Advertisment

A Grim Tale of Lost Humanity: ମରିଗଲା ମଣିଷପଣିଆ, ବଡ଼ ସହରର ଛୋଟ ହୃଦୟ

ନିଜେ ଗୁରୁତର ଆହତ ହୋଇଥିଲେ ବି ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତାରେ ଯାଉଥିବା ଯାତ୍ରୀଙ୍କୁ ହାତଯୋଡି ଡାକୁଥାଆନ୍ତି। ଅଟକିବାକୁ କାକୁତି ମିନତି କରୁଥାଆନ୍ତି। ହେଲେ କେହି ଜଣେ ବି ଅଟକିଲେ ନାହିଁ।

author-image
Tapan Swain
BENGALURU-INCIDENT

BENGALURU-INCIDENT Photograph: (OTV)

ଚଳନ୍ତା ବାଇକରେ ହଠାତ ହେଲା ହାର୍ଟ ଷ୍ଟ୍ରୋକ । ରାଜରାସ୍ତାରେ ହାତଯୋଡି ସାହାଯ୍ୟ ମାଗୁଥିଲେ ସ୍ତ୍ରୀ । ଛଟପଟ ହେଉଥିଲେ ସ୍ବାମୀ, କେହି ଚାହିଁଲେ ନାହିଁ । ମରିଗଲା ମଣିଷପଣିଆ, ଭିଡିଓ ଦେଖି ସମସ୍ତେ କରୁଛନ୍ତି ଛି.. ଛି.. ।

Advertisment

ରାସ୍ତା ଉପରେ ଛଟପଟ ହେଉଥିଲେ ସ୍ବାମୀ। ବ୍ୟସ୍ତବହୁଳ ରାଜରାସ୍ତାରେ ହାତ ଯୋଡି ନେହୁରା ହେଉଥିଲେ ବିଚରା ପତ୍ନୀ । ସମସ୍ତଙ୍କୁ ଅଟକାଇବାକୁ ଚାହୁଁଥିଲେ ହେଲେ ସବୁ ଦେଖି ଯିଏ ଯାହା ବାଟରେ ଚାଲି ଯାଉଥିଲେ। ମରିଗଲା ମାନବିକତା, ଭୁଲିଗଲେ ସାହାଯ୍ୟ ସହାନୁଭୂତି। ଏ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ବେଙ୍ଗାଲୁରୁ ସହରରେ। ସାଉଥ ବେଙ୍ଗାଲୁରୁର ବାଲାଜୀ ନଗରରେ ରହୁଥିବା ୩୪ ବର୍ଷୀୟ ଭେଙ୍କଟରମଣଙ୍କର ହଠାତ ଛାତିରେ ଯନ୍ତ୍ରଣା ହେଲା। କିଛି ନପାଇ ପତ୍ନୀ ତାଙ୍କୁ ସ୍କୁଟରରେ ନିକଟସ୍ଥ ହସ୍ପିଟାଲକୁ ନେଇଗଲେ। ହେଲେ ସେଠାରେ ଡାକ୍ତର ନଥିଲେ। ପରେ ନିକଟରେ ଥିବା ଆଉ ଏକ ହସ୍ପିଟାଲକୁ ନେଲେ, ଇସିଜିରୁ ଜଣାପଡିଲା କି ମାଇଲଡ ଷ୍ଟ୍ରୋକ ହୋଇଛି। ଏଠି ଜରୁରୀକାଳୀନ ଚିକିତ୍ସା ପାଇଁ ହସ୍ପିଟାଲରେ ନା ଥିଲେ ଡାକ୍ତର ନା ଥିଲା ଆମ୍ବୁଲାନ୍ସ। 

ଉପସ୍ଥିତ ମେଡିକାଲ କର୍ମଚାରୀ ଜୟଦେବ ନଗରଠାରେ ଥିବା ଏକ ହସ୍ପିଟାଲକୁ ନେଇଯିବାକୁ କହିଲେ। ସେପଟେ ସ୍ବାମୀଙ୍କର ସ୍ବାସ୍ଥ୍ୟ ବିଗିଡିବାରେ ଲାଗୁଥାଏ। ଏଭଳି ସମୟରେ ଆଉ କିଛି ଉପାୟ ନପାଇ ଶେଷରେ ନିଜ ସ୍କୁଟିରେ ସ୍ବାମୀଙ୍କୁ ବସାଇ ନିକଟସ୍ଥ ହସ୍ପିଟାଲକୁ ନେଲେ। ହେଲେ ସ୍ବାମୀଙ୍କର ଯନ୍ତ୍ରଣା ଅଧିକ ହେବାରୁ ଚଳନ୍ତା ଗାଡିରେ ଭାରସାମ୍ୟ ହରାଇ ବସିଲେ ପତ୍ନୀ। ଶେଷରେ ରାସ୍ତାରେ ଉଭୟ ପଡିଗଲେ। ରାସ୍ତା ଉପରେ ପଡି ସ୍ବାମୀ ଛଟପଟ ହେଉଥାଆନ୍ତି। ନିଜେ ଗୁରୁତର ଆହତ ହୋଇଥିଲେ ବି ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତାରେ ଯାଉଥିବା ଯାତ୍ରୀଙ୍କୁ ହାତଯୋଡି ଡାକୁଥାଆନ୍ତି। ଅଟକିବାକୁ କାକୁତି ମିନତି କରୁଥାଆନ୍ତି। ହେଲେ କେହି ଜଣେ ବି ଅଟକିଲେ ନାହିଁ। ପ୍ରତି ସେକେଣ୍ଡରେ ରାସ୍ତାରେ ଯାଉଥାଏ ଅନେକ ଗାଡି। ହେଲେ କେହି ବି ଟିକିଏ ଅଟକିଲେ ନାହିଁ।

Advertisment

ମହିଳାଙ୍କ ଉଦାରତା 

ଶେଷରେ ଜଣେ କ୍ୟାବ ଡ୍ରାଇଭରଙ୍କ ସହଯୋଗରେ ସ୍ବାମୀଙ୍କୁ ନେଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପତ୍ନୀ। ହେଲେ ସେତେବେଳକୁ ଭେଙ୍କଟରମଣଙ୍କର ମୃତ୍ୟୁ ହୋଇସାରିଥିଲା। ଏକ ଗ୍ୟାରେଜରେ ମେକାନିକ ଭାବରେ କାମ କରୁଥିବା ଭେଙ୍କଟରମଣ ୫ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ଝିଅ ରହିଛନ୍ତି। ମେଡିକାଲ ବ୍ୟବସ୍ଥା ହେଉ କି ମଣିଷପଣିଆ ସବୁଆଡୁ ନିରାଶ ହୋଇଥିଲେ ବି ପତ୍ନୀ କିନ୍ତୁ ସ୍ବାମୀଙ୍କ ଚକ୍ଷୁ ଦାନ କରି ନିଜ ବିଶାଳ ହୃଦୟର ପ୍ରମାଣିତ କରିଛନ୍ତି। ଏ ହୃଦୟ ବିଦାରକ ଘଟଣା ଜାଣିବା ପରେ ମନେ ହେଉଛି ଆମର ଗତି କୁଆଡେ ? ଆମ ଭିତରେ ଅମାନବୀୟତା କାହିଁକି ବଢୁଛି ? ପୂରା ଘଟଣାର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। 

Death Heart Stroke Help
Advertisment
Related Articles
Advertisment