/odishatv-khabar/media/media_files/2025/12/04/action-2025-12-04-17-49-49.jpg)
Action Photograph: (OTV)
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ନିର୍ଯାତନା ଘଟଣାରେ ବଡ଼ ଆକ୍ସନ୍ ନେଲା ରାଜ୍ୟ ସଂସ୍କୃତି ବିଭାଗ । ଅଭିଯୁକ୍ତ ଅତିଥି ଅଧ୍ୟାପକ ଶତ୍ରୁଘ୍ନ ସାମଲ ବହିଷ୍କୃତ । ଅଭିଯୁକ୍ତ ଅଧ୍ୟାପକଙ୍କୁ କଲେଜରୁ ବହିଷ୍କାର କରାଯାଇଥିବାର ସୂଚନା ଦେଲେ ପ୍ରିନ୍ସିପାଲ ବିଜୟ ଜେନା । କର୍ତ୍ତୃପକ୍ଷଙ୍କ ଲିଖିତ ଅଭିଯୋଗ ପରେ ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ ଅଟକ ରଖାଯାଇଛି ।
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗକୁ ନେଇ କ୍ୟାମ୍ପସ୍ରେ ଛାତ୍ରୀମାନେ ହଙ୍ଗାମା କରିଥିଲେ । ଏହାକୁ ନେଇ ନେଇ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ଡ୍ରାମା ବିଭାଗର ଛାତ୍ରୀଙ୍କୁ ଜଣେ ଅତିଥି ଅଧ୍ୟାପକ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଥିଲା । ଛାତ୍ରୀମାନେ ସିଧାସଳଖ ଜଣେ ଅଧ୍ୟାପକଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଥିଲେ । ବିକ୍ଷୋଭ କରୁଥିବା ଜଣେ ଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା ।
ତୁରନ୍ତ ଆକ୍ସନ ନେଲା ବିଭାଗ
ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ ତଦନ୍ତ ଆରମ୍ଭ ହୋଇଥିଲା। ରାଜ୍ୟ ସଂସ୍କୃତି ବିଭାଗର ତିନି ଜଣିଆ ଟିମ୍ ଘଟଣାସ୍ଥଳକୁ ଯାଇ ଖୋଳତାଡ଼ କରିଥିଲେ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ବତନ୍ତ୍ର ସଚିବ ଦେବ ପ୍ରସାଦ ଦାସଙ୍କ ସହ ଅନ୍ୟ ଦୁଇ ଜଣ କ୍ୟାମ୍ପସରେ ପହଞ୍ଚିଥିଲେ। ଭୁବନେଶ୍ବର ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ସଂପର୍କରେ ମତ ରଖିଛନ୍ତି ସଂସ୍କୃତି ବିଭାଗ ସ୍ବତନ୍ତ୍ର ସଚିବ ଦେବ ପ୍ରସାଦ ଦାସ । କହିଛନ୍ତି, କଳା ତାଲିକାଭୁକ୍ତ ହେବେ ଅଭିଯୁକ୍ତ ଅଧ୍ୟାପକ ଶତ୍ରୁଘ୍ନ ସାମଲ । ଯେପରି ଆଉ କୌଣସି କଲେଜରେ ପଢ଼ାଇ ନ ପାରିବେ ବ୍ୟବସ୍ଥା ହେବ । ପୋଲିସ ଅଧ୍ୟାପକଙ୍କୁ ହେପାଜତକୁ ନେଇଥିବାରୁ ପଚରାଉଚରା କରାଯାଇପାରିନି । ପିଲାଙ୍କୁ ଅଭିଯୋଗ ନେଇ ପଚରାଉଚରା ହୋଇଛି, ବିଭାଗକୁ ରିପୋର୍ଟ ଦେବୁ ।
ଡ୍ରାମା ବିଭାଗ ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କ ବିରୋଧରେ ଛାତ୍ରୀମାନେ ଅଭିଯୋଗ ଆଣିଥିଲେ। ଏହି ଟିମ୍ ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲା । ନିର୍ଯାତନା ସଂପର୍କରେ ଛାତ୍ରୀମାନେ ଟିମ୍ ସଦସ୍ୟଙ୍କୁ ଅବଗତ କରାଇଥିଲେ । ଏହି ଶିକ୍ଷକଙ୍କ ବିରୁଦ୍ଧରେ ଆକ୍ସନ ନିଆଯିବ ବୋଲି କହିଛନ୍ତି ସ୍ବତନ୍ତ୍ର ସଚିବ । ଗଣମାଧ୍ୟମର ରିପୋର୍ଟ ଦେଖି ତଦନ୍ତ ପାଇଁ ଆସିଛୁ ବୋଲି କହିଥିଲେ ଦେବ ପ୍ରସାଦ । ପିଲାମାନଙ୍କୁ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଏନେଇ ପଚରାଉଚରା କରିବୁ ବୋଲି କହିଥିଲେ । ତେବେ ଟିମ୍ କଲେଜ ଛାଡିବା ପୂର୍ବରୁ ଅଭିଯୁକ୍ତ ଅଧ୍ୟାପକଙ୍କୁ ବହିଷ୍କାର କରାଯାଇଛି ।
BJP Fields Sonia Gandhi: ବିଜେପିରୁ ପ୍ରାର୍ଥୀ ହେଲେ ସୋନିଆ ଗାନ୍ଧୀ, ଅଡ଼ୁଆ ପରିସ୍ଥିତିରେ କଂଗ୍ରେସ

Rebellion is Over: ସଶସ୍ତ୍ର ସଂଘର୍ଷ ବିଫଳ ହୋଇଛି... ଅସ୍ତ୍ର ଛାଡିଦିଅନ୍ତୁ ମାଓବାଦୀ, ଏମିତି କହିଲେ ପୂର୍ବତନ ଟପ୍ ମାଓନେତା

Car Plunges Into Birupa River: ବିରୂପା କୂଳରେ ଛକି ବସିଥିଲା ଯମ... ଆଖି ଆଗରେ ଚାଲିଗଲା ଜୀବନ

Wheelchair-Bound but Unstoppable: ଜୀବନ ଯୁଦ୍ଧର ସାହସୀ ଯୋଦ୍ଧା, ସମାଜ ପାଇଁ ଉଦାହରଣ

No Degree Required For Job: ଏଇଠି ବିନା ଡିଗ୍ରୀରେ ମିଳିବ ଚାକିରି; ପିଲାମାନଙ୍କ ଉପରେ ଚାପ ନ ପକାଇବାକୁ ଅନୁରୋଧ କଲେ ନିଯୁକ୍ତିଦାତା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)