/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702954031.jpg)
kidnapping case
ଦେବଗଡ଼ରୁ ଅପହୃତ ହୋଇଥିବା କୁନି ଝିଅ ସୁନ୍ଦରଗଡ଼ରୁ ଉଦ୍ଧାର। ବଡ଼ ଗାଁ ରାସ୍ତା କଡ଼ରୁ ତାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଏହା ପରେ ସେମାନେ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଛନ୍ତି। ଝିଅକୁ ନେବା ପାଇଁ ସୁନ୍ଦରଗଡ଼ ଯାଉଛନ୍ତି ପରିବାର ଲୋକେ।
ଦେବଗଡ଼ରୁ ଅପହୃତ ହୋଇଥିବା କୁନି ଝିଅ ସୁନ୍ଦରଗଡ଼ରୁ ଉଦ୍ଧାର । ବଡ଼ ଗାଁ ରାସ୍ତା କଡ଼ରୁ ତାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ଏହା ପରେ ସେମାନେ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଛନ୍ତି ।..#Deogarh#Odishapic.twitter.com/vBk3zlwAYh
— ଓଟିଭି (@otvkhabar) December 19, 2023
ସୂଚନା ଅନୁସାରେ ଗତକାଲି ଝିଅଟି ଟ୍ୟୁସନରୁ ଆଈ ସହ ଘରକୁ ଫେରୁଥିଲା । ଏହି ସୟମରେ ଦୁଇ ଜଣ ଦୁର୍ବୃତ୍ତ ଆଈକୁ ଧକ୍କା ମାରି ଝିଅକୁ ଅପହରଣ କରିନେଇଥିଲେ। ଦେବଗଡ଼ ମୁଖ୍ୟ ମାର୍କେଟରୁ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ । ଘଟଣା ପରେ ପରିବାରେ ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଶିଶୁକନ୍ୟାକୁ ଖୋଜାଖୋଜି ଆରମ୍ଭ କରିଥିଲା ପୋଲିସ ।
ସେପଟେ ଆଜି ସକାଳେ କୁନି ଝିଅକୁ ସୁନ୍ଦରଗଡ଼ର ବଡ଼ ଗାଁ ରାସ୍ତାକଡ଼ରୁ ଠାବ କରାଯାଇଛି । ଝିଅକୁ ପାଇବା ପରେ ସ୍ଥାନୀୟ ଲୋକେ ଜଣାଇଥିଲେ। ଝିଅଟି ମଧ୍ୟ ଭିଡିଓ କଲରେ ପରିବାର ଲୋକଙ୍କ ସହ କଥା ହୋଇଥିଲା । ଏବେ ଝିଅକୁ ଆଣିବା ପାଇଁ ସୁନ୍ଦରଗଡ଼ ଅଭିମୁଖେ ବାହାରିଛନ୍ତି ପରିବାର ଲୋକ ।
ଉଦ୍ଧାର ପରେ ଲୋମଟାଙ୍କୁରା ଘଟଣା ବର୍ଣ୍ଣନା କରିଛି କୁନି ଝିଅ । କୁନି ଝିଅଟି ଅତ୍ୟନ୍ତ ଭୟଭୀତ ହୋଇ କହିଛି, ମୁଁ ଘରକୁ ଫେରୁଥିବା ବେଳେ ସେମାନେ ଆସିଲେ ଆଉ ମତେ ଉଠେଇନେଇଗଲେ । ବାଇକରେ ଆସି ମତେ ଉଠେଇ ନେଇଗଲେ ।
ତେବେ କେଉଁ କାରଣକୁ ନେଇ ଝିଅଟିକୁ ଦୁର୍ବୃତ୍ତମାନେ ଅପହରଣ କଲେ ତାର କାରଣ ଅସ୍ପଷ୍ଟ ରହିଛି । ଦୁର୍ବୃତ୍ତମାନେ କୁନି ଝିଅକୁ ଅପହରଣ କରି କାହିଁକି ରାସ୍ତାକଡ଼ରେ ଛାଡ଼ି ଚମ୍ପଟ ମାରିଲେ ତାର କାରଣ ବି ଅସ୍ପଷ୍ଟ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)