/odishatv-khabar/media/media_files/2025/11/29/oca-award-2025-11-29-21-55-18.jpg)
OCA Award Photograph: (OTV)
୯ଟି ବର୍ଗରେ ରାଜ୍ୟର ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିଲା ଓଟିଭି ପକ୍ଷରୁ ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୫। ଭୁବନେଶ୍ବରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ବିଭିନ୍ନ ବର୍ଗରେ ସଫଳ ବ୍ୟକ୍ତିତ୍ବଙ୍କୁ ୧୩ତମ ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୫ ପ୍ରଦାନ କରାଯାଇଛି। ଶିକ୍ଷା କ୍ଷେତ୍ରରେ ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦ, ସମାଜସେବା ପାଇଁ ବିଚିତ୍ରାନନ୍ଦ ପଣ୍ଡା, କୃଷି କ୍ଷେତ୍ରରେ ସଫଳ ଚାଷୀ ସୌରଭ ପଟ୍ଟନାୟକ, ବ୍ୟବସାୟ କ୍ଷେତ୍ରରେ ଉଦ୍ୟୋଗୀ ରୀତା ଓ ଶାନ୍ତା ବଳିୟାରସିଂହ ଓଡ଼ିଶା ସିଟିଜେନ୍ସ ଆୱାର୍ଡ ପାଇଛନ୍ତି।
ସେହିଭଳି ସ୍ବାସ୍ଥ୍ୟ କ୍ଷେତ୍ରରେ ଡାକ୍ତର ସତ୍ୟନାରାୟଣ ରାଉତରାୟ, କ୍ରୀଡ଼ା ପାଇଁ ହକି ଖେଳାଳି ସୁନେଲିତା ଟପ୍ପୋ, ରାଜନୀତିରେ ସୋଫିଆ ଫିରଦୋସ୍ ଓ ଈରାଶିଷ ଆଚାର୍ଯ୍ୟଙ୍କୁ ଯୁଗ୍ମ ବିଜେତା ଘୋଷଣା କରାଯାଇଛି। କଳା ଓ ସଂସ୍କୃତି କ୍ଷେତ୍ରରେ ଚିତ୍ରଶିଳ୍ପୀ ଓ ସ୍ଥପତି ରବି ନାରାୟଣ ରଥ ଏବଂ ମନୋରଞ୍ଜନ ପାଇଁ ଥିଏଟର ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ ପୁରସ୍କୃତ ହୋଇଛନ୍ତି।
ଓଟିଭି ପକ୍ଷରୁ ଚଳିତ ବର୍ଷ କୃଷି, କଳା ଓ ସଂସ୍କୃତି, ବ୍ୟବସାୟ, ଶିକ୍ଷା, ମନୋରଞ୍ଜନ, ସ୍ୱାସ୍ଥ୍ୟ, ରାଜନୀତି, ସମାଜସେବା ଏବଂ କ୍ରୀଡା ଭଳି ସମୁଦାୟ ୯ଟି କ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତିତ୍ୱଙ୍କୁ ଚୟନ କରାଯାଇଥିଲା।
କେବଳ ଏକ ଇଭେଣ୍ଟ ନୁହେଁ, ବରଂ ଏକ ଅର୍ଥପୂର୍ଣ୍ଣ ଅନୁଷ୍ଠାନ
ସ୍ୱତନ୍ତ୍ର ଚୟନକର୍ତ୍ତାଙ୍କ ଦ୍ୱାରା ପ୍ରତି ବିଭାଗରୁ 3 ଜଣ ଲେଖାଏଁ ଶ୍ରେଷ୍ଠ ବ୍ୟକ୍ତି ଫାଇନାଲ୍ ନୋମିନେସନରେ ସ୍ଥାନ ପାଇଥିଲେ। ପରେ ଅନଲାଇନ୍ ଭୋଟିଂ ଜରିଆରେ ଲୋକଙ୍କ ମତାମତ ଆଧାରରେ ପ୍ରତି ବିଭାଗରେ ଶ୍ରେଷ୍ଠଙ୍କୁବଛା ଯାଇଥିଲା। ଆଜିର ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ରାଜ୍ୟପାଳ କହିଥିଲେ, ଏହା କେବଳ ଏକ ଇଭେଣ୍ଟ ନୁହେଁ, ବରଂ ଏକ ଅର୍ଥପୂର୍ଣ୍ଣ ଅନୁଷ୍ଠାନ। 'ଓଡ଼ିଶା ଟେଲିଭିଜନର ଏଭଳି ଉଦ୍ୟମ ପ୍ରଶଂସନୀୟ ବୋଲି କହିବା ସହ ଯେଉଁମାନେ ପୁରସ୍କୃତ ହୋଇଛନ୍ତି, ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟନ୍ତୁ ବୋଲି ଆହ୍ବାନ ଦେଇଥିଲେ ରାଜ୍ୟପାଳ।...
Air Travel Scare: ବିମାନ ସେବାରେ ବଡ଼ ସଙ୍କଟ, ୬ ହଜାରରୁ ଅଧିକ ବିମାନରେ ଯାନ୍ତ୍ରିକ ତ୍ରୁଟି

Family Files No Complaint After Death: ହ୍ୟୁମାନ ମୃତ୍ୟୁ ପରେ ପରିବାର ତରଫରୁ ଗୋଟିଏ ବି ଏତଲା ହୋଇନି, ମୁହଁ ଖୋଲୁନାହାନ୍ତି ମ୍ୟାନେଜର ପପୁ ଓ ପ୍ରଶାନ୍ତ

Love vs Law: କୋଟିଏ ଟଙ୍କା ପାଖରେ ଅମର-ସେଜଲ୍ ଲଭ୍ ଷ୍ଟୋରୀ, ବିବାହ ପାଇଁ ଅମରକୁ ହୋଇନି ବୟସ

Viral Controversy: ଅଡ଼ୁଆରେ ୟୁଟ୍ୟୁବର ଶୁଭଙ୍କର ମିଶ୍ର, ମହଙ୍ଗା ପଡ଼ିପାରେ ଶ୍ରୀମନ୍ଦିର ସଂପର୍କରେ ବିବାଦୀୟ ବୟାନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)