Advertisment

Tearful Farewell: କାନ୍ଦି କାନ୍ଦି WWEକୁ ଅଲିବିଦା କହିଦେଲେ ଜନ୍ ସିନା, ଆକାଉଣ୍ଟରେ ୭୨୪ କୋଟି

କାନ୍ଦି କାନ୍ଦି ଅବସର ନେଲେ ଜନ୍ ସିନା। WWEକୁ କହିଦେଲେ ଅଲିବିଦା। ରେସଲିଂ କରି ହୋଇଛନ୍ତି କୋଟିପତି । ଜନ୍ ସିନା ବିଶ୍ବର ଏକମାତ୍ର ଖେଳାଳି ଯିଏ ୧୭ ଥର ବିଶ୍ବ ଚାମ୍ପିଅନ୍ ହେଇଛନ୍ତି।

author-image
Tapan Swain
John-Cena-WWE

John-Cena-WWE Photograph: (OTV)

WWEର ସୁପରଷ୍ଟାର ତଥା ୧୭ ଥର ବିଶ୍ବ ଚାମ୍ପିଅନ୍ ଜନ ସିନାଙ୍କୁ ଆଉ ଦେଖିବାକୁ ମିଳିବନି ରସଲିଂ ରିଂରେ। କାରଣ WWEରୁ ବିଧିବଦ୍ଧ ଭାବେ ଅବସର ନେଇଛନ୍ତି ସିନା। ଏତି ସହିତ ପ୍ରାୟ ଦୁଇ ଦଶନ୍ଧି ଧରି WWE ରିଙ୍ଗରେ ପ୍ରାଧାନ୍ୟ ବିସ୍ତାର କରିଥିବା ଯୁଗ ଏବେ ହୋଇଛି ଅବସାନ।

Advertisment

ଜନ୍ ସିନା ବିଶ୍ବର ଏକମାତ୍ର ଖେଳାଳି ଯିଏ ୧୭ ଥର ବିଶ୍ବ ଚାମ୍ପିଅନ୍ ହେଇଛନ୍ତି। ଗତକାଲି କ୍ୟାରିୟରରେ ସେ ଶେଷ ମ୍ୟାଚ ଖେଳିଥିଲେ। ଗୁନଥେରଙ୍କ ବିପକ୍ଷରେ ରିଙ୍ଗକୁ ଓହ୍ଲାଇବା ସହ ଜନ୍ ଟ୍ୟାପ୍ ଆଉଟ୍ ହେଇଥିଲା। ଅର୍ଥାତ ନିଜେ ବି ପରାଜୟକୁ ସ୍ୱୀକାର କରିଥିଲେ। ପ୍ରାୟ ୨୦ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଥିଲା ଯେତେବେଳେ ଜନ୍ ସେନା ଏକ ମ୍ୟାଚ୍‌ରେ ଟାପ୍ ଆଉଟ୍ କରିଥିଲେ। ଏହି ମୁହୂର୍ତ୍ତଟି ପ୍ରଶଂସକଙ୍କ ପାଇଁ ମଧ୍ୟ ଭାବପ୍ରବଣ ଥିଲା।

ଶେଷ ମ୍ୟାଚ୍ ପରେ ଅନେକ କିମ୍ବଦନ୍ତୀ ଷ୍ଟାର୍ ଜନ୍ ସେନାଙ୍କୁ ତାଙ୍କ ଐତିହାସିକ କ୍ୟାରିୟର ପାଇଁ ଅଭିନନ୍ଦନ ଜଣାଇଥିଲେ। ଶେଷରେ ସେ ରିଙ୍ଗରେ ଦର୍ଶକଙ୍କୁ ସମ୍ମାନ ଜଣାଇ ଭାବପ୍ରବଣ ହୋଇ ମଞ୍ଚ ଛାଡ଼ିଥିଲେ।

Advertisment

ତେବେ ଜନ୍ ସେନାଙ୍କ ସମ୍ପତ୍ତି କଥା କହିବାକୁ ଗଲେ। 2025 ରେ ଜନ୍ ସେନାଙ୍କ ନେଟ୍ ମୂଲ୍ୟ ପ୍ରାୟ ୮୦ ନିୟୁତ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ 724 କୋଟି 56 ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ତେବେ ତାଙ୍କ ରୋଜଗାର କେବଳ WWEରୁ ନୁହେଁ ବରଂ ହଲିଉଡ୍ ଫିଲ୍ମ, ଟିଭି ଶୋ, ଏଣ୍ଡୋର୍ସମେଣ୍ଟ, ସାମଗ୍ରୀ ଏବଂ ବ୍ୟାବସାୟିକ ଉଦ୍ୟମରୁ ମଧ୍ୟ ଆସିଥାଏ। 2024 ରେ, ସେ ଫୋର୍ବସ୍ ତାଲିକାରେ ୧୬ ତମ ସର୍ବାଧିକ ଦରମା ପାଇଥିବା ଅଭିନେତା ଭାବରେ ସ୍ଥାନ ପାଇଥିଲେ। 

ତେବେ ଜନ୍ ସେନାଙ୍କ ଅବସର WWEରେ ଏକ ଯୁଗର ଅନ୍ତ ଘଟାଇଛି। ତାଙ୍କର ଇନ-ରିଙ୍ଗ୍ ଉପସ୍ଥିତି ସର୍ବଦା ପ୍ରଶଂସକଙ୍କ ମନ ଜିତି ପାରିଛି। ଯଦିଓ ସେ ଆଉ ରେସଲିଂ କରିବେନି, କିନ୍ତୁ ମନୋରଞ୍ଜନ ଜଗତରେ ତାଙ୍କର ଯାତ୍ରା ଚାଲୁ ରହିବ।

John Cena Hollywood Star John Cena
Advertisment
Related Articles
Advertisment