Advertisment

ପ୍ରବଳରୁ ଅତି ପ୍ରବଳ ବର୍ଷିବ ! ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

କେଉଁ କେଉଁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି, ଦେଖି ନିଅନ୍ତୁ ତାଲିକା...

author-image
Prangyan Parimita
ଅଦ୍ୟତନ ହୋଇଛି
Orange Alert

Orange Alert

ସକ୍ରିୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ରାଜ୍ୟରେ ୨୪ ଘଣ୍ଟାରେ ୨୭.୩ ମିମି ବର୍ଷା ରେକର୍ଡ ହୋଇଛି । ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୧୦୬.୩ ମିମି ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି । ସେହିପରି ଦୁଇ ଦିନ ଧରି କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Advertisment

ଅନ୍ୟପଟେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସୋନପୁର, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ନୂଆପଡ଼ା, ବରଗଡ଼, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଆଦି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ସେପଟେ ପ୍ରବଳ ବର୍ଷାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅନ୍ତର୍ଗତ ଫାଶିମାଳ ରାସ୍ତାରେ ଧୋଇ ଯାଇଛି ଅସ୍ଥାୟୀ ଡାଇଭରସନ୍ । ଶରଧାପାଲି ନଦୀ ଉପରେ ବ୍ରିଜ ନିର୍ମାଣଧୀନ ଥିବା ବେଳେ ବ୍ରିଜ ନିକଟରେ ଯାତାୟତ ପାଇଁ ଏକ ଅସ୍ଥାୟୀ ଡାଇଭରସନ ନିର୍ମାଣ କରାଯାଇଥିଲା । ତେବେ ଆଜି ଏହି ଡାଇଭରସନ ବର୍ଷା ପାଣିରେ ସମ୍ପୂର୍ଣ୍ଣ ବୁଡିଯାଇଥିବା ବେଲେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହି ରାସ୍ତା ସମ୍ବଲପୁରକୁ ପଡିଥିବା ବେଲେ ଯାତାତାୟ ବାଧାପ୍ରାପ୍ତ ହୋଇଛି।

Advertisment

ସେହିପରି କେନ୍ଦୁଝର ଜିଲ୍ଲା ତେଲକୋଇରେ ମଧ୍ୟ ଲଗାଣ ବର୍ଷା ଫଳରେ ଧୋଇଗଲା ଡାଇଭରସନ। ନିର୍ମାଣାଧୀନ ରାସ୍ତାର ଆକୁଳକାଳିମା ପୋଲ ନିକଟରେ ଡାଇଭରସନ ରାସ୍ତା ଧୋଇ ଯିବାରୁ ଗାଡି ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି। ସେହିପରି ସ୍ଥାନୀୟ ଘୁରୁଦିଆ ନାଳ ପୋଲ ଉପରେ ପାଣି ଚାଲୁଥିବା ଦେଖିବାକୁ ମିଳିଛି। ମୌସୁମୀ ବର୍ଷା ପ୍ରଭାବରେ ସୁଖିଲା ପଡ଼ିଥିବା ସମକୋଇ ନଦୀ ଏବଂ ବିଭିନ୍ନ ନାଳରେ ବର୍ଷା ଜଳ ଦେଖିବାକୁ ମିଳିଛି ।

ଅନ୍ୟପଟେ ଲଗାଣ ବର୍ଷାରେ ବଲାଙ୍ଗିର ଜିଲ୍ଲା ବେଲପଡା ମଣ୍ଡଳ ଗାଁରେ ଘର ଭାଙ୍ଗିଯାଇଛି । ଗାଁର ଚକ୍ରଧର ମହାନନ୍ଦଙ୍କ ପରିବାର ଘରେ ଥିବାବେଳେ ହଠାତ ଘର ଭାଙ୍ଗି ପଡିଥିଲା । ପ୍ରଥମେ ଘରର ବିମ୍ ଭାଙ୍ଗିଯିବାରୁ ଖପର ସବୁ ତଳକୁ ଖସି ପଡିଥିଲା । ଏହି ସମୟରେ ସମସ୍ତେ ଦୌଡାଦୌଡି କରିଥିଲେ। ତେବେ କାହାର କିଛି କ୍ଷତି ହୋଇନାହିଁ । ଲଗାଣ ବର୍ଷା ଯୋଗୁଁ ଏପରି ହୋଇଥିବା କୁହାଯାଉଛ ।

Orange Warning Heavy Rainfall Alert
Advertisment
Advertisment