/odishatv-khabar/media/media_files/2025/12/15/rehman-dacoit-2025-12-15-14-05-06.jpg)
Rehman-Dacoit Photograph: (OTV)
ମର୍ଡର କରି ଲୋକଙ୍କ ମୁଣ୍ଡରେ ଫୁଟବଲ୍ ଖେଳୁଥିଲା। ୧୫ ବର୍ଷ ବୟସରେ ନିଜ ମାଆଙ୍କୁ ମାରିଥିଲା। ତା ନାଁ ଶୁଣି ଭୟରେ ଥରୁଥିଲା କରାଚୀ। ଧୁରନ୍ଧର ଫିଲ୍ମ ରେହମାନ୍ ଡକାୟତର ପ୍ରକୃତ କାହାଣୀ ।
ବର୍ତ୍ତମାନ ବଲିଉଡ଼ର ସବୁଠାରୁ ଚର୍ଚ୍ଚିତ ଫିଲ୍ମ ପାଲଟିଛି ‘ଧୁରନ୍ଧର’। ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଥିବା ବେଳେ ଏଥିରେ ଥିବା ଚରିତ୍ରଗୁଡ଼ିକ ଦର୍ଶକଙ୍କ ଖୁବ ପସନ୍ଦ କରାଯାଉଛି। କିନ୍ତୁ ଯେଉଁ ଚରିତ୍ରଟି ସବୁଠାରୁ ଅଧିକ ଧ୍ୟାନ ଆକର୍ଷଣ କରିଛି ତାହା ହେଉଛି ଅକ୍ଷୟ ଖାନ୍ନାଙ୍କ ଭୂମିକା ସର୍ଦ୍ଦାର ଅବଦୁଲ ରେହମାନ ବାଲୋଚ୍ ଓରଫ ରେହମାନ ଡକାୟତର। ସୋସିଆଲ ମିଡିଆରେ ରେହମାନର ଏଣ୍ଟ୍ରି ଡ୍ୟାନ୍ସ୍ ଓ ଡାଇଲଗ୍ ଡହଇଚଇ ସୃଷ୍ଟି କରିଛି। ହେଲେ ଆପଣ ଜାଣିଛନ୍ତି ଫିଲ୍ମର ଏହି ଚରିତ୍ର ପଛରେ ଏକ ପ୍ରକୃତ ମୁହଁ ଅଛି ଯାହାର ଆତଙ୍କରେ ଥରୁଥିଲା ପାକିସ୍ତାନର କରାଚି ।
୧୯୭୯ ମସିହାରେ କରାଚୀର ଲିୟାରିରେ ରେହମାନ ଡକାୟତର ଜନ୍ମ ହୋଇଥିଲା। ସେତବେଳେ ତାକୁ ସର୍ଦ୍ଦାର ଅବଦୁଲ ରେହମାନ ବାଲୋଚ୍ ବୋଲି ନାମକରଣ କରାଯାଇଥିଲା। କିଶୋର ଅବସ୍ଥାରେ ରେହମାନ ଅପରାଧକୁ ଗ୍ରହଣ କରିଥିଲା। ଆଉ ମାତ୍ର ୧୩ ବର୍ଷ ବୟସରେ ସେ ଅପରାଧ ଜଗତରେ ପାଦ ଦେଇଥିଲା ଆଉ ବନିଯାଇଥିଲା ରେହମାନ ଡକାୟତ।
ମାଆଙ୍କୁ କରିଥିଲା ହତ୍ୟା
ଏକ ରିପୋର୍ଟ ଅନୁସାରେ, ମାତ୍ର ୧୫ ବର୍ଷ ବୟସରେ ସେ ତା ମାଆଙ୍କୁ ହତ୍ୟା କରିଥିଲେ। କୁହାଯାଏ ଯେ ରେହମାନର ବାପାଙ୍କ ମୃତ୍ୟୁ ପରେ, ସେ ସନ୍ଦେହ କରୁଥିଲା ଯେ ତା ମାଆ ତାଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗ ସହିତ ଜଡିତ ଥିଲେ। ଏହି ସନ୍ଦେହକୁ ଆଧାର କରି ସେ ତାଙ୍କ ମାଆଙ୍କୁ ହତ୍ୟା କରିଥିଲା।
୧୯୯୦ ଦଶକରେ ରେହମାନ ହାଜି ଲାଲୁ ଗ୍ୟାଙ୍ଗରେ ଯୋଗ ଦେଇଥିଲା। ପରେ ହାଜିର ମୃତ୍ୟୁ ପରେ ସେ ଗ୍ୟାଙ୍ଗକୁ ନିଜ ହାତକୁ ନେଇଥିଲା। କରାଚିର ଲିଆରି ଅଞ୍ଚଳରେ ରେହମାନ ଡକାୟତର ସମ୍ମତି ବିନା କୌଣସି ନିଷ୍ପତ୍ତି ନିଆଯାଉ ନଥିଲା। ରେହେମାନ ଏତେ କ୍ରୂର ଥିଲା ଯେ କାହାକୁ ହତ୍ୟା କରିବା ପରେ, ସେ ତାଙ୍କ ଗ୍ୟାଙ୍ଗ ସହିତ ମୃତଦେହର ମୁଣ୍ଡକୁ ଫୁଟବଲ୍ କରି ଖେଳୁଥିଲା। ତା ନେଟୱାର୍କ ଜବରଦଖଲ, ଅସ୍ତ୍ରଶସ୍ତ୍ର ଚାଲାଣ, ଅପହରଣ ଏବଂ ନିଶାଦ୍ରବ୍ୟର ଅବୈଧ ଯୋଗାଣ ପରି ଅପରାଧରେ ଜଡିତ ଥିଲା।
ଏସବୁ ଭିତରେ ସେ ରାଜନୀତିରେ ମଧ୍ୟ ନିଜର ଭାଗ୍ୟ ଚେଷ୍ଟା କରିଥିଲା। ହେଲେ 2009 ରେ 29 ବର୍ଷ ବୟସରେ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିଲା ରେହମାନ ଡକାୟତ। ବର୍ତ୍ତମାନ ଧୁରନ୍ଧର ଫିଲ୍ମ ମାଧ୍ୟମରେ ଭାରତୀୟଙ୍କ ମଧ୍ୟରେ ଚର୍ଚ୍ଚା ବିଷୟ ପାଲଟିଛି ଏହି ରେହମାନ ଡକାୟତ ।
Old Smartphone, New Security: ପୁରୁଣା ସ୍ମାର୍ଟଫୋନ୍ରୁ ହେବ ହାଇ-ଟେକ୍ ସିସିଟିଭି କ୍ୟାମେରା, ଅଫିସରେ ବସି ଘର ଉପରେ ରଖନ୍ତୁ ନଜର

Tearful Farewell: କାନ୍ଦି କାନ୍ଦି WWEକୁ ଅଲିବିଦା କହିଦେଲେ ଜନ୍ ସିନା, ଆକାଉଣ୍ଟରେ ୭୨୪ କୋଟି

Rani Duduma Waterfall Turns Crowd-Puller: ପର୍ଯ୍ୟଟକଙ୍କ ପାଇଁ ଆର୍କଷଣ ପାଲଟିଛି ରାଣୀ ଡୁଡୁମା ଜଳପ୍ରପାତ, ମନମୋହୁଛି ପ୍ରକୃତିରାଣୀର ଶୋଭା

Husband Taken into Custody: ବାହାଘରର ୧୨ ବର୍ଷ ପରେ ସ୍ତ୍ରୀର ଏତଲା, ବନ୍ଧା ହେଲା ସ୍ବାମୀ

Youth Displays Courage Despite Being Unarmed: ବର୍ଷୁଥିଲା ଧମାଧମ ଗୁଳି, ଖାଲି ହାତରେ ସାହସ ଦେଖାଇଲେ ଯୁବକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)