Advertisment

Salia Sahi Eviction Drive: ସାଲିଆ ସାହିରେ ଉଚ୍ଛେଦ ବେଳେ ହାଇଡ୍ରାମା, ବୁଲଡୋଜର ଆଗରେ ଶୋଇ ଧାରଣା ଦେଲେ

ଠେଲାପେଲା ଭଳି ପରିସ୍ଥିତି, ମହିଳା ପୋଲିସଙ୍କ ସହ ଧସ୍ତାଧସ୍ତି... । ଆଜି ଭୁବନେଶ୍ୱରର ସାଲିଆ ସାହି ବସ୍ତିରେ ଜବରଦଖଲ ଉଚ୍ଛେଦ ବେଳର ଏ ଦୃଶ୍ୟ । ରାସ୍ତା ନିର୍ମାଣ ପାଇଁ ଚାଲିଛି ଉଚ୍ଛେଦ କାର୍ଯ୍ୟ । ଆଉ ସ୍ଥାନୀୟ ଲୋକେ ଏହାକୁ ଜୋରଦାର ବିରୋଧ କରିବାରୁ ଉପୁଜିଛି ଏଭଳି ଉତ୍ତେଜନାମୂଳକ ପରିସ୍ଥିତି ।

author-image
Tapan Swain
Salia Sahi

Salia Sahi Photograph: (OTV)

ସାଲିଆ ସାହିରେ ଉଚ୍ଛେଦ ବେଳେ ହାଇଡ୍ରାମା । ବୁଲଡୋଜର ଆଗରେ ଶୋଇଲେ, ଧାରଣା ଦେଲେ । ଠେଲାପେଲା ଭଳି ପରିସ୍ଥିତି, ମହିଳା ପୋଲିସଙ୍କ ସହ ଧସ୍ତାଧସ୍ତି... । ଆଜି ଭୁବନେଶ୍ୱରର ସାଲିଆ ସାହି ବସ୍ତିରେ ଜବରଦଖଲ ଉଚ୍ଛେଦ ବେଳର ଏ ଦୃଶ୍ୟ । ରାସ୍ତା ନିର୍ମାଣ ପାଇଁ ଚାଲିଛି ଉଚ୍ଛେଦ କାର୍ଯ୍ୟ । ଆଉ ସ୍ଥାନୀୟ ଲୋକେ ଏହାକୁ ଜୋରଦାର ବିରୋଧ କରିବାରୁ ଉପୁଜିଛି ଏଭଳି ଉତ୍ତେଜନାମୂଳକ ପରିସ୍ଥିତି । ପୋଲିସ ଓ ବସ୍ତିବାସିନ୍ଦା ମୁହାଁମୁହିଁ । ଯିଏ ବିରୋଧ କରୁଛି ତାକୁ ଉଠେଇ ନେଉଛି ପୋଲିସ ।

Advertisment

ମାଟିରେ ମିଶିବ ସାହିଆ ସାହି । ବୁଲିଲା ବୁଲଡୋଜର, ଚାଲିଛି ଉଚ୍ଛେଦ ପ୍ରକ୍ରିୟା । ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ସାଲିଆ ସାହି ବସ୍ତି ଉଚ୍ଛେଦ କରାଯାଉଛି । ପୂର୍ବରୁ ମଧ୍ୟ ଉଛେଦ କରିଥିଲା ବିଡିଏ ଓ ବିଏମସିର ମିଳିତ ଟିମ । ଆଜିଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାକି ଥିବା ଆଉ ପ୍ରାୟ ୫୧୭ ଘର ଉଚ୍ଛେଦ କରାଯିବ । 

ଉଚ୍ଛେଦ କାର୍ଯ୍ୟରେ ବିଏମସି, ବିଡିଏ, ୱାଟକୋ, ବିଦ୍ୟୁତ ବିଭାଗ ସାମିଲ ହୋଇଛନ୍ତି । ଉଚ୍ଛେଦ ବେଳେ ଗୋଟିଏ ଘରୁ ଗଦା ଗଦା ଆଧାରକାର୍ଡ ମିଳିଥିବା ଜଣାପଡିଛି । ଅନ୍ୟପଟେ ଏହି ଉଚ୍ଛେଦକୁ ଜୋରଦାର ବିରୋଧ କରି ବୁଲଡୋଜର ଆଗରେ ଶୋଇଛନ୍ତି ସାଲିଆ ସାହି ବାସିନ୍ଦା ।

Advertisment

ଆମେ ଘର ଛାଡିବୁ ନାହିଁ । ବିନା ଥଇଥାନରେ ଆମର ଘର ଭାଙ୍ଗୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବସ୍ତି ବାସିନ୍ଦା । ସରକାର ଓ ପୋଲିସ ବିରୋଧରେ ନାରାବାଜି ସହ ଧାରଣାରେ ବସିଛନ୍ତି । ଏହାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ଘଟଣାସ୍ଥଳରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । 

Eviction salia sahi eviction
Advertisment
Related Articles
Advertisment