ଦେବଗଡ ଜିଲ୍ଲାରେ ଅଛନ୍ତି ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ହକି ଖେଳାଳି । ମାତ୍ର ଭିତ୍ତିଭୂମିର ଅଭାବ ଯୋଗୁଁ ହକି ପ୍ରତିଭାଙ୍କୁ ଦେଶ ପାଇଁ ଖେଳିବାର ସ୍ୱପ୍ନ ସ୍ୱପ୍ନରେ ରହିଯିବାର ଆଶଙ୍କା ଘାରିଛି ।
ଆହୁରି ୨ ଦିନ ପର୍ଯ୍ୟନ୍ତ ଜାଡ କୋପ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାତି ଓ ପାହାନ୍ତା ସମୟରେ ଘରେ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।
ନିଶାଶକ୍ତ ହୋଇ ନିଜ ବାପାକୁ ହତ୍ୟା କଲେ ପୁଅ ।
ହାତୀ ମୃତ୍ୟୁ ହେବା ପରେ ବି ହାତ ପାହାନ୍ତାରେ ଝୁଲୁଛି ବିଦ୍ୟୁତ ତାର ଆଉ ମୁକୁଳା ହୋଇ ପଡିଛି ଟ୍ରାନ୍ସଫର୍ମର । ଏତେ ସବୁ ଘଟଣା ହେବା ପରେ ବି ନିଦାବିଷ୍ଣୁ ସାଜିଛି ବିଦ୍ୟୁତ ବିଭାଗ । ନିୟମ ଅନୁଯାୟୀ ବିଦ୍ୟୁତ ଖୁଂଟ ମଧ୍ୟରେ ଯେତିକି ଦୂରତା ରହିବାର କଥା ହେଲେ ଦେବଗଡରେ ତାହା ହୋଇ ନାହିଁ । ତେଣୁ ତାର ଗୁଡିକ ଓହଳି ପଡିଛି। ହେଲେ ବିଦ୍ୟୁତ ବିଭାଗ ଉପରେ ଏବେ ଆଙ୍ଗୁଳି ଉଠିବାରୁ ନିଜ ଦୋଷ ଲୁଚାଇବା ପାଇଁ ତରବରିଆ ଭାବରେ ନୂଆ ବିଦ୍ୟୁତ ଖୁଂଟ ପକାଉଛି ବିଭାଗ ।
ବେଆଇନ୍ କ୍ଲିନିକ୍ କରି ଚିକିତ୍ସା କରୁଥିବା ଜଣେ ନକଲି ଡାକ୍ତରଙ୍କୁ ପୋଲିସ୍ ଗିରଫ କରିଛି। ଏହାସହ ତାଙ୍କ ଠାରୁ ପ୍ରାୟ ୨ ଲକ୍ଷ ଟଙ୍କାର ଔଷଧ ଜବତ ହୋଇଛି।
ନଦୀ ମଝିରେ ସେଲ୍ଫି ନେଉଥିବା ବେଳେ ଡ୍ୟାମ୍ରୁ ହଠାତ୍ ପାଣି ମାଡ଼ି ଆସିଥିଲା। ଫଳରେ ନଦୀ ମଝିରେ ୧୦ ଜଣ ଫସି ଯାଇଥିଲେ।
ଘର ଛାତ ପାଖରେ ଓହଳି ରହିଥିଲା ୧୧ କେଭି ବିଦ୍ୟୁତ ତାର । ଛାତ ଉପରକୁ ଗଲେ ପ୍ରାଣ ଯେ, କେତେବେଳେ ଚାଲିଯିବ ତାହା କେହି ବି କହିପାରିବେ ନାହିଁ । ଦେବଗଡ ଜିଲା ରିଆମାଳର ଲକ୍ଷ୍ମୀପୁର ଗାଁରେ ବିଦ୍ୟୁତ ବିଭାଗର ଏଭଳି ଚରମ ଅବହେଳା ପାଇଁ କଷ୍ଟ ପାଉଛି କୁନି ପୁଅ ।
ଆଣ୍ଟିଂ ରାଗିଂ ସ୍କ୍ୱାର୍ଡ ଓ ସିଡିଏମଓଙ୍କୁ ଅଭିଯୋଗ କଲେ ଛାତ୍ରୀ । ସିଡିଏମଓଙ୍କ ନେତୃତ୍ୱରେ ଟିମ୍ କରୁଛି ତଦନ୍ତ ।
ଗଛ କାଟିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଲକ୍ଷ ଲକ୍ଷ ଟଙ୍କାର କାଠରେ ନିଆଁ ଲଗାଇ ଦେଉଛନ୍ତି। ବନ ବିଭାଗ ପାଖରେ ଖବର ଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ୍...
ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ ପ୍ରତିବାଦରେ ବିଜେପି ଧାରଣା ଦେବାକୁ ଆହ୍ୱାନ ଦେଇଛି । ଏଥିସହ ମାମଲାରେ ତିଲେଇବଣି ବିଡିଓଙ୍କୁ ଗିରଫ ଦାବି କରିଛି ଦଳ ।
ଗିରଫ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବିଧାୟକ ସୁବାସ ପାଣିଗ୍ରାହୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଧାନସଭାରେ ଚାଷୀଙ୍କ କଥା ଉଠାଇଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିଲା ।
ଖବର ପାଇ ବାରକୋଟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।
ମାଟି ତଳୁ ଜବତ ହେଲା ବିଡ଼ାବିଡ଼ା ଟଙ୍କା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୩୨ ଲକ୍ଷ ଟଙ୍କାକୁ ଜବତ କଲା ପୋଲିସ୍ । ଦେବଗଡ଼ରୁ ମିଳିଛି ୩୨ ଲକ୍ଷ ଟଙ୍କା ।
ଘାଟିରେ ଜଗିଛି ଯମ। ଦେବଗଡ଼ ଜିଲ୍ଲା ଗଇଲୋ ଘାଟିରେ ପୁଣି ଦୁର୍ଘଟଣା ଘଟିଛି। ଘାଟିରେ ଅଟୋ ଓଲଟି ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୬ ଜଣ ଗୁରୁତରଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଗିରଫ ଅଭିଯୁକ୍ତ ହେଲେ ସମ୍ବଲପୁର ସାଖିପଡାର ରଞ୍ଜନ କୁମାର ପାଢୀ ଏବଂ ସିନ୍ଦୁରପଙ୍କ ଗାଁର କୈଳାସ ଚନ୍ଦ୍ର ସାହୁ । ଜବତ ବିଷର ଆନୁମାନିକ ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ । ଦେବଗଡ ଜିଲ୍ଲାର ସ୍ୱତନ୍ତ୍ର ପୋଲିସ ଟିମ୍ ଏହି ଚଢାଉ କରିଥିବା ସୂଚନା ମିଳିଛି ।
ଶିଶୁଟି ବାକ୍ ଶକ୍ତି ହରାଇବା ସହ ନିଜ ଗୋଡରେ ଛିଡା ହେବାକୁ ଅକ୍ଷମ ହୋଇପଡିଲା । ଆଉ ଏଭଳି ଦୁଃଖ ସମୟରେ ନିଜ ପୁଅକୁ ଛାଡି ଅନ୍ୟ କୁଆଡେ ଚାଲିଗଲା ନିଷ୍ଠୁର ମା’
ରସାନନ୍ଦଙ୍କ ପାଇଁ ପକ୍ଷାଘାତ ରୋଗଯନ୍ତ୍ରଣାଠାରୁ ବଳି ଯାଇଛି ପେନସନ ନପାଇବାର କଷ୍ଟ । ୧୦ ବର୍ଷ ପରେ ବି ମିଳୁନି ପ୍ରାପ୍ୟ ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବ ଏବେ ବି ସକ୍ରିୟ ରହିଛି। ଗତ ୬ ଘଣ୍ଟାରେ ଏହା ଘଣ୍ଟା ପ୍ରତି ୨୧ କି.ମି. ବେଗରେ ଗତି କରୁଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ ଏହା ଝାରସୁଗୁଡ଼ା ଠାରୁ ୫୦ କି.ମି. ଓ ଛତିଶଗଡ଼ରୁ ୧୩୦ କି.ମି. ଦୂରରେ ଅଛି।
ରାଜ୍ୟରେ ଦୀର୍ଘ ଦିନ ପରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆହୁରି ଆଶ୍ୱସ୍ତିର ଖବର ଯେ, ୧୮ ବର୍ଷରୁ କମ୍ ବୟସର ୫୭ ଜଣ ଚିହ୍ନଟ ହୋଇଛନ୍ତି।
ଦକ୍ଷିଣ ଆଫ୍ରିକାର ତାଂଜାନିଆର ହାଇକମିଶନର ଭାବେ ନିଯୁକ୍ତ ହେଲେ ଓଡ଼ିଆ ଆଇ.ଏଫ୍.ଏସ୍. ଅଫିସର ବିନୟ ଶ୍ରୀକାନ୍ତ ପ୍ରଧାନ । ତାଙ୍କୁ ଭାରତ ସରକାର ଏହି ପଦବୀରେ ନିଯୁକ୍ତ କରିଛନ୍ତି।