Advertisment

Home Guard Physical Test: ଅଧାରେ ଅଟକିଲା ଚାକିରି ସ୍ବପ୍ନ; ଦୌଡିବା ବେଳେ ଚାଲିଗଲା ଜୀବନ

ହୋମଗାର୍ଡ ଚାକିରି ପାଇଁ ଶାରୀରିକ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ ସାହେବ । ସେ ଦୌଡରେ ଅଂଶଗ୍ରହଣ କରି ଦୌଡିବା ସମୟରେ ହଠାତ୍ ଗୁରୁତର ହୋଇ ତଳେ ପଡିଯାଇଥିଲେ । ପୋଲିସ ତାଙ୍କୁ ଉଦ୍ଧାରକରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ।

author-image
Deviprasad Jena
ଅଦ୍ୟତନ ହୋଇଛି
Home Guard Physical Test

Home Guard Physical Test

ଚାକିରି ପାଇଁ ଆସି ଶବ ହୋଇ ଫେରିଲେ ଯୁବକ । ହୋମଗାର୍ଡ ପଦବୀ ପାଇଁ ଦୌଡ ପରୀକ୍ଷା ଦେବା ବେଳେ ଘଟିଛି ବଡ଼ ଅଘଟଣ । ଦେବଗଡ଼ରେ ହୋମଗାର୍ଡ ପଦବୀ ପାଇଁ ଶାରୀରିକ ପରୀକ୍ଷାବେଳେ ଅଘଟଣ । ରିଜର୍ଭ ପୋଲିସ ପଡିଆରେ ଦୌଡିବା ବେଳେ ଅଚେତ ହୋଇପଡ଼ିଲେ ପରୀକ୍ଷାର୍ଥୀ। ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ହୋଇଛି ।

Advertisment

ମୃତକ ହେଲେ ଦେବଗଡ ବୁଡିଦୋ ଗାଁର ସାହେବ ଦେହୁରୀ । ଗତକାଲି ଅପରାହ୍ନରେ ରିଜର୍ଭ ପୋଲିସ୍ ଗ୍ରାଉଣ୍ଡରେ ଦୌଡ଼ୁଥିବା ବେଳେ ବେହୋସ ହୋଇପଡିଥିଲେ ସାହେବ । ଏହାପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏନେଇ ଆଜି ମେଡିକାଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା । ଡାକ୍ତରଙ୍କ ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ମୃତଦେହ ଧରି ଜିଦରେ ଅଡ଼ି ବସିଥିଲେ ପରିବାରଲୋକେ ଓ ସ୍ଥାନୀୟଲୋକେ । ଘଟଣାସ୍ଥଳରେ ଉପଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାପରେ ପରିସ୍ଥିତି ଶାନ୍ତ ପଡିଥିଲା ।

Advertisment

ଅଧିକ ପଢ଼ନ୍ତୁ: ଲୋୟର PMGରେ କଂଗ୍ରେସର ଆନ୍ଦୋଳନ, ପୋଲିସ୍‌ ଗାଡ଼ି ପୋଡ଼ିବାକୁ କରିଥିଲେ ଉଦ୍ୟମ

ରେଡକ୍ରସରୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଥିବାବେଳେ ତଦନ୍ତ ପରେ ଡାକ୍ତରଙ୍କ ଅବହେଳା ସାମ୍ନାକୁ ଆସିଲେ,କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରତିଶ୍ରୁତି ଦେଇଛନ୍ତି ଉପଜିଲ୍ଲାପାଳ। ଅନ୍ୟପଟେ ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ଣରେ ହୋମଗାର୍ଡ ଚାକିରୀ ପାଇଁ ଶାରୀରିକ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ ସାହେବ । ସେ ଦୌଡରେ ଅଂଶଗ୍ରହଣ କରି ଦୌଡିବା ସମୟରେ ହଠାତ୍ ଗୁରୁତର ହୋଇ ତଳେ ପଡିଯାଇଥିଲେ । ପୋଲିସ ତାଙ୍କୁ ଉଦ୍ଧାରକରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଏହାପରେ ଚିକିତ୍ସା ଚାଲିଥିବା ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଅପରପକ୍ଷେ ଚାକିରୀ ଆଶାରେ ଆସିଥିବା ରୋଜଗାରିଆ ପୁଅକୁ ହରାଇ ଦୁଃଖ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ତେଣୁ ମୃତ୍ୟୁବରଣ କରିଥିବା ସାହେବର ପରିବାର ଲୋକଙ୍କୁ ସହାୟତା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହେଉଛି ।

ଅଧିକ ପଢ଼ନ୍ତୁ: ଘାଟାରେ ଚାଲୁଛି OSRTC, ୨ ବର୍ଷରେ ୪୫ କୋଟି ୪୬ ଲକ୍ଷ କ୍ଷତି

Home Guard Deogarh Job Aspirants
Advertisment
Advertisment