/odishatv-khabar/media/media_files/2025/11/24/bjd-2025-11-24-20-20-56.jpg)
BJD Photograph: (OTV)
କାଲି ଦେବୀ ମିଶ୍ର ଆଜି ମନୋହର ରନ୍ଧାରୀ। ଏମାନଙ୍କ ମନ୍ତବ୍ୟ ଭି.କେ. ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ବିଜେଡିର ଉତ୍ତରାଧିକାରୀ ହେବା ଚର୍ଚ୍ଚାକୁ ପୁଣି ପରୋକ୍ଷ ବଳ ଦେଇଛି। ସେପଟେ ଏ ପ୍ରସଙ୍ଗରେ କିନ୍ତୁ ବଡ଼ ଟ୍ବିଷ୍ଟ ଆଣିଛନ୍ତି ବିଧାୟକ ପ୍ରଦୀପ ଦିଶାରୀ। ପ୍ରଦୀପ କହିଛନ୍ତି- ନବୀନ ଏବେ ପୁରା ଫିଟ୍, ଯାହା ହେବ ତାଙ୍କ ଅନ୍ତେ। ସେପଟେ ବିଜେଡିରେ ଏବେ ବି ଏକଛତ୍ରବାଦ ଚାଲିଥିବା କହି ବିଜେପି ସାଂସଦ ପ୍ରଦୀପ ପୁରୋହିତ ବାଣ ମାରିଥିବାବେଳେ ବିଜେଡିର ୮୦ ପ୍ରତିଶତ ନେତା ତାଙ୍କ ଦଳ ସମ୍ପର୍କରେ ଥିବା କହିଛନ୍ତି। ଯାହାର କାଉଣ୍ଟର କରିଛି ବିଜେଡି।...
ସୁଜାତା ଉତ୍ତରାଧିକାରୀ ଚର୍ଚ୍ଚାରେ ଟ୍ବିଷ୍ଟ । ଏବେ ଆସିବେନି ନବୀନଙ୍କର କେହି ଉତ୍ତରାଧିକାରୀ । ଯାହା ହେବ ତାଙ୍କ ଅନ୍ତେ, କାରଣ ସେ ଏବେ ସମ୍ପୂର୍ଣ୍ଣ ଫିଟ୍ । ବିଜେଡି ବିଧାୟକ ପ୍ରଦୀପ ଦିଶାରୀଙ୍କର ଆଜି ଏଭଳି ମନ୍ତବ୍ୟ ବିଜେଡିର ଉତ୍ତରାଧିକାରୀ ଚର୍ଚ୍ଚାରେ ଆଣିଛି ନୂଆ ମୋଡ଼ । ପ୍ରଦୀପ କହିଛନ୍ତି- ନବୀନଙ୍କ ନିର୍ଦ୍ଦେଶରେ ଏବେ ବି ଦଳ ପରିଚାଳନା ହେଉଛି, ତେଣୁ ତାଙ୍କ ଉପସ୍ଥିତି ସମୟରେ ତାଙ୍କ ଉତ୍ତରାଧିକାରୀ ଆସିବା କଳ୍ପନା ବାହାରେ ।
ସେପଟେ ଶଙ୍ଖଦଳର ଆଉ ଜଣେ ବିଧାୟକ ମନୋହର ରନ୍ଧାରୀ କିନ୍ତୁ- ଉତ୍ତରାଧିକାରୀ ଭାବେ ସୁଜାତାଙ୍କ ଏଣ୍ଟ୍ରିକୁ ସଂପୂର୍ଣ୍ଣ ଖଣ୍ଡନ କରିନଥିଲେ ମଧ୍ୟ ରାଜନୀତିରେ କେହି ବି ଯୋଗ ଦେଇ ପାରନ୍ତି ବୋଲି କହିଛନ୍ତି।
ଚାଲିଛି ଦସ୍ତଖତ ଅଭିଯାନ !
ଏସବୁ ଭିତରେ ପାଣ୍ଡିଆନ୍ କ୍ୟାମ୍ପର କିଛି ନେତା ବୁଲି ବୁଲି ସୁଜାତାଙ୍କ ସପକ୍ଷରେ ଦସ୍ତଖତ ଅଭିଯାନ ମଧ୍ୟ ଚଳାଇଥିବା ଶୁଣିବାକୁ ମିଳୁଛି। ଖାଲି ସେତିକି ନୁହେଁ ନୂଆପଡ଼ାରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରାଯିବା ପଛରେ ସୁଜାତା କାର୍ତ୍ତିକେୟନଙ୍କର ସୁପାରିଶ୍ ଥିବା ନେଇ ମଧ୍ୟ ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି।...
ତେବେ ସୁଜାତାଙ୍କୁ ବିଜେଡି ଉତ୍ତରାଧିକାରୀ କରାଯିବା ନେଇ ଶଙ୍ଖ ଦଳରେ ବିରାଟ କସରତ ଚାଲିଥିବା ଚର୍ଚ୍ଚା ଭିତରେ କମ୍ପନ ସୃଷ୍ଟି କଲା ଭଳି ମନ୍ତବ୍ୟ ରଖିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ। କହିଛନ୍ତି ସେ ଦଳରେ ଏବେ ବି ଏକଛତ୍ରବାଦ କାଏମ ରହିଛି। ଯେଉଁଥି ପାଇଁ ବିଜେଡିରେ ବିଦ୍ରୋହ ବଢୁଛି। ଭିକେ ପାଣ୍ଡିଆନ୍ ହୁଅନ୍ତୁ କି ତାଙ୍କ ପତ୍ନୀ ସୁଜାତା, କେହି ବି ବିଜେଡି ସୂର୍ଯ୍ୟକୁ ଆଉ ଉଦୟ କରି ପାରିବେ ନାହିଁ ବୋଲି ସେ ତାଚ୍ଛଲ୍ୟ କରିଥିବାବେଳେ ୮୦ ପ୍ରତିଶତ ବିଜେଡି ନେତା ଏବେ ବିଜେପି ସମ୍ପର୍କରେ ଥିବା କହିଛନ୍ତି। କାଉଣ୍ଟରରେ ବିଜେଡି କହିଛି, ବିଜେପି ସାଂସଦଙ୍କ ଅଭିଯୋଗ ମିଛ। ଯଦି ତଥ୍ୟ ଅଛି ନାଁ ପ୍ରକାଶ କରନ୍ତୁ।...
କାଲି ଭେଟେରାନ୍ ଦେବୀ ମିଶ୍ର ଓ ଆଜି ମନୋହର ରନ୍ଧାରୀ। ବିଜେଡିର ଜଣକ ପରେ ଜଣେ ନେତା- ସୁଜାତା କାର୍ତ୍ତିକେୟନଙ୍କ ଉତ୍ତରାଧିକାରୀ ଚର୍ଚ୍ଚାକୁ ବଳ ଦେଉଥିବାବେଳେ ନବୀନ କିନ୍ତୁ ପୁରା ଚୁପ୍ । ଆଉ ଏପଟେ ପାଣ୍ଡିଆନ୍ କୋଟେରୀକୁ ବି ଚେକ୍ ଦେବାକୁ ବିଦ୍ରୋହ ଦାନା ବାନ୍ଧୁଥିବାର ଆଭାସ ବି ମିଳିଲାଣି। ଏସବୁ ଭିତରେ ଏବେ ଅପେକ୍ଷା ଡିସେମ୍ବର ୨୬ ବିଜେଡି ପ୍ରତିଷ୍ଠା ଦିବସକୁ।...
Pain Behind the Mic: ମନରେ ମନରେ କାନ୍ଦୁଥିଲେ ହ୍ୟୁମାନ ସାଗର, ବାଧ୍ୟବାଧକତାରେ ଯାଉଥିଲେ ଷ୍ଟେଜ୍ ସୋ’

Storm Alert: ବଙ୍ଗୋପସାଗରରେ ଦୁଇ ଦୁଇଟି ସିଷ୍ଟମ୍, ଦାନା ବାନ୍ଧୁଛି ବାତ୍ୟା

Srikant Gautam Reveals: ମୁଁ ମରିବାକୁ ଚାହୁଁଛି ବୋଲି କାହିଁକି ଲେଖିଥିଲେ ହ୍ୟୁମାନ ସାଗର , ସବୁ କିଛି କହିଦେଲେ ଶ୍ରୀକାନ୍ତ ଗୌତମ

Mystery Death: ଯୁବ ଓକିଲଙ୍କ ରହସ୍ୟଜନକ ମୃତ୍ୟୁ, ମୃତଦେହ ପୋଖରୀରୁ କାର ଭିତରୁ ମିଳିଲା !

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)