୟା ରହିପାରେ । EPFO ମେମ୍ବର ପୋର୍ଟାଲ ଓ UMANG ଆପ୍ରେ ଏହି ସୁବିଧା ଉପଲବ୍ଧ ହୋଇପାରେ । ପିଏଫ୍ ଆକାଉଣ୍ଟକୁ ୟୁପିଆଇ ସହ ଯୋଡିବା ପାଇଁ 'Universal Account Number' ବା UAN ଆକ୍ଟିଭ କରିବା ବାଧ୍ୟତାମୂଳକ ହେବ ।
ଆପଣଙ୍କର ମୋବାଇଲ ନମ୍ବର- ଆଧାର ଓ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ରହିବା ଆବଶ୍ୟକ । ଏ ପୂରା ପ୍ରକ୍ରିୟା ଓଟିପି ଆଧାରିତ ଭେରିଫିକେସନ୍ ଦ୍ୱାରା ସମ୍ପୂର୍ଣ୍ଣ ହେବ ।
ହେଲେ ଏହି ପ୍ରକ୍ରିୟାକୁ ନେଇ EPFO ଏ ଯାଏଁ କୌଣସି ଗାଇଡଲାଇନ୍ ଜାରି କରିନାହିଁ । ଅନୁମାନ କରାଯାଉଛି ଯେ, 'Link PF with UPI' କିମ୍ବା 'PF Withdrawal via UPI' ଭଳି ଏକ ନୂଆ ଅପ୍ସନ ଦେଖାଯିବ । ଏହି ଅପ୍ସନକୁ କ୍ଲିକ୍ କରିବା ପରେ ପିଏଫ୍ ଖାତାଧାରକ ନିଜ UPI ଆଇଡି ରେଜିଷ୍ଟର କରିବେ । ଏହାପରେ ଗୁଗୁଲ ପେ, ଫୋନ ପେ, ପେ-ଟିଏମ୍ ଭଳି UPI ଆପ୍ ରେ ଏକ ନୋଟିଫିକେସନ ଆସିବ । ଯେଉଁଠି ପିଏଫ ଆକାଉଣ୍ଟକୁ ଯୋଡିବାକୁ ଅନୁମତି ଦେବାକୁ ହେବ ।
ଭେରିଫିକେସନ ସରିବା ପରେ ପିଏଫ୍ ଆକାଉଣ୍ଟ ୟୁପିଆଇ ସହ ଲିଙ୍କ୍ ହୋଇଯିବ । ଏହାପରେ ଆପଣ ଚାହିଁଲେ ୟୁପିଆଇ ଜରିଆରେ ପିଏଫ୍ ଆକାଉଣ୍ଟରୁ ବ୍ୟାଙ୍କ୍ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର କରିପାରିବେ ଏବଂ ତୁରନ୍ତ ଏଟିଏମ୍ରୁ ଉଠାଇ ପାରିବେ ।
ପୁଣିଥରେ କହିରଖୁଛୁ କି, ଏହି ପ୍ରକ୍ରିୟା ନେଇ EPFO ଏ ଯାଏଁ କୌଣସି ସ୍ପଷ୍ଟ କରିନାହିଁ । ଖୁବଶୀଘ୍ର ଏ ସଂପର୍କିତ ଗାଇଡଲାଇନ୍ ଆସିପାରେ । କାହିଁକିନା ମନ୍ତ୍ରୀ କହିସାରିଲେଣି ।
A Grim Tale of Lost Humanity: ମରିଗଲା ମଣିଷପଣିଆ, ବଡ଼ ସହରର ଛୋଟ ହୃଦୟ

Debt Desperation: ଋଣ ନସୁଝିବାରୁ ସାହୁକାର ବିକିଦେଲା କିଡନୀ, ମାତ୍ର ଲକ୍ଷେ ଟଙ୍କା ପାଇଁ…

Sex Scandal Files To Be Unsealed: ଖୋଲିବ ସେକ୍ସ ସ୍କାଣ୍ଡାଲ୍ ଫାଇଲ୍; ସାମନାକୁ ଆସିବ ହାଇ ପ୍ରୋଫାଇଲ୍ ନାଁ, ଭୟରେ ନେତା-ବ୍ୟବସାୟୀ!

Faith, Fear and Sindoor: ଜଗା ରଖିଦେଲା ମଥା ସିନ୍ଦୂର ! ଆଶା ଓ ଆଶଙ୍କା ଭିତରେ ପାଇଲେ ସ୍ୱାମୀଙ୍କୁ

President Rejects Mercy Plea: ଫାଶୀ ଖୁଣ୍ଟରେ ଝୁଲିବ ନାବାଳିକା ଦୁଷ୍କର୍ମୀ, ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତିଙ୍କ ପ୍ରତ୍ୟାଖ୍ୟାନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)