/odishatv-khabar/media/media_files/2025/12/16/ram-vilas-vedanti-2025-12-16-15-57-58.jpg)
Ram-Vilas-Vedanti Photograph: (OTV)
ରାମ ମନ୍ଦିର ଆନ୍ଦୋଳନର ପ୍ରମୁଖ ସୂତ୍ରଧର ଏବଂ ପୂର୍ବତନ ସାଂସଦ ଡକ୍ଟର ରାମ ବିଳାସ ଦାସ ବେଦାନ୍ତୀଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ସେ ମଧ୍ୟପ୍ରଦେଶର ରେୱାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଚିକିତ୍ସାଧୀନ ଥିଲେ।
ରାମବିଳାସ ବେଦାନ୍ତୀ ରେୱା ଗସ୍ତରେ ଥିଲେ। ଏହି ଗସ୍ତ ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଥିଲା ଏବଂ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ସୋମବାର ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଛି।
ତାଙ୍କ ପରଲୋକରେ ଅଯୋଧ୍ୟା ସମେତ ସମଗ୍ର ଦେଶରେ ସନ୍ଥ ସମାଜ ଓ ରାଜନୈତିକ ଜଗତରେ ଶୋକର ଛାୟା ଖେଳିଯାଇଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ X ରେ ପୋଷ୍ଟ କରି ତାଙ୍କର ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ରାମବିଳାସ ବେଦାନ୍ତୀଙ୍କ ଜନ୍ମ ୧୯୫୮ ମସିହା ଅକ୍ଟୋବର ୭ ତାରିଖରେ ମଧ୍ୟପ୍ରଦେଶର ରେୱା ଜିଲ୍ଲାର ଗୁଧୱା ଗାଁରେ ହୋଇଥିଲା। ସେ ଦ୍ୱାଦଶ ଲୋକସଭାରେ ଉତ୍ତର ପ୍ରଦେଶର ପ୍ରତାପଗଡ଼ରୁ ବିଜେପି ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ପୂର୍ବରୁ ସେ ୧୯୯୬ ମସିହାରେ ମଛଲି ସହରରୁ ସାଂସଦ ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ ।
ଧାର୍ମିକ ନେତୃତ୍ୱରେ ଥିଲେ ଆଗରେ
ତାଙ୍କର ରାଜନୈତିକ ଜୀବନ ଏବଂ ଧାର୍ମିକ ନେତୃତ୍ୱ ସର୍ବଦା ସମାଜକୁ ମାର୍ଗଦର୍ଶନ କରିଥିଲା। ୬ ଡିସେମ୍ବର ୧୯୯୨ରେ ବିବାଦୀୟ ଧାର୍ମିକ ପୀଠ ଢାଞ୍ଚା ଭଙ୍ଗା ମାମଲାରେ ଯେଉଁ ନେତାମାନଙ୍କ ନାଁ ଥିଲା ସେମାନଙ୍କ ମଧ୍ୟରେ ଡକ୍ଟର ବେଦାନ୍ତୀ ମଧ୍ୟ ସାମିଲ ଥିଲେ। ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।
ରାମ ଜନ୍ମଭୂମି ଆନ୍ଦୋଳନକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ରାମବିଳାସ ବେଦାନ୍ତୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସାଂସଦ ଭାବରେ, ସେ ସଂସଦରେ ରାମ ମନ୍ଦିର ନିର୍ମାଣର ସମର୍ଥନ କରିଥିଲେ ଏବଂ ରାଜ ରାସ୍ତାରେ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।
ଡକ୍ଟର ବେଦାନ୍ତୀ କେବଳ ଜଣେ ରାଜନେତା ନଥିଲେ, ବରଂ ଏମିତି ଜଣେ ନେତା ଥିଲେ ଯିଏ ସର୍ବଦା ଧର୍ମ ଏବଂ ସଂସ୍କୃତିର ପକ୍ଷ ରଖୁଥିଲେ। ତାଙ୍କ ସାରା ଜୀବନ ରାମ ମନ୍ଦିର ଆନ୍ଦୋଳନ ଏବଂ ସମାଜସେବା ପାଇଁ ଉତ୍ସର୍ଗୀକୃତ ଥିଲା। ସେ କେବଳ ସଂସଦରେ ନୁହେଁ ବରଂ ସମାଜର ପ୍ରତ୍ୟେକ ବର୍ଗରେ ନିଜର ସ୍ୱର ଉଠାଇଇଥିଲେ। ତାଙ୍କ ନେତୃତ୍ୱ ଅନେକଙ୍କୁ ପ୍ରେରଣା ଦେଇଥିଲା। ତା ତାଙ୍କର ଏହି ଅବଦାନ ପାଇଁ ରାମ ଜନ୍ମଭୂମି ଆନ୍ଦୋଳନରେ ଡକ୍ଟର ବେଦାନ୍ତୀଙ୍କ ନା’ ସର୍ବଦା ମନେ ରହିବ।
ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।
Shocking Violence: ବାପପୁଅ ବୁହାଇଦେଲେ ରକ୍ତର ନଈ, ପ୍ରଧାନମନ୍ତ୍ରୀ କଲେ ଘୋର ନିନ୍ଦା

Meet Nitin Nabin: ଜାଣନ୍ତୁ କିଏ ନୀତିନ ନବୀନ ? କଣ ତାଙ୍କର ସାଂଗଠନିକ ଦକ୍ଷତା

Dhauli Incident: Wome's Commission Response: ରାତିରେ ନିଛାଟିଆ ସ୍ଥାନକୁ ଝିଅମାନେ ଯିବା ଉଚିତ ନୁହେଁ: ମହିଳା କମିଶନ ସଦସ୍ୟା

BMC Mayor Imposes Lakhs in Fines: ଲକ୍ଷ ଲକ୍ଷ ଟଙ୍କାର ଫାଇନ କାଟିଲେ ବିଏମ୍ସି ମେୟର

Minor Girl Gang Raped: ନଦୀ ପଠାରେ ନାରକୀୟ କାଣ୍ଡ: ପୁରୁଷବନ୍ଧୁଙ୍କ ସାମନାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)