/odishatv-khabar/media/media_files/2025/11/21/salia-sahi-2025-11-21-10-38-42.jpg)
SALIA-SAHI Photograph: (OTV)
୨ଦିନର ଅପରେସନ୍ ପରେ ସମାନ୍ତରାଳ ରାସ୍ତା ପାଇଁ ସାଲିଆ ସାହିରେ ସରିଲା ଉଚ୍ଛେଦ ଅଭିଯାନ। ସମସ୍ତ ୫୬୨ଟି ଜବରଦଖଲ ଘର ମାଟିରେ ମିଶିଛି। ଆଜି ସେହି ଜବରଦଖଲ ମୁକ୍ତ ଅଞ୍ଚଳରେ ତାର ବାଡ ବନ୍ଧା ଯିବ।
ଏଥିସହ ଆଗକୁ ସେଠାରେ ରାସ୍ତା ତିଆରି ହେବାକୁ ପ୍ରସ୍ତୁତି ଆରମ୍ଭ ହେବ। ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ବିକଳ୍ପ ସମାନ୍ତରାଳ ରୁଟ୍ ନିର୍ମାଣ ପାଇଁ ବାଧା ସାଜୁଥିଲେ ସାଲିଆସାହି ବସ୍ତିର କିଛି ଜବରଦଖଲକାରୀ। ମୋଟ୍ ୫୬୨ଟି ଘର ଉଚ୍ଛେଦ ହୋଇଥିବାରୁ ପ୍ରସ୍ତାବିତ ୧୩ କିଲୋମିଟର ରାସ୍ତା କାମ ଆସନ୍ତା ମାସେ ଭିତରେ ଆରମ୍ଭ ହେବ। ଫଳରେ ସହର ଭିତରେ ଦୂର ହେବ ଟ୍ରାଫିକ୍ ସମସ୍ୟା। ଉଚ୍ଛେଦଙ୍କ ଭିତରୁ କେବଳ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯିବ।
ସମାନ୍ତରାଳ ରାସ୍ତାରେ ବାଧକ ଥିଲେ ଜବରଦଖଲକାରୀ
ଗୋଟିଏ ଜାଗାରୁ ଉଚ୍ଛେଦ କଲେ, ଆଉ ଏକ ସରକାରୀ ଜାଗାକୁ ମାଡ଼ି ବସୁଥିଲେ ସିନା, ସରକାର ଯୋଗାଇ ଦେଇଥିବା ଚକାଚକ୍ ଆପାର୍ଟମେଣ୍ଟରେ ଯାଇ ରହିବାକୁ ମଙ୍ଗୁ ନଥିଲେ। ସେମାନଙ୍କର କେବଳ ଗୋଟିଏ ଜିଦ୍, ଘର ବଦଳରେ ଜମି ଦିଅ। ଆଉ ତାକୁ ନେଇ ଗତ ୨ ଦିନ ହେଲା, ଭୁବନେଶ୍ବର ସାଲିଆସାହି ବସ୍ତି ଉଛେଦ ପ୍ରକ୍ରିୟା ଭିତରେ ଲାଗିରହିଥିଲା ଛକାପଂଝା।
ବିଏମସି କମିଶନର କହିଛନ୍ତି, ଉଚ୍ଛେଦଙ୍କ ଭିତରୁ କେବଳ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯିବ। ଏବେ ସୁଦ୍ଧା ୪୫୫ଟି ଘର ମହଜୁଦ ରହିଛି। ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ। ଲଟେରୀ ମାଧ୍ୟମରେ ଲୋକଙ୍କୁ ଘର ଆବଣ୍ଟନ ହେଉଛି। ବୁଦ୍ଧ ବିହାରରେ ଥିବା ଫ୍ଲାଟରେ ଅନେକ ଲୋକଙ୍କୁ ଥଇଥାନ କରାଗଲାଣି।...
ସେପଟେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ସାଲିଆସାହିରେ ଯେଉଁମାନେ ଘର ଛାଡୁନାହାନ୍ତି ସେମାନଙ୍କୁ କିଛି ଲୋକ ଜାଣିଶୁଣି ବିଭ୍ରାନ୍ତ କରୁଛନ୍ତି। କାରଣ, ସେମାନେ ଏକାଧିକ ଘରକୁ ଭଡ଼ା ଲଗାଇଛନ୍ତି। କାଳେ ସେମାନଙ୍କ ଘର ଭାଙ୍ଗିଯିବ, ସେ ଭୟରେ ସେମାନେ ବିଭ୍ରାନ୍ତି କରୁଛନ୍ତି। ସରକାର ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ବସ୍ତି ହଟାଇ ସବୁ ଲୋକଙ୍କୁ ଥଇଥାନ କରାଯିବ।
ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ବିକଳ୍ପ ସମାନ୍ତରାଳ ରୁଟ୍ ନିର୍ମାଣ ପାଇଁ ବାଧା ସାଜୁଥିଲେ ସାଲିଆସାହି ବସ୍ତିର କିଛି ଜବରଦଖଲକାରୀ। ଏବେ ମୋଟ୍ ୫୬୨ଟି ଘର ଉଚ୍ଛେଦ ପରେ ପ୍ରସ୍ତାବିତ ୧୩ କିଲୋମିଟର ରାସ୍ତା କାମ ଆସନ୍ତା ମାସେ ଭିତରେ ଆରମ୍ଭ ହେବ। ଫଳରେ ସହର ଭିତରେ ଦୂର ହେବ ଟ୍ରାଫିକ୍ ସମସ୍ୟା।...
Play Turns Fatal:ସଢ଼େଇ ଖେଳ ହେଲା କାଳ, ଲୁଣ ଭାବି ବିଷ 'ଥିମେଟ୍' ଖାଇଦେଲେ ତିନି ଶିଶୁ

Rajamouli’s Hanuman Comment Triggers Fresh Controversy: ଭଗବାନଙ୍କୁ ମାନନ୍ତି ନାହିଁ ରାଜମୌଲୀ, ହନୁମାନଙ୍କୁ ନେଇ ଦେଲେ ବିବାଦୀୟ ବୟାନ

Non-stop Flight Across Arabian Sea: ଆକାଶର ଛାତିକୁ ଚିରିଲା ଛଞ୍ଚାଣ,୫ ଦିନରେ ଉଡ଼ିଲା ୫ ହଜାର ୪ ଶହ କିମି

Daily Horoscope 21st November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 21st November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Jay Dholakia Returns: ଦୁଇ ମାସରେ ବଦଳିଗଲା ଭାଗ୍ୟ ! ବାପାଙ୍କ ଜନ୍ମଦିନରେ ବିଧାୟକ ଭାବେ ଶପଥ ନେଲେ ଜୟ

OSRTC Driver Dies : ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ , ବିଜୟନଗରମରୁ ମାଲକାନଗିରି ଆସୁଥିଲା OSRTC ବସ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)