/odishatv-khabar/media/media_files/2025/11/27/non-live-president-2025-11-27-08-14-25.jpg)
ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଧାନସଭା ଶୀତ ଅଧିବେଶନକୁ ସମ୍ବୋଧିତ କରିବେ। ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ବିଧାନସଭାରେ ଅଭିଭାଷଣ ରଖିବା ପରେ ୧୧ ନମ୍ବର ରୁମକୁ ଆସି ସମୟ ବିତାଇବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ପରିବହନ ମନ୍ତ୍ରୀ ଥିବା ବେଳେ ୧୧ ନଂ ଚାମ୍ବର ଥିଲା ତାଙ୍କ କାର୍ଯ୍ୟାଳୟ। ତେଣୁ ବିଧାନସଭାରୁ ସ୍ମୃତି ସାଉଁଟିବା ବେଳେ ଏହି ଚାମ୍ବରରେ କିଛି ସମୟ ବିତାଇବେ ରାଷ୍ଟ୍ରପତି। ସେଥିପାଇଁ ବିଧାନସଭା ସମେତ ଚାମ୍ବରକୁ ବି ସଜାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଟ୍ରାଫିକ୍ କଟକଣା ଜାରି ହୋଇଥିବା ବେଳେ ସୁରକ୍ଷା ବି କଡ଼ାକଡ଼ି କରାଯାଇଛି।
ଆଜି ଅପରାହ୍ଣ ୨ଟାରେ ରାଷ୍ଟ୍ରପତି ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବେ। ଅପରାହ୍ଣ ୪ଟାରେ ରାଜଭବନ ପରିସରରେ ନୂଆ କଳିଙ୍ଗ ଅତିଥି ନିବାସକୁ ଲୋକାର୍ପଣ କରିବେ ରାଷ୍ଟ୍ରପତି। ଅପରାହ୍ଣ ୪ଟା ୨୦ରେ ବିଧାନସଭାରେ ପହଞ୍ଚିବେ ଏବଂ ଅପରାହ୍ଣ ୪ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ବିଧାନସଭାକୁ ସମ୍ବୋଧିତ କରିବେ।
ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣିବା ପାଇଁ ସମସ୍ତ ବିଧାୟକଙ୍କ ବ୍ୟତୀତ ପୂର୍ବତନ ବିଧାୟକ, ସରକାରଙ୍କର ବରିଷ୍ଠ ପଦାଧିକାରୀ ଏବଂ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ କରାଯାଇଛି। ସେହିପରି ରାଷ୍ଟ୍ରପତି ତାଙ୍କର ବିଧାନସଭା ଗସ୍ତକୁ ଯେପରି ସ୍ମରଣୀୟ କରିପାରିବେ ସେଥିପାଇଁ ବିଧାନସଭା ସଚିବାଳୟ ପକ୍ଷରୁ ପ୍ରସ୍ତୁତି କରାଯାଇଛି।
Police Enforce: କାର ଅଛି କି ? ଘରେ ରଖିକି ଆସନ୍ତୁ ନହେଲେ କଟିବ ଫାଇନ୍

Humane Death Dispute: ଗୁରୁତର ସତ୍ତ୍ବେ ହ୍ୟୁମାନଙ୍କୁ କିଏ ଚଢ଼ାଉଥିଲା ଷ୍ଟେଜ୍ ? ଲମ୍ବୁଛି ଏତଲା, ମୁହଁ ଖୋଲୁନାହାନ୍ତି ମ୍ୟାନେଜର୍

Astronaut Shubanshu Shukla: ଶୁଭାଂଶୁ ବଖାଣିଲେ ମହାକାଶ ଅନୁଭୂତି , ଇସ୍ରୋର ମିଶନ୍ ବାବଦରେ ଦେଲେ ସୂଚନା

Odisha Government Cracks: ମହାନଦୀର କିଲିପାଳ ବାଲି ଘାଟରେ ଅଚାନକ ରେଡ୍ , ୫୦ରୁ ଅଧିକ ହାଇୱା ଜବତ...୬ ଡ୍ରାଇଭର ଗିରଫ

Twin Cyclones Form: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବଢ଼ିଲା ବାତ୍ୟା ଭୟ , କାଲି ହେବ ଅବପାତ... ପରେ ନେଇପାରେ ବାତ୍ୟା ରୂପ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)