Advertisment

Bomb Detonated: ଭୁବନେଶ୍ବର କେଭି-3ର ଗେଟ୍ ଆଗରେ ବୋମାମାଡ଼, ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଛାନଭିନ୍

ରାଜଧାନୀରେ ଚାଞ୍ଚଲ୍ୟ, ସ୍କୁଲ ଉପରକୁ ବୋମା ମାଡ଼। ଡରି ଯାଇଛନ୍ତି କୁନି କୁନି ପିଲା ଓ ସେମାନଙ୍କ ଅଭିଭାବକ। ଆଜି ସକାଳ ପ୍ରାୟ ୮ଟା ସମୟରେ ଭୁବନେଶ୍ବର ଗାଡ଼କଣସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଗେଟ୍ ନମ୍ବର ୩ ପାଖରେ ଅଜଣା ଦୁର୍ବୃର୍ତ୍ତ ୨ଟି ବୋମା ମାଡ଼ କରି ଚମ୍ପଟ ମାରିଛନ୍ତି।

author-image
Tapan Swain
Bombing

Bombing Photograph: (OTV)

ରାଜଧାନୀରେ ଚାଞ୍ଚଲ୍ୟ, ସ୍କୁଲ ଉପରକୁ ବୋମା ମାଡ଼। ଡରି ଯାଇଛନ୍ତି କୁନି କୁନି ପିଲା ଓ ସେମାନଙ୍କ ଅଭିଭାବକ। ଆଜି ସକାଳ ପ୍ରାୟ ୮ଟା ସମୟରେ ଭୁବନେଶ୍ବର ଗାଡ଼କଣସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଗେଟ୍ ନମ୍ବର ୩ ପାଖରେ ଅଜଣା ଦୁର୍ବୃର୍ତ୍ତ ୨ଟି ବୋମା ମାଡ଼ କରି ଚମ୍ପଟ ମାରିଛନ୍ତି। ପୋଲିସ୍, ସାଇଣ୍ଟିଫିକ୍ ଟିମ୍ ଓ ଏନଆଇଏ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିବା ସହ ତନାଘନା କରିଛି, ଦୁର୍ବୃର୍ତ୍ତଙ୍କୁ ଧରି ତୁରନ୍ତ ବୋମାମାଡ଼ର କାରଣ ଖୁଲାସା କରିବାକୁ ସବୁ ମହଲରେ ଦାବି ହୋଇଥିବାବେଳେ ପୋଲିସ କମିଶନର କହିଛନ୍ତି ସିସିଟିଭି ଯାଞ୍ଚ ସହ ସବୁ ଦିଗରୁ ତଦନ୍ତ ଚାଲିଛି।...

Advertisment

କ୍ୟାପିଟାଲ ଥରହର । ସ୍କୁଲ ଉପରକୁ ବୋମା ମାଡ଼ । ଭୟଙ୍କର ଶବ୍ଦ, ପିଲା- ଶିକ୍ଷକ ସମସ୍ତେ ସ୍ତବ୍ଧ ।
କିଏ ଫିଙ୍ଗିଲା ବୋମା ? କଣ ଥିଲା ଉଦ୍ଦେଶ୍ୟ ? କାହାକୁ ହୋଇଥିଲା ଟାର୍ଗେଟ୍ ? ଏଭଳି ମାଳ ମାଳ ପ୍ରଶ୍ନ ଭିତରେ ଏଯାବତ୍ ସବୁ କିଛି ଅସ୍ପଷ୍ଟ, ଥମୁନି ସସପେନସ୍ ।

ଆଜି ସମୟ ସକାଳ ପ୍ରାୟ ୮ଟା। ଗାଡ଼କଣ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଥ୍ରୀର ପ୍ରାଇମେରି ଗେଟ୍ ଆଗରେ ହଠାତ୍ ହୋଇଥିଲା ବୋମା ମାଡ଼। କେହି କିଛି ବୁଝି ପାରିନଥିଲେ, ପ୍ରଚଣ୍ଡ ଶବ୍ଦ ଶୁଣି ସମସ୍ତେ ଚମକି ପଡ଼ିଥିଲେ। ଚାରିଆଡ଼ ଧୂଁଆ ମୟ। ଇଏ ତା ପରର ଚିତ୍ର...ଫାଟକ ସାମ୍ନାରେ ବିଛାଡ଼ି ହୋଇ ପଡ଼ିଛି ଲୁହା କଣ୍ଟା, ଦରପୋଡ଼ା ସୁତୁଲି ଓ କାଗଜ ସାଙ୍ଗକୁ ବାରୁଦ। ସ୍କୁଲ ଗେଟ୍ ଏବଂ ପାଚେରୀ ଉପରକୁ ଲାଗ ଲାଗ ୨ଟି ବୋମା ଫିଙ୍ଗି ଚମ୍ପଟ୍ ମାରିଥିଲେ ଅଜଣା ଦୁର୍ବୃର୍ତ୍ତ।... 

Advertisment

ଅଧ ଘଣ୍ଟା ଆଗରୁ ହୋଇଥିଲେ... 

ସୂଚନା ଅନୁସାରେ ବୋମା ମାଡ଼ର ମାତ୍ର ଅଧଘଣ୍ଟା ତଳେ, ଏଇ ଗେଟ୍ ବାଟେ ସ୍କୁଲକୁ ପ୍ରବେଶ କରିଥିଲେ ଶହ ଶହ କୁନି କୁନି ପିଲା। ସେମାନଙ୍କୁ ଛାଡ଼ି ବି ଫେରି ଯାଇଥିଲେ ଅଭିଭାବକ। ଏଇ ସ୍କୁଲ ଗେଟକୁ ଲାଗି ରହିଛି ରେଲୱେ କଲୋନୀ। ତେଣୁ ବୋମା ମାଡ଼ର ପ୍ରଚଣ୍ଡ ଶବ୍ଦ ଶୁଣି ସମସ୍ତେ ଚକିତ ଓ ଆଚମ୍ବିତ। ଅଧ ଘଣ୍ଟା ଆଗରୁ ହୋଇଥିଲେ କଣ ଯେ ଘଟିଥାନ୍ତା ସମସ୍ତଙ୍କ ମନରେ ସେ ଶଙ୍କା। ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଧରି କଡ଼ା ଦଣ୍ଡ ଦେବାକୁ କରିଛନ୍ତି ଦାବି।...

ସ୍କୁଲରେ ବୋମା ମାଡ଼ ଖବର ପାଇ ତତକ୍ଷଣାତ୍ ପହଞ୍ଚିଥିଲା ମଞ୍ଚେଶ୍ବର ଥାନା ପୋଲିସ୍। ଆରମ୍ଭ କରିଥିଲା ତନାଘନା। ନିଜେ ପୋଲିସ କମିଶନର ବି ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଥିଲେ। ଆରପିଏଫ ଓ ଜିଆରପି ମଧ୍ୟ ତନାଘନା କରିଥିଲେ। ସାଇଣ୍ଟିଫିକ୍ ଟିମ୍ ବି କ୍ରାଇମ ସ୍ପଟ୍ ରୁ ଲୁହା କଣ୍ଟା ଓ ବାରୁଦ ନମୁନା ସଂଗ୍ରହ କରିଛି। ସ୍କୁଲ୍ ବାହାରେ ଓ ଭିତରେ ଲାଗିଥିବା CCTV କୁ ବି ଯାଞ୍ଚ କରାଯାଇଛି। ଏପଟେ ରାଷ୍ଟ୍ରପତି ଭୁବନେଶ୍ବରରେ ଉପସ୍ଥିତ ଥିବାବେଳେ ବୋମାମାଡ଼ ସୂଚନା ପାଇ ସ୍ପଟ୍ କୁ ଧାଇଁ ଯାଇଥିଲା ଏନଆଇଏ ଟିମ୍।

ତେବେ ଏଠି ପ୍ରଶ୍ନ- କିଏ ଓ କାହିଁକି ସ୍କୁଲ ଉପରକୁ କଲା ବୋମା ମାଡ଼ ? କେତେଜଣ ଦୁର୍ବୃର୍ତ୍ତ ଆସିଥିଲେ ? କାହାକୁ ଟାର୍ଗେଟ୍ କରିଥିଲେ ? ଏସବୁର ପ୍ରଶ୍ନ ଜାଣିବାକୁ ତଦନ୍ତକୁ ପୋଲିସ୍ ଜୋରଦାର କରିଥିବାବେଳେ ସ୍କୁଲ କର୍ତ୍ତୃପକ୍ଷ କିନ୍ତୁ ଏ ନେଇ ମୁହଁ ଖୋଲି ନାହାନ୍ତି। ତେଣେ ପୋଲିସ କମିଶନର କହିଛନ୍ତି କାରଣ ଖୋଜା ଚାଲିଛି, ଦୁର୍ବୃର୍ତ୍ତଙ୍କୁ ଧରିବାକୁ ଚେଷ୍ଟା ଚାଲିଛି।...

ପିଲା କ୍ଲାସରେ ଥିବାବେଳେ ସ୍କୁଲ ଉପରକୁ ବୋମା ମାଡ଼, ରାଜଧାନୀରେ ପ୍ରଥମ ଘଟଣା। ଯାହାର କାରଣ ଶୀଘ୍ର ପର୍ଦ୍ଦାଫାସ୍ ହେବା ସହ ଦୁର୍ବୃର୍ତ୍ତଙ୍କୁ ଧରିବାକୁ ସବୁ ମହଲରେ ହୋଇଛି ଦାବି... ।

Kendriya Vidyalaya Bombing
Advertisment