Advertisment

Human Corpses Stolen: ଆଶ୍ଚର୍ଯ୍ୟ! ମଶାଣୀରୁ ଶବ ନେଉଛି କିଏ?

ଗାଁ ମଶାଣୀରୁ ବାରମ୍ବାର ଶବ ଉଭାନ ହେବା ଘଟଣାକୁ ନେଇ ଆତଙ୍କିତ ମଣିନାଥପୁର ବାସିନ୍ଦା। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପୋଲିସ ବି ପାଉନି ଟେର୍।

author-image
Debadatta Aryashrestha
Corpses Stolen in Maninathpur

Corpses Stolen in Maninathpur

ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ମଣିନାଥପୁର ମଶାଣୀରୁ ପୁଣି ୪ଟି ଶବ ଗାଏବ। କିଛି ମାସର ବ୍ୟବଧାନ ପରେ ଏହି ଘଟଣା ଏବେ ପୁଣି ଚର୍ଚ୍ଚାକୁ ଫେରିଛି। ଏହି ମଶାଣୀରୁ କେମିତି ଉଭାନ ହେଉଛି ଶବ ? ଏଥର ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ଚାରି ଚାରିଟି ମୃତଦେହ ଗାଏବ। ତେବେ ଉଭାନ ହୋଇଥିବା ମୃତଦେହ ଗୁଡ଼ିକର ପୋଲିସ୍ କୌଣସି ସୁରାକ୍ ନପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ଭଣ୍ଡାରୀପୋଖରୀ ଥାନା ବୈତରଣୀ ନଦୀକୂଳ ମଣିନାଥପୁର ମଶାଣିରୁ ୪ଟି ଶବ ଗାଏବ ହୋଇଥିବା ଗାଁ ଲୋକେ ଜାଣିବାକୁ ପାଇଥିଲେ। ଗତ କିଛି ମାସ ମଧ୍ୟରେ ଗ୍ରାମର ଲକ୍ଷ୍ମୀପ୍ରିୟା ବେହେରା, ସତ୍ୟଭାମା ପରିଡ଼ା, ଶତ୍ରୁଘ୍ନ ଦାସ, ପ୍ରମିଳା ଦାସଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କର ଶବକୁ ପରିବାର ପକ୍ଷରୁ ମଣିନାଥପୁର ମଶାଣିରେ ପୋତି ସତ୍କାର କରାଯାଇଥିଲା। ହେଲେ ସତ୍କାର କରାଯାଇଥିବା ସ୍ଥାନରେ ଗାତ ଖୋଳି ୪ଟି ଶବକୁ କେହି କାଢ଼ି ନେଇଥିବା ଗାଁ ଲୋକେ ଦେଖିଥିଲେ। 

ତେବେ ଶବ କିଏ କାଢ଼ିଲା ଓ କାହିଁକି କାଢ଼ିଲା, ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବଡ଼କଥା ହେଉଛି ଏ ଘଟଣା ମଣିନାଥପୁରରେ ନୂଆ ନୁହେଁ। ୨୦୧୭ ମସିହାରୁ ଏବେ ସୁଦ୍ଧା ଏହି ମଶାଣୀରୁ ୧୫ରୁ ଊର୍ଦ୍ଧ୍ବ ଶବ ଗାଏବ ହେଲାଣି। ଶବ ଚୋରି ପଛରେ ଆନ୍ତର୍ଜାତିକ ରାକେଟ ଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ବି ପୋଲିସ ଆଜି ପର୍ଯ୍ୟନ୍ତ ଏହାର ଟେର୍ ପାଇନି। 

Advertisment
OTV News Odisha News Crime News Bhadrak Bhandaripokhari
Advertisment
Advertisment