Advertisment

Shocking Violence: ବାପପୁଅ ବୁହାଇଦେଲେ ରକ୍ତର ନଈ, ପ୍ରଧାନମନ୍ତ୍ରୀ କଲେ ଘୋର ନିନ୍ଦା

ହଠାତ୍ ଆତଙ୍କବାଦୀ ମାଡିଆସି ଅନ୍ଧାଧୂନ୍‌ ଗୁଳିମାଡରେ ବୁହାଇଦେଲେ ରକ୍ତର ନଈ । ଜଣାପଡିଲା ସିଡ୍‌ନୀ ବଣ୍ଡି ବିଚ୍‌ ଗୁଳିକାଣ୍ଡ ପଛର ସତ । ଗୁଳିମାଡ କରିଥିବା ଏ ଦୁଇ ଆତଙ୍କବାଦୀ ପାକିସ୍ତାନର । ଆଉ ଦୁହେଁ ସମ୍ପର୍କରେ ବାପ-ପୁଅ ।

author-image
Tapan Swain
Pak-Terrorists

Pak-Terrorists Photograph: (OTV)

ସେମିତି ଗର୍ଜୁଥିଲା ବନ୍ଧୁକ, ଶୁଭୁଥିଲା ଭୟଙ୍କର ଆର୍ତ୍ତଚିତ୍କାର... ସେଠି ପର୍ଯ୍ୟଟକ ବୁଲିବାକୁ ଯାଇଥିଲେ, ଆଉ ଏଠି ଏକାଠି ହୋଇ ଉତ୍ସବ ମନାଉଥିଲେ । ସେଠି ହିନ୍ଦୁଙ୍କୁ ଟାର୍ଗେଟ୍ ଆଉ ଏଠି ଇହୁଦୀ... । ହଠାତ୍ ଆତଙ୍କବାଦୀ ମାଡିଆସି ଅନ୍ଧାଧୂନ୍‌ ଗୁଳିମାଡରେ ବୁହାଇଦେଲେ ରକ୍ତର ନଈ । ଜଣାପଡିଲା ସିଡ୍‌ନୀ ବଣ୍ଡି ବିଚ୍‌ ଗୁଳିକାଣ୍ଡ ପଛର ସତ । ଗୁଳିମାଡ କରିଥିବା ଏ ଦୁଇ ଆତଙ୍କବାଦୀ ପାକିସ୍ତାନର । ଆଉ ଦୁହେଁ ସମ୍ପର୍କରେ ବାପ-ପୁଅ । ଇହୁଦୀ ସମୁଦାୟଙ୍କୁ ଟାର୍ଗେଟ୍‌ କରି ସେମାନେ ଏହି ଆକ୍ରମଣ କରିଥିବା କୁହାଯାଉଛି ।

Advertisment

ଅଷ୍ଟ୍ରେଲିଆ ବଣ୍ଡି ବିଚ୍‌ରେ ଆତଙ୍କବାଦୀ ହମ୍‌ଲାରେ ଏବେସୁଦ୍ଧା ୧୬ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ୨୦ରୁ ଅଧିକ ଆହତ ଅଛନ୍ତି । ରବିବାର ସନ୍ଧ୍ୟାରେ ଘଟିଥିଲା ଗୁଳିକାଣ୍ଡ । ଇହୁଦୀଙ୍କ ୮ ଦିନିଆ ହନୁକ୍କା ଉତ୍ସବର ପ୍ରଥମ ଦିନ ଥିଲା । ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ବଣ୍ଡି ବେଳାଭୂମିରେ ହଜାରରୁ ଅଧିକ ଇହୁଦୀ ସମ୍ପ୍ରଦାୟର ଲୋକେ ଏକାଠି ଉତ୍ସବ ପାଳୁଥିଲେ ।

ରକ୍ତରଞ୍ଜିତ ହୋଇଯାଇଥିଲା ବିଚ୍‌

ଏହି ସମୟରେ ୨ ଜଣ ଆତଙ୍କୀ ସେଠି ପହଞ୍ଚି ଲୋକଙ୍କୁ ଉପରକୁ ଅତର୍କିତ ଗୁଳିମାଡ କରିଥିଲେ । ଉତ୍ସବର ପରିବେଶ ଆର୍ତ୍ତ ଚିତ୍କାରରେ ଫାଟି ପଡିଥିଲା । ରକ୍ତରଞ୍ଜିତ ହୋଇଯାଇଥିଲା ବଣ୍ଡି ବିଚ୍‌ । ଏହି ଆଖିବୁଜା ଗୁଳି ବର୍ଷଣ ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । 

Advertisment

ପୋଲିସ ତଦନ୍ତରୁ ଜଣାପଡିଛି, ଆକ୍ରମଣ କରିଥିବା ବାପ-ପୁଅ ହେଲେ ୫୦ ବର୍ଷୀୟ ସାଜିଦ ଅକରମ ଓ ତା ୨୪ ବର୍ଷୀୟ ପୁଅ ନାଭେଦ୍‌ ଅକରମ । ପୋଲିସର ପାଲଟା ଗୁଳିମାଡରେ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି । ନାଭେଦ୍‌ର କୁଖ୍ୟାତ ଆତଙ୍କୀ ସଂଗଠନ ISIS ସହ ଲିଙ୍କ୍ ଥିଲା ।

ତା' ବାପା ସାଜିଦ୍ ଅକରମ ଟୁରିଷ୍ଟ ଭିସାରେ ଅଷ୍ଟ୍ରେଲିଆରେ ରହୁଥିଲା । ଏହି ଆତଙ୍କୀଙ୍କ ପାଖରେ ବନ୍ଧୁକର ଲାଇସେନ୍ସ ଥିଲା ଏବଂ ସ୍ୱୟଂଚାଳିତ ବନ୍ଧୁକରେ ଦୁହେଁ ଆକ୍ରମଣ କରିଥିଲେ । ପୋଲିସ ଘଟଣାସ୍ଥଳରୁ IED ମଧ୍ୟ ଜବତ କରିଥିବାର ସୂଚନା ମିଳିଛି । 

ଏହାକୁ ଇହୁଦୀ ବିରୋଧି ହମ୍‌ଲା ବୋଲି କହିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଭୟଙ୍କର ଆକ୍ରମଣକୁ କଡା ନିନ୍ଦା କରିବା ସହ ଆତଙ୍କବାଦ ବିରୋଧରେ ସର୍ବଦା ଭାରତର ଜିରୋ ଟଲେରାନ୍ସ ନୀତି ରହିଛି ବୋଲି କହିଛନ୍ତି ।

Sydney Terrorist
Advertisment