Advertisment

Pandian’s Power Questioned: ନବୀନଙ୍କ ଠାରୁ ଅଧିକ ପାଓ୍ୱାରଫୁଲ୍ ଥିଲେ ପାଣ୍ଡିଆନ୍ ! ସୁରକ୍ଷାରେ ନିୟୋଜିତ ଥିଲେ ୭୨ ସୁରକ୍ଷାକର୍ମୀ

ଭି.କେ. ପାଣ୍ଡିଆନଙ୍କ ସୁରକ୍ଷାରେ ନିୟୋଜିତ ଥିଲେ ୭୨ ସୁରକ୍ଷା କର୍ମୀ । ଆଇନ ମନ୍ତ୍ରୀ ବିଧାନସଭାରେ ଏହି ଗୁମର ଫିଟାଇବା ପରେ ବଢିଛି ତୁ ତୁ ମେ ମେ । ବିଜେଡି କହିଛି, ଯଦି ଦମ୍ ଅଛି ସରକାର ଏହାର ତଦନ୍ତ କରି ଦେଖାନ୍ତୁ । ତେଣେ ବିଜେପିର ଜବାବ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

author-image
Tapan Swain
PANDIAN

PANDIAN Photograph: (OTV)

ଭି.କେ. ପାଣ୍ଡିଆନଙ୍କ ସୁରକ୍ଷାରେ ନିୟୋଜିତ ଥିଲେ ୭୨ ସୁରକ୍ଷା କର୍ମୀ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଧାନସଭାରେ ଏହି ଗୁମର ଫିଟାଇବା ପରେ ବଢିଛି ତୁ ତୁ ମେ ମେ । ବିଜେଡି କହିଛି, ଯଦି ଦମ୍ ଅଛି ସରକାର ଏହାର ତଦନ୍ତ କରି ଦେଖାନ୍ତୁ । ତେଣେ ବିଜେପିର ଜବାବ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Advertisment

ଅନ୍ୟପକ୍ଷରେ କଂଗ୍ରେସର ପ୍ରତିକ୍ରିୟା ହେଲା, ଯଦି ପାଣ୍ଡିଆନ ସରକାରୀ ତହବିଲରୁ ଖର୍ଚ୍ଚ କରିଛନ୍ତି ତେବେ ତାହାର ତଦନ୍ତ କାହିଁକି ହେଉନି । ବିଜେଡି ବିଜେପି ମିଶିକି ଅଛନ୍ତି, କୌଣସି ତଦନ୍ତ ହେବ ନାହିଁ ।
ନବୀନଙ୍କ ଠାରୁ ଅଧିକ ପାୱାରଫୁଲ୍ ଥିଲେ ପାଣ୍ଡିଆନ୍ ! ତାଙ୍କ ସୁରକ୍ଷାରେ ନିୟୋଜିତ ଥିଲେ ୭୨ ସୁରକ୍ଷାକର୍ମୀ । 
CM ନୁହେଁ ସୁପର CMଙ୍କ ସେବା ଥିଲା ପୂର୍ବ ସରକାର ପ୍ରାଥମିକତା। ଯୁଆଡେ ଯାଉଥିଲେ ଥାନା ଖାଲି କରି ସୁରକ୍ଷା ଦେଉଥିଲା ପୋଲିସ। ପାଣ୍ଡିଆନଙ୍କ  ସୁରକ୍ଷାରେ ଝାଳ ବୁହାଉଥିଲା ପୋଲିସ। ଗତକାଲି ବିଧାନସଭାରେ ପାଣ୍ଡିଆନଙ୍କ ନାଁ ନ ନେଇ ଏମିତି ଢଙ୍ଗରେ ଟାର୍ଗେଟ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମୁଲତବି ଆଲୋଚନାରେ ଉତ୍ତର ରଖି ତତ୍କାଳୀନ ବିଜେଡି ସରକାରର ଗୁମର ଖୋଲି ବିଜେଡି ସଦସ୍ୟଙ୍କୁ ଘେରିଥିଲେ । 

ବିଜେପିର ଓଲଟା ପ୍ରଶ୍ନ ବାଣ

ଆଉ ଗତକାଲି ଆଇନ ମନ୍ତ୍ରୀଙ୍କ ଏହି ଉତ୍ତର ପରେ ନେଇ ଆଜି ତେଜିଛି ରାଜନୈତିକ ବୟାନବାଜି। ବିଜେଡି ଏନେଇ ଦମ୍ଭୋକ୍ତି ଦେଖାଇଥିବା ବେଳେ ବିଜେପି ଓଲଟା ମାରିଛି ପ୍ରଶ୍ନ ବାଣ। ହେଲେ କଂଗ୍ରେସ କହିଛି ଦୁଇ ଦଳ ମିଶିକି ରହିଛନ୍ତି । ଚତୁରେ ଚତୁରେ କୋଳାକୋଳି ହେଉଛନ୍ତି ।

Advertisment

ପାଣ୍ଡିଆନ୍ ଙ୍କୁ ୭୨ ଜଣିଆ ସୁରକ୍ଷା କର୍ମୀ ପ୍ରସଙ୍ଗରେ ବିଜେଡି କହିଛି ଯଦି ସାହସ ଅଛି ବିଜେପି ସରକାର ତଦନ୍ତ କରୁ। ତଦନ୍ତକାରୀ ସଂସ୍ଥା ତାଙ୍କ ପାଖରେ ଅଛି। ବିଜେପି କହିଛି ପାଣ୍ଡିଆନ୍ କିଏ ? କାହିଁକି ତାଙ୍କୁ ଏତେ ସୁରକ୍ଷା ଦିଆଯାଇଥିଲା। ତଦନ୍ତ ନିଶ୍ଚିତ ହେବ ଏବଂ କାର୍ଯ୍ୟାନୁଷ୍ଠାନ ବି ନିଆଯିବ। କଂଗ୍ରେସ କହିଛି ଉଭୟ ଦଳ ଭିତରେ ବୁଝାମଣା ଥିବାରୁ ଏହା କେବଳ ବୟାନ ବାଜି ରେ ହିଁ ସୀମିତ ରହିବ। ପାଣ୍ଡିଆନଙ୍କ ବିରୋଧରେ ତଦନ୍ତ ହେବନି କି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। 

ଆଜି ପୁଣି ମୁଲତବି ଆଲୋଚନା ବେଳେ ପାଣ୍ଡିଆନଙ୍କ ନାଁ ଉଠିଥିଲା । ପାଣ୍ଡିଆନଙ୍କ ସମୟରେ ବିଜେଡି ବିଧାୟକମାନେ କାଗଜ ବାଘ ଥିଲେ ବୋଲି କଟାକ୍ଷ କରି କହିଛନ୍ତି ବିଜେପି ବିଧାୟକ ପ୍ରତାପ ଚନ୍ଦ୍ର ନାୟକ । 

Cong BJP BJD VK Pandian
Advertisment