Advertisment

Odisha Citizens Award 2025: ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୫ର ମନୋରଞ୍ଜନ କ୍ଷେତ୍ରରେ ବିଜେତା ହେଲେ ଚିତ୍ତ ରଂଜନ ତ୍ରିପାଠୀ

ତାଙ୍କ ଅଭିନୟର ଯାଦୁଗରୀ ଦର୍ଶକଙ୍କୁ କରେ ମନ୍ତ୍ରମୁଗ୍ଧ। ପ୍ରଶଂସା ଓ ତାଳିମାଡ଼ରେ କମ୍ପିଯାଏ ଥିଏଟର୍। ଚମତ୍କାର ଅଭିନୟର ବଳରେ ଦର୍ଶକଙ୍କୁ ସେ ରଗାନ୍ତି, କନ୍ଦାନ୍ତି ଆଉ ହସେଇ ହସେଇ ବେଦମ କରାନ୍ତି। ସେ ଗାଇଥିବା ‘ସ୍ମୃତି ଅଙ୍କା ବଙ୍କା ନଈ’ ଏବେବି ଦେହରେ ସୃଷ୍ଟି କରେ ଶିହରଣ।

author-image
Tapan Swain
OCA-2025-Entertainment

OCA-2025-Entertainment Photograph: (OTV)

ତାଙ୍କ ଅଭିନୟର ଯାଦୁଗରୀ ଦର୍ଶକଙ୍କୁ କରେ ମନ୍ତ୍ରମୁଗ୍ଧ। ପ୍ରଶଂସା ଓ ତାଳିମାଡ଼ରେ କମ୍ପିଯାଏ ଥିଏଟର୍। ଚମତ୍କାର ଅଭିନୟର ବଳରେ ଦର୍ଶକଙ୍କୁ ସେ ରଗାନ୍ତି, କନ୍ଦାନ୍ତି ଆଉ ହସେଇ ହସେଇ ବେଦମ କରାନ୍ତି। ସେ ଗାଇଥିବା ‘ସ୍ମୃତି ଅଙ୍କା ବଙ୍କା ନଈ’ ଏବେବି ଦେହରେ ସୃଷ୍ଟି କରେ ଶିହରଣ। ସେ ଏକାଧାରରେ ଜଣେ ଅଭିନେତା, କାହାଣୀକାର, ଚିତ୍ରନାଟ୍ୟ ଲେଖକ, ସଂଗୀତକାର, ଗାୟକ, ନିର୍ଦ୍ଦେଶକ ଓ ପ୍ରଯୋଜକ।

Advertisment

କେବଳ ଓଡ଼ିଶାରେ ନୁହେଁ ବରଂ ବଲିଉଡ ପର୍ଯ୍ୟନ୍ତ ରହିଛି ତାଙ୍କ ପତିଆରା। ଏପରିକି ୨୦୨୪ ମସିହାରୁ ସେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଡାଇରେକ୍ଟର୍ ଭାବେ କାର୍ଯ୍ୟରତ। ଓଡ଼ିଶାର ଗର୍ବ ଓ ଗୌରବ ଚିତ୍ତ ରଂଜନ ତ୍ରିପାଠୀ। ଓଟିଭିର ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୫ର ମନୋରଞ୍ଜନ କ୍ଷେତ୍ରରେ ବିଜେତା ହୋଇଛନ୍ତି ଚିତ୍ତ ରଂଜନ। 

ଜାତୀୟ ସ୍ତରରେ ଜଣେ ସୁଦକ୍ଷ ଏବଂ ସୃଜନଶୀଳ ନାଟ୍ୟ ନିର୍ଦ୍ଦେଶକ ଭାବେ ଚିତ୍ତରଂଜନ ତ୍ରିପାଠୀ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି। ୧୯୯୬ ମସିହାରେ ସେ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାରୁ ପାସ୍ ଆଉଟ୍ ହୋଇଥିଲେ। ପରେ ତିନି ଦଶଦ୍ଧି ଧରି ଜଣେ ଅଗ୍ରଣୀ ନାଟ୍ୟ ବ୍ୟକ୍ତିତ୍ବ ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି ଚିତ୍ତରଂଜନ। ଥିଏଟର୍ ଜଗତରେ ସେ ଜଣେ କୁଶଳୀ ଅଭିନେତା ଏବଂ ନିର୍ଦ୍ଦେଶକ ଭାବେ ନିଜକୁ ପ୍ରମାଣିତ କରିଛନ୍ତି।

Advertisment

ଏହାସହ ଓଲିଉଡ, ବଲିଉଡ ସିନେମା ସହ ଅନେକ ଓ୍ବେବସିରିଜରେ ତାଙ୍କ ଅଭିନୟର ଦିଓ୍ବାନା ହୋଇଛନ୍ତି ଦର୍ଶକ। ନେଟଫ୍ଲିକ୍ସର ସାକ୍ରେଡ ଗେମ୍‌ର ତ୍ରିବେଦୀ ଚରିତ୍ର ପାଇଁ ସେ ବେଶ ଜଣାଶୁଣା। ତାଙ୍କ ନିର୍ଦ୍ଦେଶିତ ଧଉଳି ଏକ୍ସପ୍ରେସ୍ ପାଇଁ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହାଛଡା ୨୫ ବର୍ଷ ତଳେ ଏନ୍ ଏସ୍ ଡି ରିପୋର୍ଟରି କଂପାନୀ ପାଇଁ ତାଙ୍କ ନିର୍ଦ୍ଦେଶିତ ନାଟକ, ତାଜ ମହଲ୍ କା ଟେଣ୍ଡର୍ ବେଶ୍ ଚହଳ ସୃଷ୍ଟି କରିଥିଲା। ଏହାଛଡ଼ା NSDରେ ଡିରେକ୍ଟର ପଦ ପାଇବାରେ ଓଡ଼ିଶାର ପ୍ରଥମ ବ୍ୟକ୍ତି ହେବାର ସେ ସୌଭାଗ୍ୟ ହାସଲ କରିଛନ୍ତି। କଠିନ ପରିଶ୍ରମ କରିଚାଲିଲେ ସଫଳ ନିଶ୍ଚିତ ହେବେ ବୋଲି କହିଛନ୍ତି ଚିତ୍ତରଞ୍ଜନ ।

୯ଟି ବର୍ଗରେ ରାଜ୍ୟର ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିଛି ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୫। ସ୍ୱତନ୍ତ୍ର ଚୟନକର୍ତ୍ତାଙ୍କ ଦ୍ୱାରା ପ୍ରତି ବିଭାଗରୁ ୩ ଜଣ ଲେଖାଏଁ ଶ୍ରେଷ୍ଠ ବ୍ୟକ୍ତି ଫାଇନାଲ୍ ନୋମିନେସନରେ ସ୍ଥାନ ପାଇଥିବା ପରେ ଅନଲାଇନ୍ ଭୋଟିଂ ଜରିଆରେ ବିଜେତାଙ୍କୁ ବଛା ଯାଇ ଆଓ୍ବାର୍ଡ ପ୍ରଦାନ କରାଯାଇଛି । 

OCA Odisha Citizens Award
Advertisment