Advertisment

ବିଷମ ସ୍ଥିତି...ଘର ଭିତରେ ରହୁଛନ୍ତି ମାଙ୍କଡ଼, ବାହାରେ ମଣିଷ

ଏମାନଙ୍କ ଉପଦ୍ରବ ଏତେ ମାତ୍ରାରେ ବଢିଲାଣି ଯେ ତ୍ରାହି ତ୍ରାହି ଡାକିଲେଣି ଫଳ ଓ ପରିବା ଦୋକାନୀ। ଦୋକାନରେ ପଶିବା ମାତ୍ରେ ପୂରା ସଫା କରିଦେଉଛନ୍ତି ସବୁ। ବଜାର ଭିତରେ ସାଇକେଲ କି ଗାଡିରେ ବ୍ୟାଗ୍‌ ରହିଲେ ତାକୁ ନେଇ ସିଧା ଗଛ ଉପରକୁ ଫେରାର। ମାଙ୍କଡକୁ ଉପଦ୍ରବ ନେଇ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି ଲୋକ। ଅଭିଯୋଗ ପରେ ଏବେ ଆକ୍ସନ ମୋଡରେ ବନବିଭାଗ।

author-image
Sarbeswar
ଅଦ୍ୟତନ ହୋଇଛି
Monkey Menace Haunts locals In Deogarh

Deogarh Monkey

ପାଣିଟାଙ୍କି ହେଉ କି ରାସ୍ତା...ଘର ହେଉ କି ବାଡି। ଯୁଆଡେ ଦେଖିବେ ସିଆଡେ ଦଳଦଳ ମାଙ୍କଡ। କାହାକୁ କେତେବେଳେ ମାରିଲେଣି ତ ଆଉ କାହାକୁ କେତବେଳେ କାମୁଡିଲେଣି। ସ୍ଥିତି ଏମିତି ହେଲାଣି ଯେ ମାଙ୍କଡ ଦେଖିଲେ ଲୋକେ ତାଟିକବାଡ ପକାଉଛନ୍ତି ନହେଲେ ହାଉଳି ଖାଉଛନ୍ତି। ହେଲେ ମାଙ୍କଡର କୌଣସି ପରବାୟ ନାହିଁ...ମାଙ୍କଡଙ୍କ ଉପଦ୍ରବ ଏତେ ମାତ୍ରାରେ ବଢିଗଲାଣି ଯେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି।

Advertisment

ଦିନ ଦ୍ୱିପ୍ରହରେ ଗାଡି ସିଟ୍‌ ଉପରେ ବସିପଡି ଦାଉ ସାଧୁଛି ମାଙ୍କଡ। ଖାଲି ବସୁଛି ତାହା ନୁହେଁ ବରଂ କୋଉଠୁ କଦଳୀ ଛଡେଇ ଆଣି ଗାଡ଼ି ଉପରେ ବସି ଖାଉଛି ତ ଆଉ କୋଉଠି ଆଉ କଣ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ ସହରରେ । ଗତ କିଛି ବର୍ଷ ହେଲା ଏମିତି ମାତିଛନ୍ତି ଜଙ୍ଗଲୀ ମାଙ୍କଡ । ନିର୍ଭୟରେ ଘର ଭିତରେ ପଶି ଲୋକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରୁଛନ୍ତି । ମଣିଷକୁ ଦେଖିଲେ ଖେଙ୍କାରୀ ହେଉଛନ୍ତି । ସତର୍କ ନରହିଲେ ଆକ୍ରମଣ ବି କରୁଛନ୍ତି । ଯଦି କିଏ ଏକୁଟିଆ ଗଲା ପୂରାଦଳବଳ ନେଇ ଏମିତି ଆକ୍ରମଣ କରୁଛନ୍ତି ଯେ ଖଣ୍ଡିଆଖାବର ହୋଇ ଘରରୁ ଫେରୁଛି ମଣିଷ।

ଦେଖନ୍ତୁ ଭିଡିଓ | ନାକେଦମ କଲାଣି ମଦୁଆ ମାଙ୍କଡ, ଚୋରି କରି ପିଇ ଦେଉଛି ମଦ

ଏମାନଙ୍କ ଉପଦ୍ରବ ଏତେ ମାତ୍ରାରେ ବଢିଲାଣି ଯେ ତ୍ରାହି ତ୍ରାହି ଡାକିଲେଣି ଫଳ ଓ ପରିବା ଦୋକାନୀ। ଦୋକାନରେ ପଶିବା ମାତ୍ରେ ପୂରା ସଫା କରିଦେଉଛନ୍ତି ସବୁ। ବଜାର ଭିତରେ ସାଇକେଲ କି ଗାଡିରେ ବ୍ୟାଗ୍‌ ରହିଲେ ତାକୁ ନେଇ ସିଧା ଗଛ ଉପରକୁ ଫେରାର। ମାଙ୍କଡକୁ ଉପଦ୍ରବ ନେଇ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି ଲୋକ। ଅଭିଯୋଗ ପରେ ଏବେ ଆକ୍ସନ ମୋଡରେ ବନବିଭାଗ।

Advertisment

ସହର ଭିତରେ ଏବେ ଯନ୍ତା ବସେଇ ମାଙ୍କଡ ଧରୁଛି ବନବିଭାଗ। ଖାଇବାକୁ ଦେଇ ପାଖାପାଖି ୧୫୦ରୁ ଉର୍ଦ୍ଧ୍ୱ ମାଙ୍କଡକୁ ଧରି ବଣରେ ଛାଡିଥିବା ବେଳେ ଆହୁରି ଅନେକ ମାଙ୍କଡକୁ ଧରାଯିବ ବୋଲି ବନବିଭାଗ କହିଛି। ମାଙ୍କଡ ଧରିବା ପାଇଁ ପିଞ୍ଜରା ଲାଗିଥିବା ୨ଟି ସ୍ୱତନ୍ତ୍ର ଭ୍ୟାନ ବି ପ୍ରସ୍ତୁତ ହୋଇଛି । ଗୋଟିଏ ଭ୍ୟାନ ସହରର ବିଭିନ୍ନ ସ୍ଥାନରେ ବୁଲି ମାଙ୍କଡକୁ ପିଞ୍ଜରାବଦ୍ଧ କରୁଥିବା ବେଳେ ଅନ୍ୟ ଭ୍ୟାନରେ ଷ୍ଟୋର କରାଯାଉଛି । ପିଞ୍ଜରା ଲାଗିଥିବା ଭ୍ୟାନ ଭିତରେ ଫଳ ଏବଂ ବିଭିନ୍ନ ଖାଦ୍ୟ ପଦାର୍ଥ ଦେଇ ମାଙ୍କଡକୁ ଲୋଭାସକ୍ତ କରାଯାଉଛି । ପରେ ପିଞ୍ଜରା ଭିତରକୁ ଖାଦ୍ୟ ଖାଇବାକୁ ଆସିଲେ ଗେଟ ପକାଇ ମାଙ୍କଡକୁ କାବୁ କରାଯାଉଛି ।

ସହର ଭିତରେ ଶହ ଶହ ମାଙ୍କଡ ବୁଲୁଥିବା ବେଳେ ସେମାନଙ୍କୁ ଧରିବାକୁ ପୂରା ଚେଷ୍ଟା ଚଳାଇଛି ବନବିଭାଗ । ପୂର୍ବରୁ ବନବିଭାଗ ଏଭଳି ପଦକ୍ଷେପ ନେଇ ବିଫଳ ହୋଇଥିବା ବେଳେ ଏଥର କିନ୍ତୁ ସଫଳ ହେବାର ଆଶା ରଖିଛି ବନବିଭାଗ । ତେବେ କେବେ ମାଙ୍କଡ ଧରା ଅଭିଯାନ ପୂର୍ଣ୍ଣ ହେବ ଏବଂ କେବେ ମାଙ୍କଡ ଦାଉରୁ ରକ୍ଷା ପାଇବେ ଦେବଗଡବାସୀ ତାହା ସମୟ କହିବ।

(ରିପୋର୍ଟ- ସିଦ୍ଧାର୍ଥ ଗୁରୁ, ଦେବଗଡ଼)

Monkey
Advertisment
Advertisment