Advertisment

Political Flashpoint: ସଂସଦରେ ଆଗତ ହେଲା MGNREGA ସ୍କିମ୍ ନାଁ ପରିବର୍ତ୍ତନ ବିଲ୍, ଗାନ୍ଧୀଙ୍କ ନାଁ ବାଦ୍ କୁ ନେଇ କଂଗ୍ରେସର ହଙ୍ଗାମା

MGNREGS ବନାମ VB G RAM G। ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ପୂରଣ ପାଇଁ ଆଜି ଲୋକସଭାରେ ଆଗତ ହୋଇଛି ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ସଂପର୍କିତ ସଶକ୍ତ ବିଧେୟକ ବା ବିକଶିତ ଭାରତ ଗ୍ୟାରେଣ୍ଟି ରୋଜଗାର ଓ ଆଜୀବିକା ମିଶନ୍ ବିଲ ବା ସଂକ୍ଷେପରେ ଜି ରାମ୍ ଜୀ ବିଲ୍।

author-image
Tapan Swain
Bill

Bill Photograph: (OTV)

MGNREGS ବନାମ VB G RAM G। ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ପୂରଣ ପାଇଁ ଆଜି ଲୋକସଭାରେ ଆଗତ ହୋଇଛି ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ସଂପର୍କିତ ସଶକ୍ତ ବିଧେୟକ ବା ବିକଶିତ ଭାରତ ଗ୍ୟାରେଣ୍ଟି ରୋଜଗାର ଓ ଆଜୀବିକା ମିଶନ୍ ବିଲ ବା ସଂକ୍ଷେପରେ ଜି ରାମ୍ ଜୀ ବିଲ୍।

Advertisment

ଯାହାକୁ ପ୍ରତ୍ୟାହାର ଦାବିରେ ହଙ୍ଗାମା କରିଥିଲେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ। ଗାନ୍ଧୀଙ୍କ ନାଁ କାଟି ପୂର୍ବ ଯୋଜନାକୁ ବନ୍ଦ ପାଇଁ ଏହା ଚାଲ୍ ବୋଲି କଂଗ୍ରେସ ଅଭିଯୋଗ ଆଣିଥିବାବେଳେ ବିଜେପିର ଜବାବ- ଗରିବ କଲ୍ୟାଣ ଦିଗରେ ଏକ ସଶକ୍ତ ଯୋଜନା।...
ଲୋକସଭାରେ VB G RAM G ଝଡ଼ । ବଦଳିବ MGNREGA ଯୋଜନାର ନାଁ ।

ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିକଶିତ ଭାରତ ଗ୍ୟାରେଣ୍ଟି ରୋଜଗାର ଓ ଆଜୀବିକା ମିଶନ ଗ୍ରାମୀଣ ବିଲ୍ ଆଗତ ପରେ ବିରୋଧୀ ଖଡଗହସ୍ତ। ଶାସକ ଦଳର ଶାଣିତ ଜବାବ। ସଂସଦ ଶୀତ ଅଧିବେଶନର ଦ୍ବାଦଶ ଦିନରେ ଆଜି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଆଗତ କରିଥିଲେ ମନରେଗା ନାଁ ପରିବର୍ତ୍ତନ ବିଲ୍। କହିଥିଲେ ଏହା ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ପୂରଣ ପାଇଁ ଉଦ୍ଦିଷ୍ଟ। ନୂଆ ଯୋଜନା VB G RAM G ପାଇଁ ୧ ଲକ୍ଷ ୫୧ ହଜାର ୨୮୨ କୋଟିରୁ ଅଧିକ ଅର୍ଥରାଶିର ପ୍ରାବଧାନ ରହିଛି।

Advertisment

କିନ୍ତୁ ବିଲକୁ ତୀବ୍ର ବିରୋଧ କରିଥିଲେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ। ମହାତ୍ମା ଗାନ୍ଧୀଙ୍କ ନାଁ ଯୋଜନାରୁ କାଟି ଦିଆଯିବା ଜାତିର ପିତାଙ୍କୁ ଅପମାନ ବୋଲି କହିଥିଲେ ପ୍ରିୟଙ୍କା ଗାନ୍ଧୀ। ପରେ ବିଲ୍ ପ୍ରତ୍ୟାହାର ଦାବିରେ ବିରୋଧୀ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ। ତେବେ ବିଲ୍ ଉପସ୍ଥାପନ ସମୟରେ କୃଷି ମନ୍ତ୍ରୀ ଶିବରାଜ ସିଂ ସ୍ପଷ୍ଟ ଭାବେ କହିଥିଲେ- ମୋଦି ସରକାର ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶକୁ ଅନୁସରଣ କରନ୍ତି। ପୂର୍ବ ସରକାର ତୁଳନାରେ ଗ୍ରାମୀଣ ବିକାଶ ଦିଗରେ ଅଧିକ କାର୍ଯ୍ୟ କରିଛନ୍ତି। ବିଲ୍ ବିରୋଧରେ କଂଗ୍ରେସର ଆଚରଣକୁ ଗୃହ ବାହାରେ ବି ବିଜେପି କରିଛି କଡ଼ା ନିଶାନା।...

ଏବେ ପ୍ରଶ୍ନ- ୨୦୦୫ରେ ୟୁପିଏ ଅମଳର ପୁରୁଣା MGNREG ଯୋଜନାର ନାଁ ବଦଳାଇ VB G RAM G କରିବାକୁ ଯାଉଥିବା ମୋଦି ସରକାରଙ୍କ ସ୍କିମ୍ ରେ ଅଛି କଣ ? ସୂଚନା ଅନୁସାରେ MGNREGAରେ ଗ୍ରାମାଞ୍ଚଳରେ ୧୦୦ ଦିନର କାମ ଗ୍ୟାରେଣ୍ଟି ଦିଆଯାଇଥିଲା। ହେଲେ VB G RAM Gରେ ୧୨୫ ଦିନ ଦିଆଯାଇଛି। କାମ ସରିବାର ସପ୍ତାହେ କିମ୍ବା ୧୫ ଦିନ ଭିତରେ ଶ୍ରମିକଙ୍କୁ ମଜୁରୀ ଦିଆଯିବ।

ବେକାରୀ ଭତ୍ତା ମିଳିବ

ଡେଡଲାଇନ୍ ଭିତରେ ନମିଳିଲେ ବେକାରୀ ଭତ୍ତା ମିଳିବ। ନୂଆ ସ୍କିମରେ କାର୍ଯ୍ୟକୁ ୪ ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମି, ଜୀବିକା ଭିତ୍ତିଭୂମି ଓ ବିପର୍ଯ୍ୟୟ ପୁନଃ ନିର୍ମାଣ। ଫସଲ ଅମଳ ସମୟରେ ଲୋକେ ବ୍ୟସ୍ତ ଥିବା ବେଳେ ଏ ସ୍କିମ ଲାଗୁ ହେବନି। ଯୋଜନାରେ ସ୍ବଚ୍ଛତା ରକ୍ଷା ପାଇଁ ବାୟୋମେଟ୍ରିକ୍ ଓ ଜିଓ ଟ୍ୟାଗିଂ ବ୍ୟବହାର ହେବ। କେନ୍ଦ୍ର ୬୦ ପ୍ରତିଶତ ଓ କିଛି ରାଜ୍ୟ ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବେ।

ଉତ୍ତର ପୂର୍ବ ଓ ହିମାଳୟ ରାଜ୍ୟମାନଙ୍କରେ ଖର୍ଚ୍ଚ ୯୦: ୧୦ ଅନୁପାତ ରହିବ। ଯୋଜନା ପାଇଁ ବାର୍ଷିକ ୧ ଲକ୍ଷ ୫୧ ହଜାର କୋଟି ଖର୍ଚ୍ଚ ହେବାକୁ ଥିବାବେଳେ କେନ୍ଦ୍ର ସରକାର ୯୫ ହଜାର ୬୯୨ କୋଟି ଦେବେ। ଯାହାକୁ ଅର୍ଥନୀତି ବିଶେଷଜ୍ଞ ସ୍ବାଗତ କରିଥିବାବେଳେ ଯୋଜନାରେ ସ୍ବଚ୍ଛତା ରକ୍ଷା ଉପରେ ଦେଇଛନ୍ତି ପ୍ରାଧାନ୍ୟ।...

ତେଣେ କୃଷିମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଅନୁସାରେ- ୟୁପିଏ ସରକାର ଅମଳରେ MGNREGAରେ ୨ ଲକ୍ଷ ୧୩ ହଜାର ୨୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମୋଦି ସରକାରରେ ପ୍ରାୟ ୪ଗୁଣା ଅର୍ଥାତ୍ ୮ ଲକ୍ଷ ୫୩ ହଜାର ୮୧୦ କୋଟି ଟଙ୍କା ବ୍ୟୟ ହେଲାଣି।...

Bill Loksabha VB G RAM G
Advertisment