/odishatv-khabar/media/media_files/2025/11/30/junk-food-2025-11-30-20-32-24.jpg)
Junk Food Photograph: (OTV)
ସରକାରଙ୍କୁ ଜଙ୍କ୍ ଫୁଡ୍ ଚିନ୍ତା। ସରକାର ଲଗାଇବେ ତେଲ ବୋର୍ଡ। କେଉଁ ଖାଦ୍ୟରେ କେତେ ତେଲ ଅଛି, ତାକୁ ଖାଇଲେ କଣ ହେବ, ସେନେଇ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଉଲ୍ଲେଖ କରି ବୋର୍ଡ ମାଧ୍ୟମରେ ସଚେତନ କରାଯିବ। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛି ମହିଳା ଓ ଶିଶୁ ବିକାଶ ବିଭାଗ। ସରକାରଙ୍କ ନୂଆ `ତେଲ' ସଚେତନନା ଅଭିଯାନରେ କଣ ରହିଛି ଓ କିଭଳି ଏହା କାର୍ଯ୍ୟକାରୀ ହେବ, ପଢ଼ନ୍ତୁ ଏଇ ରିପୋର୍ଟ....
ଘାତକ ସାଜୁଛି ଜଙ୍କଫୁଡ୍ । ଲୋକଙ୍କ ସ୍ବାସ୍ଥ୍ୟକୁ ଜଗିବେ ସରକାର । ଜୋରଦାର ହେବ ସଚେତନତା ଅଭିଯାନ । ଗାଁଠୁ ସହର- ଲାଗିବ ତେଲ ବୋର୍ଡ । ତେଲଭାଜି ହେଉ କି ଫାଷ୍ଟଫୁଡ୍। ରୋଗ ବଢାଉଛି, ଜୀବନକୁ ଅବେଳରେ ଦୁର୍ବିସହ କରିପକାଉଛି। କାହାର ହାର୍ଟ ପ୍ରୋବ୍ଲେମ୍ ତ ଆଉ କାହାର ହାଇ ବ୍ଲଡ୍ ପ୍ରେସର୍, ପୁଣି ଅଳ୍ପ ବୟସରେ ଡାଇବେଟିସ୍ । ସବୁ ପରିବାରର ଟେନସନ୍ ଅପମିଶ୍ରିତ, ଅତ୍ୟଧିକ ତେଲ ଆଉ ଜଙ୍କଫୁଡ୍। ଏଣୁ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ବ ଦେଇ ଜଙ୍କ୍ ଫୁଡ୍ ବିରୋଧରେ ସଚେତନ କରିବାକୁ ଆଗେଇ ଆସିଛନ୍ତି ରାଜ୍ୟ ସରକାର।
ଗାଁଠୁ ସହର- ଲାଗିବ ତେଲ ବୋର୍ଡ
ଆଗକୁ ବିଭିନ୍ନ ସ୍ଥାନରେ ଲଗାଯିବ ତେଲ ବୋର୍ଡ । ଅର୍ଥାତ କେଉଁ ଖାଦ୍ୟରେ କେତେ ତେଲ ଅଛି, ତାକୁ ଖାଇଲେ କଣ ହେବ, ସେନେଇ ବୋର୍ଡ ଜରିଆରେ ସଚେତନ କରାଯିବ। ଯାହାକି ଉଭୟ ଓଡ଼ିଆ ଓ ଇଂରାଜୀରେ ଉଲ୍ଲେଖ ରହିବ । ଅଙ୍ଗନବାଡି ସେଣ୍ଟର, ଶିଶୁ ଯତ୍ନ କେନ୍ଦ୍ର, ଓ୍ୱାନ ଷ୍ଟପ ସେଣ୍ଟର, ଶକ୍ତି ସଦନ, ସଖୀ ନିବାସ ସହ ଘରୋଇ ପ୍ରତିଷ୍ଠାନରେ ଲାଗିବ ଏହି ବୋର୍ଡ। ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଲୋକେ....
ବୋର୍ଡରେ ଲଗାଯିବ ତଥ୍ୟ ତାଲିକା। ଶହେ ଗ୍ରାମ ଓଜନର ସିଙ୍ଗଡାରେ ୨୮ ଗ୍ରାମ ତେଲ ଥିବାବେଳେ ଆଳୁଚପରେ ୩୫ ଗ୍ରାମ, ନିମିକିରେ ୪୦ ଗ୍ରାମ, ପକୁଡିରେ ୨୦ ଗ୍ରାମ, ଛଣା ସେଓରେ ୩୮ ଗ୍ରାମ ଏବଂ ମୁଡୁକିରେ ରହିଛି ୩୫ ଗ୍ରାମ ତେଲ । ଯାହା ଆମ ପେଟକୁ ଯାଉଛି । ପ୍ରତ୍ୟେକ ଦିନ ଆମେ ୨୭ରୁ ୩୦ ଗ୍ରାମ ତେଲ ଖାଇବା ଉଚିତ୍। କିନ୍ତୁ ଅତ୍ୟଧିକ ତେଲ ଖାଇବା ଦ୍ବାରା ହୃଦରୋଗ, ମୋଟାପଣ, ଯକୃତ ରୋଗ ସହ ଉଚ୍ଚ ରକ୍ତ ଚାପ ହେବାର ସମ୍ଭାବନା ରହିଛି। ଏହି ବାର୍ତ୍ତାକୁ ବୋର୍ଡ ସହିତ ପ୍ରିଣ୍ଟ୍ ଓ ଡିସପ୍ଲେ ବୋର୍ଡ ମାଧ୍ୟମରେ ମଧ୍ୟ ଲଗାଇବାକୁ ଯୋଜନା କରିଛି ମହିଳା ଓ ଶିଶୁ ବିକାଶ ବିଭାଗ।...
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଏବେ ୫୦ ପ୍ରତିଶତ ହାର୍ଟଆଟାକ ୪୦ ବର୍ଷରୁ କମ ବୟସଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଏଣୁ ଲୋକଙ୍କୁ ସଚେତନ କରିବା ନିହାତି ଆବଶ୍ୟକ।
ପୂର୍ବରୁ ମନକି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ, ଖାଉଥିବା ତେଲ ଉପରେ ନିୟନ୍ତ୍ରଣ କରିବାକୁ ଗୁରୁତ୍ବାରୋପ କରିଥିଲେ। ଏବେ ଅପେକ୍ଷା ମହିଳା ଓ ଶିଶୁ ବିକାଶ ବିଭାଗର ଉଦ୍ୟମ ଲୋକଙ୍କୁ କେତେ ସଚେତନ କରିପାରୁଛି ।
Bhadrak Politics Shake Up: ଭଦ୍ରକ ବିଜେଡିକୁ ୪୪୦ ଭୋଲ୍ଟ ଝଟକା, ଟେନସନ୍ ବଢାଇଲେ ମନମୋହନ

Subhankar Mishra Under Fire: ବନ୍ଧା ହେବେ କି ଶୁଭଙ୍କର ମିଶ୍ରା ? ବିବାଦୀୟ ଟିପ୍ପଣୀ ନେଇ ଏତଲା ଦେଲେ ବରିଷ୍ଠ ସେବାୟତ

Love Story Ends in Shock: ୧୪ ବର୍ଷର ପ୍ରେମ ସଂପର୍କ, ଏଇ କାରଣରୁ ବିଷ ପିଇ ପ୍ରେମିକ…

T20 Match at Barabati: ବାରବାଟୀ T-20 ମ୍ୟାଚ୍ ପାଇଁ କାଲିଠୁ ଅନଲାଇନ୍ ଟିକେଟ୍ ବିକ୍ରି, ୫ ତାରିଖରେ କାଉଣ୍ଟରରେ ଟିକେଟ୍ ମିଳିବ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)