/odishatv-khabar/media/post_attachments/uploadimage/library/16_9/16_9_0/murder_1672574447.jpg)
murder
ପୁଅର ଆକ୍ରମଣରେ ବାପା ମୃତ । ସମ୍ପର୍କର ମୂଲ୍ୟ ବୁଝିଲାନି କୁଳାଙ୍ଗାର । ନୂଆବର୍ଷ ପାଇଁ ଖର୍ଚ୍ଚ ନଦେବାରୁ ନିଶାସକ୍ତ ଅବସ୍ଥାରେ ବାପାଙ୍କୁ ହତ୍ୟା କଲା ପୁଅ । ଦେବଗଡ ଥାନା କାଉଁଶିବାହାଲ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖାଯାଇଛି ।
ଦୁର୍ଯ୍ୟୋଧନ ପ୍ରଧାନଙ୍କ ଛୁରି ମାଡରେ ୭୦ ବର୍ଷିୟ ବାପା ରତ୍ନାକର ପ୍ରଧାନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସେ ଘରେ ଶୋଇଥିବା ବେଳେ ତାଙ୍କ ପୁଅ ଦୁର୍ଯ୍ୟୋଧନ ଘରକୁ ନିଶାସକ୍ତ ଅବସ୍ଥାରେ ଆସି ହାତ ଖର୍ଚ୍ଚ ମାଗିଥିଲା । ମାତ୍ର ତାଙ୍କ ବାପା ବାରଣ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇପଡି ହତ୍ୟା କରିଥି ବା ଅଭିଯୋଗ ହୋଇଛି । ରତ୍ନାକରଙ୍କ ମୁଣ୍ଡରେ ବାରମ୍ବାର ଛୁରିରେ ଆଘାତ କରିବାରୁ ତାଙ୍କର ମୃତ୍ୟୁ ହୋଇଛି ।
ଏନେଇ ଗ୍ରାମବାସୀଙ୍କ ଠାରୁ ଦେବଗଡ ଥାନା ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିବା ବେଳେ ଅଧିକ ତଦନ୍ତ ପାଇଁ ସାଇଂଟିଫିକ ଟିମକୁ ସୂଚନା ଦିଆଯାଇଛି । ଏଥିସହ ହତ୍ୟାକାରୀ ପୁଅ ଦୁର୍ଯ୍ୟୋଧନକୁ ପୋଲିସ ଗିରଫ କରିଥିବା ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)