Advertisment

OCA Awards 2025: ଓସିଏ ଆୱାର୍ଡ-୨୦୨୫ର ରାଜନୀତି କ୍ଷେତ୍ରରେ ସୋଫିଆ-ଈରାଶିଷ ଯୁଗ୍ମ ବିଜେତା

ଓଟିଭିର ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୫ର ରାଜନୀତି କ୍ଷେତ୍ରରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଓ ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ ଯୁଗ୍ମ ବିଜେତା ଘୋଷିତ ହୋଇଛନ୍ତି ।

author-image
Tapan Swain
Odisha-Citizens-Award-2025

Odisha-Citizens-Award-2025 Photograph: (OTV)

ରାଜନୀତିରେ ସେ ଅତି ଚିହ୍ନା ଚେହେରା । ବିଧାନସଭା ପାଇଁ ନୂଆ ବିଧାୟିକା । ଆଉ ଅନ୍ୟ ଜଣଙ୍କ ବିଜେପିର ଫାୟାର ବ୍ରାଣ୍ଡ ନେତା । ବିଜେଡି ସରକାର ବେଳେ କଡ଼ା ପ୍ରଶ୍ନରେ ଘାଇଲା କରୁଥିବା ନେତା । ଓଟିଭିର ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୫ର ରାଜନୀତି କ୍ଷେତ୍ରରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଓ ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ ଯୁଗ୍ମ ବିଜେତା ଘୋଷିତ ହୋଇଛନ୍ତି ।

Advertisment

ବିଧାନସଭାରେ ନବାଗତ କିନ୍ତୁ ପ୍ରଶ୍ନରେ ବିଚକ୍ଷଣ

ବିଧାନସଭାରେ ନବାଗତ ହୋଇ ମଧ୍ୟ ସୋଫିଆଙ୍କ ପ୍ରଶ୍ନ ତାଙ୍କ ବିଚକ୍ଷଣତାର ପରିଚୟ ଦିଏ । ଯେଉଁଥିପାଇଁ ସେ ଖୁବଶୀଘ୍ର କଟକବାସୀଙ୍କ ପାଇଁ ପାଲଟି ଯାଆନ୍ତି ଆମ ସୋଫିଆ ଦିଦି । ପିତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ନିଜ ଆଦର୍ଶ ଭାବେ ଗ୍ରହଣ କରିଥିବା ସୋଫିଆ ଜଣେ ଉଚ୍ଚଶିକ୍ଷିତା ଓ ବ୍ୟାବସାୟିକ ଦୃଷ୍ଟିରୁ ଜଣେ ସଫଳ ମହିଳା । 

ହେଭିୱେଟ ପ୍ରାର୍ଥୀଙ୍କୁ ପରାସ୍ତ କରି ବିଧାୟକ

ସେହିପରି ଈରାଶିଷଙ୍କ ରାଜନୈତିକ କ୍ୟାରିୟରରେ ଅନେକ ସଫଳତାର ଫର୍ଦ୍ଦ ରହିଛି । ୨୦୨୪ ନିର୍ବାଚନରେ ଭଟଲି ବିଧାନସଭା ଆସନରୁ ବିଜେଡିର ହେଭିୱେଟ ପ୍ରାର୍ଥୀଙ୍କୁ ପରାସ୍ତ କରି ସେ ନିଜର ଲୋକପ୍ରିୟତାର ପରିଚୟ ଦେଇଛନ୍ତି । ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଥିବା ସମୟରେ ନବୀନ ସରକାର ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇ ଯୁବଗୋଷ୍ଠୀଙ୍କୁ ସଂଗଠିତ କରିବା ସହ ଅନେକ ବାର ଜେଲ୍ ଯାଇଛନ୍ତି ।

Advertisment

ସେହିପରି ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ତତ୍କାଳୀନ ସରକାରଙ୍କୁ ୨୨ଟି ପ୍ରଶ୍ନ ପଚାରି ସେ ଘାଇଲା କରିଛନ୍ତି । ଆହୁରି ଏପରି ଅନେକ ସଫଳତା ତାଙ୍କ ରାଜନୈତିକ କ୍ୟାରିୟରରେ ଯୋଡ଼ି ହୋଇ ରହିଛି । 

୯ଟି ବର୍ଗରେ ରାଜ୍ୟର ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିଛି ଓଟିଭି ପକ୍ଷରୁ ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୫ । ସ୍ୱତନ୍ତ୍ର ଚୟନକର୍ତ୍ତାଙ୍କ ଦ୍ୱାରା ପ୍ରତି ବିଭାଗରୁ ୩ ଜଣ ଲେଖାଏଁ ଶ୍ରେଷ୍ଠ ବ୍ୟକ୍ତି ଫାଇନାଲ୍ ନୋମିନେସନରେ ସ୍ଥାନ ପାଇଥିବା ପରେ ଅନଲାଇନ୍ ଭୋଟିଂ ଜରିଆରେ ପ୍ରତି ବିଭାଗରେ ଶ୍ରେଷ୍ଠଙ୍କୁ ବଛା ଯାଇ ପୁରସ୍କୃତ କରାଯାଇଥିଲା । 

Odisha Citizens Award-2025
Advertisment
Related Articles
Advertisment