Advertisment

Old Smartphone, New Security: ପୁରୁଣା ସ୍ମାର୍ଟଫୋନ୍‌ରୁ ହେବ ହାଇ-ଟେକ୍ ସିସିଟିଭି କ୍ୟାମେରା, ଅଫିସରେ ବସି ଘର ଉପରେ ରଖନ୍ତୁ ନଜର

ପୁରୁଣା ସ୍ମାର୍ଟଫୋନ୍‌ରୁ ହେବ ହାଇ-ଟେକ୍ ସିସିଟିଭି କ୍ୟାମେରା। ଆଉ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ। ନିଜେ ଘରେ ତିଆରି କରିପାରିବେ ଏମିତି ସିକ୍ୟୁରିଟି କ୍ୟାମେରା। ୫ଟି ଟିପ୍ସରେ ହୋଇଯିବ ରେଡି।

author-image
Tapan Swain
Old-Phone-to-CCTV-Camera

Old-Phone-to-CCTV-Camera Photograph: (OTV)

ପୁରୁଣା ସ୍ମାର୍ଟଫୋନ୍‌ରୁ ହେବ ହାଇ-ଟେକ୍ ସିସିଟିଭି କ୍ୟାମେରା। ଆଉ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ। ନିଜେ ଘରେ ତିଆରି କରିପାରିବେ ଏମିତି ସିକ୍ୟୁରିଟି କ୍ୟାମେରା। ୫ଟି ଟିପ୍ସରେ ହୋଇଯିବ ରେଡି।

Advertisment

ସ୍ମାର୍ଟଫୋନ୍ ପୁରୁଣା ହୋଇଗଲେ କେହି କମ୍ ଦାମ୍‌ରେ ବିକି ଦିଅନ୍ତି ତ ଆଉ କାହାର ଡ୍ରୟରରେ ପଡ଼ି ରହିଥାଏ। ଆପଣ ଏହି ଟ୍ରିକ୍ସ ଜାଣିଦେବା ପରେ ଆଉ ଏମିତି କରିବେ ନାହିଁ, କାରଣ ଏହି ଅଦରକାରୀ ଫୋନ୍ ଆପଣଙ୍କ ଘରକୁ ସୁରକ୍ଷା ଦେଇପାରେ।

ଏଥିପାଇଁ ଆପଣଙ୍କୁ କେବଳ ଏକ ଆପ୍ ଏବଂ ଇଣ୍ଟରନେଟ୍ କନେକ୍‌ସନ ଦରକାର ହେବ। ତେବେ ପୁରୁଣା ଫୋନ୍‌କୁ ଆପଣ କିପରି ଏକ ସିସିଟିଭି କ୍ୟାମେରାରେ ପରିଣତ କରିବେ ଆସନ୍ତୁ ସେହି ଟ୍ରିକ୍ସ ଜାଣିବା।

Advertisment

ପ୍ରଥମେ, ଆପଣଙ୍କର ପୁରୁଣା ସହିତ ଏବଂ ନୂଆ ଫୋନରେ, ଯେଉଁଥିରେ ଆପଣ ଭିଡିଓ ଦେଖିପାରୁଥିବେ  Google Play Store କିମ୍ବା Apple App Store ରୁ ଏକ ଭରସାଯୋଗ୍ୟ ସିକ୍ୟୁରିଟି କ୍ୟାମେରା ଆପ୍ ଡାଉନଲୋଡ୍ କରନ୍ତୁ।

ଏହାପରେ ଭିଡିଓର ପ୍ରିଭ୍ୟୁ ପାଇଁ ପ୍ଲେ ଷ୍ଟୋରରୁ 'Alfred', 'AtHome' କିମ୍ବା ''WardenCam' ଭଳି ଆପ୍ ଡାଉନଲୋଡ୍ କରନ୍ତୁ। ତେବେ ମନେରଖନ୍ତୁ ଯେ ଏଭଳି ଆପ୍ ବାଛନ୍ତୁ, ଯେଉଁଥିରେ ଲାଇଭ୍ ଷ୍ଟ୍ରିମିଂ, ମୋସନ୍ ଡିଟେକ୍ସନ୍ ଏବଂ ଟୁ-ୱେ ଅଡିଓ ଭଳି ଫିଚର ଥିବ।

ଦୁଇଟିଯାକ ଫୋନ୍‌କୁ ପେୟାର କଲା ପରେ...

ଆପ୍ ଇନଷ୍ଟଲ୍ ହେବା ପରେ, ଉଭୟ ଫୋନ୍‌ରେ ଗୋଟିଏ ଇମେଲ୍ ଆଇଡି କିମ୍ବା ଆକାଉଣ୍ଟରେ ସାଇନ୍ ଇନ୍ କରନ୍ତୁ। ଏହା ଦ୍ୱାରା ଦୁଇଟି ଡିଭାଇସ୍ ସହଜରେ କନେକ୍ଟ ହୋଇଯିବ। ଏହି ଆପ୍ ଆପଣଙ୍କୁ ଦୁଇଟି ଅପସନ୍ ଦେବ: କ୍ୟାମେରା ଏବଂ ଭିୟୁଅର୍। ଏଠାରେ ଆପଣ ପୁରୁଣା ଫୋନକୁ 'କ୍ୟାମେରା' ମୋଡ୍‌ରେ ଆଉ ନୂଆ ଫୋନକୁ ' ଭିୟୁଅର୍' ମୋଡ୍‌ରେ ସେଟ୍ କରିବେ। ଏହାପରେ, ଦୁଇଟିଯାକ ଫୋନ୍‌କୁ ପେୟାର କରିବାକୁ ପଡିବ ଆଉ ଏନେଇ ସ୍କ୍ରିନ୍‌ରେ ଆସୁଥିବା ନିର୍ଦ୍ଦେଶକୁ ଫଲୋ କରିବାକୁ ହେବ।

ଏବେ, ଆପଣଙ୍କର ପୁରୁଣା ଫୋନ୍‌କୁ ଆପଣଙ୍କ ଘରର କୌଣସି ଜାଗାରେ ସେଟ୍ କରୁନ୍ତୁ। ଆଉ ଏହାକୁ ଆବଶ୍ୟକତା ଅନୁସାରେ ଆଡଜଷ୍ଟ୍ କରନ୍ତୁ। ବର୍ତ୍ତମାନ ଆପଣଙ୍କର ସିସିଟିଭି କ୍ୟାମେରା ରେଡି। ଏବେ, ଆପଣ ଅଫିସରେ ଥାଆନ୍ତୁ କି ବଜାରରେ, ଆପଣ ନିଜର ନୂଆ ଫୋନ୍ ବ୍ୟବହାର କରି ଯେକୌଣସି ସମୟରେ ଆପଣଙ୍କ ଘର ଉପରେ ନଜର ରଖିପାରିବେ।

Smartphone CCTV Camera
Advertisment
Related Articles
Advertisment