Advertisment

Trust Turns Toxic: ପଡ଼ୋଶୀ ମହିଳା ଦେଲେ ବିଶ୍ବାସରେ ବିଷ, ନାବାଳିକା ଝିଅକୁ ଦିଲ୍ଲୀ ଚାଲାଣ ଅଭିଯୋଗ

ଟଙ୍କା ଲୋଭରେ ପଡ଼ି ପଡୋଶୀଙ୍କ ସାଂଘାତିକ କାଣ୍ଡ। ଭଦ୍ରକରେ ଜଣେ ମହିଳା, ପଡୋଶୀ ଘରର ଝିଅକୁ ଅପହରଣ କରି ଦିଲ୍ଲୀରେ ଜଣେ ବୟସ୍କଙ୍କ ସହ ବିବାହ ପାଇଁ ଷଡ଼ଯନ୍ତ୍ର କରି ବିଫଳ ହୋଇଛନ୍ତି।

author-image
Tapan Swain
Neighbour

Neighbour Photograph: (OTV)

ଟଙ୍କା ଲୋଭରେ ପଡ଼ି ପଡୋଶୀଙ୍କ ସାଂଘାତିକ କାଣ୍ଡ। ଭଦ୍ରକରେ ଜଣେ ମହିଳା, ପଡୋଶୀ ଘରର ଝିଅକୁ ଅପହରଣ କରି ଦିଲ୍ଲୀରେ ଜଣେ ବୟସ୍କଙ୍କ ସହ ବିବାହ ପାଇଁ ଷଡ଼ଯନ୍ତ୍ର କରି ବିଫଳ ହୋଇଛନ୍ତି। ନାବାଳିକା ଝିଅର ବିରୋଧ ଆଉ ପୋଲିସର ଟ୍ରାକିଂ ପରେ ଶେଷରେ ଦିଲ୍ଲୀରୁ ଆଣି ପୁଣି ଭଦ୍ରକରେ ଛାଡ଼ି ମହିଳା ଜଣକ ଫେରାର ମାରିଛି। ଏପଟେ ଗାଁକୁ ଫେରି ନିର୍ଯାତନାର କାହାଣି ବଖାଣିଛି ପୀଡ଼ିତା ନାବାଳିକା। ଘଟଣା ପରେ ଅଭିଯୁକ୍ତ ମହିଳା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୀଡ଼ିତାଙ୍କ ପରିବାର।...

Advertisment

ପଡୋଶୀ ରଚିଲେ ସାଂଘାତିକ ଷଡଯନ୍ତ୍ର। ବୁଢ଼ା ବର ପାଇଁ ଠିକ୍ କଲେ ନାବାଳିକା କନିଆ। ସୁଯୋଗ ଦେଖି ଘର ପାଖରୁ ଉଠାଇନେଲେ। ହାତଗୋଡ଼ ବାନ୍ଧି ଦିଲ୍ଲୀ ପଠାଇଦେଲେ। ହେଲେ ଫସର ଫାଟିଗଲା ସବୁ ପ୍ଲାନ୍ । ଶେଷରେ ନାବାଳିକାକୁ ରାସ୍ତା କଡ଼ରେ ଛାଡ଼ି ମହିଳା ଫେରାର । ଏପରି ଏକ ସାଂଘାତିକ କାଣ୍ଡ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନରେ ଘଟିଛି। 

ବୟସ୍କ ବ୍ୟକ୍ତିଙ୍କ ସହ ବିବାହ ଉଦ୍ୟମ କରି ବିଫଳ ସୂଚନା

ସଉଦା ଦେବା ବାହାନାରେ ଗାଁର ୧୩ ବର୍ଷୀୟା ନାବାଳିକାକୁ ମହିଳାଜଣକ ଘରକୁ ଡାକିନେଲେ। ଏହାପରେ ସୁଯୋଗ ଦେଖି ହାତ ଗୋଡ ବାନ୍ଧି କାରରେ ଟେକିନେଲେ । ପରେ ଟ୍ରେନ ଯୋଗେ ଦିଲ୍ଲୀ ନେଇ ପାର୍ ହୋଇଗଲେ। ବାଟରେ କାହାକୁ କିଛି କହିଲେ ଟ୍ରେନ୍ ରୁ ଠେଲି ଦେବାର ଧମକ ବି ଦେଲେ। ସେଠାରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ବାହା ହେବାକୁ ବାଧ୍ୟ କରିଥିଲେ।

Advertisment

ନାବାଳିକାଜଣକ ରାଜି ନ ହେବାରୁ ମହିଳାଜଣକ ତାଙ୍କୁ ନିସ୍ତୁକ ପିଟିବା ସହ ଚେଙ୍କ ବି ଦେବାକୁ ପଛାଇଲେ ନାହିଁ। ହେଲେ ନାବାଳିକା ନିଜ ନିଷ୍ପତ୍ତିରେ ଅଟଳ ରହିବାରୁ ହୋଇପାରିଲାନି ବାହାଘର । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଗ୍ରାମାଞ୍ଚଳ ପୋଲିସ ତନାଘନା ଆରମ୍ଭ ସହ ଫୋନ ଟ୍ରାକିଂ କରିଥିଲେ। ପରେ ମହିଳାଜଣକ ବାଧ୍ୟ ହୋଇ ତାଙ୍କୁ ଆଣି ଭଦ୍ରକ ସହରରେ ଛାଡି ପଳାଇଥିଲେ।

ଖବର ପାଇ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ସହ CWCରେ ହାଜର କରିଥିଲେ ପରେ CWC ନାବାଳିକାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ନାବାଳିକାଙ୍କ ବୟାନ କୋର୍ଟରେ ରେକର୍ଡ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି । ସଂପୃକ୍ତ ଅଭିଯୁକ୍ତ ମହିଳାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗ୍ରାମାଞ୍ଚଳ ଥାନା ଅଧିକାରୀ ନିରୋଜ ସାମଲ କହିଛନ୍ତି।

Threat By Neighbour Minor Girl
Advertisment
Related Articles
Advertisment