/odishatv-khabar/media/media_files/2025/11/29/udta-odisha-2025-11-29-19-40-37.jpg)
UDTA-ODISHA Photograph: (OTV)
ଉଡ଼ତା ପଞ୍ଜାବ ରାସ୍ତାରେ ଯାଉଛି କି ଓଡ଼ିଶା ? କାହିଁକିନା ତଥ୍ୟ କିଛି ସେୟା ହିଁ କହୁଛି। କୋଟିଏ କି ଦୁଇ କୋଟି ନୁହେଁ, ଗତ 3 ବର୍ଷରେ ରାଜ୍ୟରୁ ଜବତ ହେଲାଣି ପାଖାପାଖି 200 କୋଟି ଟଙ୍କାର ନିଶା ଦ୍ରବ୍ୟ। ଆଉ ଆହୁରି ସାଙ୍ଘାତିକ କଥା ହେଲା ରାଜ୍ୟରେ ଚାଲୁଥିବା ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଅଛନ୍ତି ଖୋଦ୍ ସରକାରୀ ଅଧିକାରୀ। ଏମିତି 26 ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ହୋଇଛି। ବିଧାନସଭାରେ ଅବକାରୀ ମନ୍ତ୍ରୀଙ୍କ ଏ ଲିଖିତ ଉତ୍ତର ତଥ୍ୟକୁ ନେଇ ଉଦବେଗ। ତେଜିଲା ରାଜନୀତି।
ନିଶା କାରବାରର ଚରାଭୂଇଁ ପାଲଟିଛି କି ଓଡ଼ିଶା ? ଉଡ଼ତା ପଞ୍ଜାବ ଭଳି ଉପୁଜିଲାଣି କି ଉଡ଼ତା ଓଡ଼ିଶା ସ୍ଥିତି ? ଆଖି ଖୋସି ହେଲା ଭଳି ତଥ୍ୟକୁ ନେଇ ଉଦବେଗ । ଗତ 3 ବର୍ଷରେ ଜବତ ହେଲାଣି 197 କୋଟିର ନିଶା ଦ୍ରବ୍ୟ ।
ସରକାରୀ ଅଧିକାରୀଙ୍କ ମିଲିଭଗତରେ ଚାଲିଛି ଡ୍ରଗ୍ସ କାରବାର । 26 ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେଣି ସରକାର ।
ବିଧାନସଭାରେ ଅବକାରୀ ମନ୍ତ୍ରୀଙ୍କ ଏକ ଲିଖିତ ଉତ୍ତରରେ ସାମ୍ନାକୁ ଆସିଛି ରାଜ୍ୟରେ ଚୋରା ନିଶା କାରବାରର ଏଭଳି ସଂଗୀନ ଚିତ୍ର। ବିଗତ 3 ବର୍ଷର ତଥ୍ୟ କହୁଛି 2023ରୁ ଅକ୍ଟୋବର 2025 ଭିତରେ ରାଜ୍ୟରେ ଜବତ ହେଲାଣି 197 କୋଟି 5 ଲକ୍ଷ ଟଙ୍କାର ନିଶା ଦ୍ରବ୍ୟ। ଯାହା ଭିତରେ ରହିଛି ସର୍ବାଧିକ 89 ହଜାର 723 କେଜିର ଗଞ୍ଜେଇ, 87 ହଜାର 829 ଗ୍ରାମର ବ୍ରାଉନ ସୁଗାର ଓ 4 ହଜାର 36 ବଲ୍କ ଲିଟର କଫ ସିରଫ। ଯାହାକୁ ନେଇ ତେଜିଛି ରାଜନୀତି।
ରାଜନୈତିକ ବୟାନବାଜି
କଂଗ୍ରେସ ଓ ବିଜେଡି ସରକାରଙ୍କ ଉପରେ ଦୋଷ ଲଦି ଥିବା ବେଳେ ବିଜେପି କହିଛି ପୂର୍ବ ସରକାରରେ ନିଶା କାରବାର ବଢିଥିଲା, ଆମ ସରକାର ଅଧିକ ଚଢାଉ କରୁଥିବାରୁ ସଂଖ୍ୟା ଅଧିକ ଦିଶୁଛି।
ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ସରକାରୀ ଅଧିକାରୀଙ୍କ ସଲାସୁତରାରେ ଚାଲିଛି ନିଶା କାରବାର। ବିଧାନସଭା ତଥ୍ୟ କହୁଛି ଡ୍ରଗ୍ସ କାରବାରରେ 26 ଜଣ ସରକାରୀ ଅଧିକାରୀଙ୍କ ସଂପୃକ୍ତି ଥିବା ପ୍ରମାଣ ପାଇଛି ବିଭାଗ।
ସେଥିପାଇଁ 5 ଅଧିକାରୀଙ୍କୁ ବହିଷ୍କାର କରିବା ସହ ଅନ୍ୟ 21 ଜଣ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କିନ୍ତୁ ପ୍ରଶ୍ନ ହେଉଛି କାହିଁକି ବଢୁଛି ନିଶା କାରବାର? କେମିତି ବ୍ୟାପୁଛି ଏହି କାରବାର ? ବଡ଼ ବଡ଼ ନିଶା ମାଫିଆଙ୍କୁ ଧରିବାରେ ବିଫଳ ହେଉଛି କି ପୋଲିସ ? ବିଶେଷ କରି ବାହାର ରାଜ୍ୟରୁ ଆସୁଥିବା ଡ୍ରଗ୍ସକୁ ଅଟକାଇବାରେ କେତେ ସକ୍ଷମ ଆମ ବ୍ୟବସ୍ଥା ?
ଅନ୍ୟପଟେ ଚୋରା ନିଶା କାରବାର ରୋକିବାକୁ ସରକାର ଚଢ଼ାଉ ଜୋରଦାର କରିଥିବା ବେଳେ ସରକାର ଅଣ୍ଟା କମଜୋର କରିଦେଉଛି ଅଧିକାରୀଙ୍କ ଅଭାବ। କାହିଁକି ନା ତଥ୍ୟ କହୁଛି ଏବେ ରାଜ୍ୟରେ 6 ଡିଏସପି, 15 ଅବକାରୀ ଏସଆଇ ଏବଂ 666 କନେଷ୍ଟବଳ ପଦବୀ ଖାଲି ପଡ଼ିଛି। ଖୁବ୍ ଶୀଘ୍ର ଏହି ପଦବି ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ମନ୍ତ୍ରୀ ଲିଖିତ ଉତ୍ତରରେ କହିଛନ୍ତି।
Test Pitch Puzzle: ଟେଷ୍ଟ ପିଚକୁ ନେଇ କାହିଁକି ଜୁଆ ଖେଳୁଛି ଟିମ୍ ମ୍ୟାନେଜମେଣ୍ଟ ?

Couple’s 19:34 Private Clip Leaks Online: ଦମ୍ପତିଙ୍କ ୧୯ ମିନିଟ ୩୪ ସେକେଣ୍ଡର ପ୍ରାଇଭେଟ ଭିଡିଓ ଭାଇରାଲ୍, ଯୁବତୀ ଆଗକୁ ଆସି କହିଲେ, ସେ ମୁଁ ନୁହେଁ

From Clubs to Chanting: ଭଜନ କ୍ଲବିଂର ନୂଆ ଟ୍ରେଣ୍ଡ, GEN Zଙ୍କୁ ଆକର୍ଷିତ କରୁଛି ଆଧ୍ୟାତ୍ମିକତାର ଆଧୁନିକ ରୂପ

IED Blast: ସୁରକ୍ଷା ବାହିନୀକୁ ଟାର୍ଗେଟ କରି IED ବିଛାଇଥିଲେ ନକ୍ସଲ , କିନ୍ତୁ ଚାଲିଗଲା ମହିଳାଙ୍କ ଜୀବନ

Cyclone Ditwa: ଧ୍ବଂସ ରଚୁଛି ବାତ୍ୟା ଡିଟୱା , ୭ କିମି ବେଗରେ ସ୍ଥଳଭାଗକୁ ମାଡ଼ିଆସୁଛି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)